ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ ହୋଇଛି। ୫ ସେପ୍ଟେମ୍ବର ୨୦୧୯ରେ କାବୁଲରେ ତାଲିବାନ ଆକ୍ରମଣରେ ଆଫଗାନିସ୍ତାନରେ ମୁତୟନ ହୋଇଥିବା ଆମେରିକା ସେନାର ଜଣେ ସୈନ୍ୟଙ୍କ ସମେତ ୧୨ ଜଣଙ୍କ ପ୍ରାଣହାନି ଘଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶାନ୍ତି ଆଲୋଚନାକୁ ରଦ୍ଦ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଓ୍ବାଶିଂଟନ ନିକଟ କ୍ୟାମ୍ପ ଡାଭିଡ୍‌ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ତାଲିବାନ ନେତାଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହେବାର ଥିଲା। ତେବେ ଆଫଗାନିସ୍ତାନ ସରକାରଙ୍କ ପରାମର୍ଶ ନ ନେଇ ସିଧାସଳଖ ତାଲିବାନ ନେତାଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଉଥିବାରୁ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିଲେ। ଏଭଳି ସ୍ଥଳେ ଆମେରିକାର ସୈନ୍ୟଙ୍କୁ ହତ୍ୟା କରିଥିବା ତାଲିବାନ ସ୍ବୀକାର କରିବା ପରେ ଏହି ଆତଙ୍କବାଦୀ ସଙ୍ଗଠନର ଶାନ୍ତି ପ୍ରତି ବିମୁଖଭାବ ଥିବା ଜଣାପଡ଼ିଯାଉଛି। ଖୋଦ୍‌ ଟ୍ରମ୍ପ୍‌ ମଧ୍ୟ ବୁଝିଯାଇଛନ୍ତି ଯେ ତାଲିବାନ କାହାର ନୁହେଁ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଆଫଗାନିସ୍ତାନରେ ସୋଭିଏଟ୍‌ ୟୁନିୟନର ଉପସ୍ଥିତିକୁ ପ୍ରତିହତ କରିବା ଲାଗି ଆମେରିକା ତାଲିବାନ ଭଳି ଦୁଷ୍ଟ ଶକ୍ତିକୁ ସୃଷ୍ଟି କରିଥିଲା। ସେତେବେଳେ ପାକିସ୍ତାନ ସମର୍ଥିତ ତାଲିବାନ ଉଗ୍ରପନ୍ଥୀମାନେ ଆମେରିକାର ବଳ ପାଇ ଆଫଗାନିସ୍ତାନରେ ବଳୀୟାନ ହୋଇଯାଇଥିଲେ। ଦେଶ ଶାସନକୁ ନିଜ ହାତକୁ ନେବା ଲାଗି ଆଫଗାନିସ୍ତାନରେ ଏହି ଆତଙ୍କବାଦୀ ସଙ୍ଗଠନ ନରସଂହାର ରଚିଥିଲା। ଏପରି କି ଚଳିତ ଶତାବ୍ଦୀର ପ୍ରାରମ୍ଭରେ ସେଠାରେ ସମାନ୍ତରାଳ ଶାସନ ଚାଲିଥିଲା। ସେହି ସମୟରେ ଅନ୍ୟ ଦୁର୍ଦ୍ଧଷର୍ର୍ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ଆଫଗାନିସ୍ତାନରେ ମୁଖ୍ୟ ଘାଟି ସ୍ଥାପନ କରିଥିଲା। ଆତଙ୍କବାଦକୁ ରୋକିବା ଲାଗି ଆମେରିକା ଯେତେବେଳେ ସେଠାରେ ଜୋରଦାର ଉଦ୍ୟମ କଲା, ସେତେବେଳେ ଅଲ୍‌-କାଏଦା ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। ୧୧ ସେପ୍ଟେମ୍ବର ୨୦୦୧ରେ ଏହି ସଙ୍ଗଠନ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ଆକ୍ରମଣ କରି ବିଶ୍ୱକୁ ଥରାଇ ଦେଇଥିଲା। ଏହା ପରେ ଆମେରିକା ସେଠାରେ ନିଜ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଲା। ୨୦୦୯ ଶେଷ ଆଡ଼କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ୩୦,୦୦୦ ସୈନ୍ୟ ଆଫଗାନିସ୍ତାନକୁ ପ୍ରେରଣ କରିବା ଲାଗି ଘୋଷଣା କରିଥିଲେ। ୨୦୧୧ ଜୁଲାଇ ବେଳକୁ ସୈନ୍ୟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ସେଠାରୁ ବହୁ ସୈନ୍ୟଙ୍କୁ ଅପସାରଣ କରାଯାଇସାରିଲାଣି। ଏବେ ମଧ୍ୟ ୧୪,୦୦୦ ସୈନ୍ୟ ଅଛନ୍ତି। ତନ୍ମଧ୍ୟରୁ ୫,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ପ୍ରତ୍ୟାହାର ଲାଗି ଟ୍ରମ୍ପ୍‌ ଚିନ୍ତା କଲା ବେଳକୁ ତାଲିବାନ ଆକ୍ରମଣ ଘଟିଲା।
