ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ବାସଗୃହ ପ୍ରମାଣପତ୍ର ନ ପାଇ ଅଧାରୁ ପାଠ ଛାଡୁଛନ୍ତି। ଏ ନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନୟାଗଡ଼ ଜିଲା ଭାପୁର ଓ ଖଣ୍ଡପଡ଼ା ବ୍ଲକର ୮୦ ଖଣ୍ଡ ଗ୍ରାମରେ ରହୁଥିବା ୧୫/୧୮ ହଜାର ପୂଜକ ଜାତିର ଲୋକ ଶିବ ଶକ୍ତି ପୂଜକ ସମାଜ ଗଠନ କରି ସୋମବାର ସଭାପତି ବିକ୍ରମ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିରାଟ ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ସଭାରେ ୨ ବ୍ଲକର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ସଭାରେ ଜିଲା ସଭାପତି ଗୌରାଙ୍ଗ ଚରଣ ମହାପାତ୍ର, ସମ୍ପାଦକ ମହେଶ୍ୱର ରଣା, କୋଷାଧ୍ୟକ୍ଷ ହାଡ଼ିବନ୍ଧୁ ମହାପାତ୍ର ଓ ବରିଷ୍ଠ କର୍ମକର୍ତ୍ତା ସୂର୍ଯ୍ୟମଣୀ ରଣା ଯୋଗଦେଇଥିଲେ। ଏହି ବୈଠକରେ ପ୍ରତ୍ୟେକ ପରିବାରଙ୍କ ନାମରେ ୪ ଡିସିମିଲ ଘରଡ଼ିହ ଯୋଗାଇ ଦେବା, ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବା, ବାସଗୃହ ପ୍ରମାଣପତ୍ର ଯୋଗାଇ ଦେବା ଓ ଭୋଗ ଦଖଲ କରୁଥିବା ଠାକୁର ଓ ଠାକୁରାଣୀଙ୍କ ନାମ ସହ ସେମାନଙ୍କ ନାମ ରଖିବା ନେଇ ଏକ ଦାବିପତ୍ର ଜିଲାପାଳ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏ ନେଇ ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଧଳାବନ୍ଧ ଗ୍ରାମଠାରେ ସୋମବାର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri