ସରକାରଙ୍କୁ ମରୁଡ଼ି ଚିନ୍ତା: ୨୦୬ ବ୍ଲକରେ ସ୍ଥିତି ସଙ୍ଗିନ,ମରୁଡ଼ି ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ କଲା ବର୍ଷା ଆପତ୍‌କାଳୀନ ଯୋଜନା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ରାଜ୍ୟର ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବଲାଙ୍ଗୀର ସମେତ ପାଞ୍ଚଟି ଜିଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ହୋଇଥିବା ଶୁକ୍ରବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ମରୁଡ଼ି ସମ୍ପର୍କରେ ଗୃହରେ ବିବୃତି ଦେବା ଲାଗି ରାଜସ୍ବ, ବିପର୍ଯ୍ୟୟ, ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଶନିବାର ବିଧାନସଭାରେ ମନ୍ତ୍ରୀ ଗୃହରେ ମରୁଡ଼ି ସମ୍ପର୍କରେ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଛି। ଜୁନ ୨୧ ତାରିଖରେ ମୌସୁମୀ ପ୍ରବେଶ କରିବା ସହ ୨୨ ତାରିଖରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିଲା। ଏହାର ପ୍ରଭାବରେ କିଛି ଅଞ୍ଚଳରେ ବୃଷ୍ଟିପାତ ହୋଇଥିଲେ ହେଁ ଅନ୍ୟ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଛି। ଜୁନ ମାସରେ ୩୧.୫% କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ୨୦% କମ୍‌ ବୃଷ୍ଟିପାତ ହୋଇଛି। ଜୁନ ୧ରୁ ଜୁଲାଇ ୧୯ ତାରିଖ ମଧ୍ୟରେ ସ୍ବାଭାବିକ ବୃଷ୍ଟିପାତଠାରୁ ଶତକଡ଼ା ୨୬.୩% କମ୍‌ ବର୍ଷା ହୋଇଛି। ରାଜ୍ୟର ୩୦ ଜିଲା ମଧ୍ୟରୁ କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, କଳାହାଣ୍ଡି, ଝାରସୁଗୁଡ଼ା, ପୁରୀ, ମାଲକାନଗିରି ଜିଲାରେ ସ୍ବାଭାବିକ ବୃଷ୍ଟିପାତ ଠାରୁ କମ୍‌ ଥିବା ବେଳେ ଅନ୍ୟ ୨୧ ଜିଲାରେ ବୃଷ୍ଟିପାତ ପରିମାଣ କମ୍‌ ଅଛି। ବ୍ଲକସ୍ତରୀୟ ସମୀକ୍ଷାରୁ ଜଣାଯାଏ ଯେ ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୧୦୮ଟି ବ୍ଲକରେ ବୃଷ୍ଟିପାତ ସ୍ବାଭାବିକ ଥିବା ବେଳେ ୨୦୬ଟି ବ୍ଲକରେ ବୃଷ୍ଟିପାତ ପରିମାଣ ସ୍ବାଭାବିକଠାରୁ କମ୍‌ ରହିଛି। ୨୪ଟି ବ୍ଲକରେ ସ୍ବାଭାବିକଠାରୁ ୫୯ ପ୍ରତିଶତରୁ ଊର୍ଦ୍ଧ୍ୱ ନିଅଣ୍ଟିଆ ବର୍ଷା ହୋଇଛି। ଗତବର୍ଷ ଜୁନ ୧ରୁ ଜୁଲାଇ ୧୯ ମଧ୍ୟରେ ବର୍ଷା ପରିମାଣ ସ୍ବାଭାବିକଠାରୁ ଶତକଡ଼ା ୮.୩ ଭାଗ କମ୍‌ ଥିବା ବେଳେ ଚଳିତ ବର୍ଷ ଏହି ସମୟରେ ୨୬.୩ଭାଗ କମ୍‌ ହୋଇଛି। ବଲାଙ୍ଗୀର ଜିଲାର ୪ଟି ବ୍ଲକ ଗୁଡ୍‌ଭେଲା, ପାଟଣାଗଡ଼,ତୁରେଇକେଲା ଏବଂ ସଇଁତଳାରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା ବେଳେ ଅନ୍ୟ ୧୦ଟି ବ୍ଲକରେ ବର୍ଷା ପରିମାଣ କମ୍‌ ରହିଛି।

କୃଷି ବିଭାଗରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେକ ଅଞ୍ଚଳରେ ହୋଇନାହିଁ। ଏପର୍ଯ୍ୟନ୍ତ ୧୨.୩୧ ଲକ୍ଷ ଜମିରେ ଧାନବୁଣା ହୋଇଥିବା ବେଳେ ୨୦.୯୯ଲକ୍ଷ ହେକ୍ଟରରେ ଅନ୍ୟାନ୍ୟ ଫସଲ ହୋଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ ୨୦.୧୪ ଲକ୍ଷ ହେକ୍ଟର ଜମିରେ ବିହନ ବୁଣା କାମ ଶେଷ ହୋଇଥିଲା। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜିଛି। ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ କେନାଲରେ ଚାଷ କାର୍ଯ୍ୟ ଲାଗି ପାଣି ଛଡ଼ାଯାଉଛି। କୃଷି ବିଭାଗ ଦ୍ୱାରା ବର୍ଷା ଆପତ୍‌କାଳୀନ ଯୋଜନା ତିଆରି କରାଯାଉଛି। ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯାଉଛି। ଆଗକୁ ଯଦି ବର୍ଷା ନହୁଏ, ବର୍ଷା ଆପତ୍‌କାଳୀନ ଯୋଜନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?