ତାଲିବାନ ସହ ଆମେରିକାର ଶାନ୍ତି ଆଲୋଚନା ରଦ୍ଦ ହେବା ପରେ ଏହା ଭାରତ ପାଇଁ ଲାଭଦାୟକ ହେବ ବୋଲି କୁହାଗଲାଣି। ଆଜିର ପରିସ୍ଥିତି ଦେଖିଲେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ନିକଟରେ ଭାରତର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ବେଳେ ତାଙ୍କ ବିମାନ ପାକିସ୍ତାନ ଉପରେ ଉଡ଼ିପାରିବ ନାହିଁ ବୋଲି ଇସ୍‌ଲାମାବାଦ ମନା କରିଦେଇଛି। ଏହି ସନ୍ଧିକ୍ଷଣରେ ବାହାର ରାଷ୍ଟ୍ର ସହ ବାଣିଜି୍ୟକ କାରବାର ଲାଗି ଭାରତ ପାଇଁ ଆଫଗାନିସ୍ତାନ ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି। ସେହିପରି ଇରାନ୍‌ର ଛାବାହର ବନ୍ଦରକୁ ଭାରତ ବିକଶିତ କରିଥିବାରୁ ସେହି ବାଟ ଦେଇ ବାଣିଜି୍ୟକ କାରବାର ନୂଆଦିଲ୍ଲୀ ପାଇଁ ସୁଗମ ହେଉଛି। ଆଫଗାନିସ୍ତାନରେ ତାଲିବାନଙ୍କୁ ପ୍ରତିହତ କରିବା ସକାଶେ ଆମେରିକା ସୈନ୍ୟ ପ୍ରମୁଖ ଭୂମିକା ନିଭାଉଛନ୍ତି। ଆମେରିକା ସେଠାରୁ ଅବଶିଷ୍ଟ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ନୂଆଦିଲ୍ଲୀ ଆଶ୍ୱସ୍ତ ହୋଇଥାଇପାରେ। ବିଶ୍ୱ ମାନଚିତ୍ରରେ ଭାରତକୁ ଦେଖିଲେ ପୂର୍ବ, ଉତ୍ତର ଓ ପଶ୍ଚିମ ପଟରେ ଇସ୍‌ଲାମୀୟ ଦେଶଗୁଡ଼ିକ ଭାରତକୁ ଘେରି ରହିଛନ୍ତି। ପୂର୍ବରୁ ଜଣା ଯେ, ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଲକ୍ଷ୍ୟ ଥିଲା ଭାରତକୁ ମଧ୍ୟ ମୁସଲମାନ ଦେଶରେ ପରିଣତ କରିବ। ଅନ୍ୟପକ୍ଷରେ ଦେଖିଲେ ଗତ ନିର୍ବାଚନ ସମୟରେ ଟ୍ରମ୍ପ୍‌ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, କ୍ଷମତାକୁ ଆସିଲେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବେ। କାରଣ ସେଠାରେ ମୁତୟନ ହୋଇଥିବା ସୈନ୍ୟ ଯୋଗୁ ଆମେରିକା ରାଜକୋଷକୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ଏହା ସତ୍ତ୍ୱେ ଗଲ୍ଫ ଦେଶ ଉପରେ ପ୍ରଭାବ ବିସ୍ତାର କରିଆସିଥିବା ଆମେରିକା ପାଇଁ ଆଫଗାନିସ୍ତାନରେ ସୈନ୍ୟ ମୁତୟନର ଆବଶ୍ୟକତା ରହିଛି। ଏ କଥା ଜାଣି ମଧ୍ୟ ଟ୍ରମ୍ପ୍‌ ନିଜ ଜିଦ୍‌ ଯୋଗୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ଶାନ୍ତି ଆଲୋଚନା ରଦ୍ଦ ହୋଇଥିବାରୁ ଆଫଗାନିସ୍ତାନ ସରକାର ପାଇଁ ଫଳପ୍ରଦ ହେବ। ଅନ୍ୟପକ୍ଷରେ ଟ୍ରମ୍ପ୍‌ ଓ ତାଲିବାନ ନେତାଙ୍କ ମଧ୍ୟରେ ଗୁପ୍ତ ବୈଠକ ବାତିଲ ହୋଇଥିବାରୁ ପାକିସ୍ତାନ ସବୁଠାରୁ କ୍ଷତିଗ୍ରସ୍ତ ହୋଇପାରେ। କାରଣ ତାଲିବାନର ଭୟ ଦେଖାଇ ଆମେରିକାର ନିକଟବର୍ତ୍ତୀ ହେବାକୁ ପାକିସ୍ତାନ ଆଶା ବାନ୍ଧିଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ୍‌ ନିର୍ବାଚନକୁ ଆଖି ଆଗରେ ରଖି ସୈନ୍ୟ ପ୍ରତ୍ୟାହାର ନିମନ୍ତେ ତାଲିବାନ ସହ ଆଲୋଚନା କରିଥିଲା। ଏହା ତାଙ୍କୁ ଆମେରିକୀୟ ଭୋଟରଙ୍କ ପାଖରେ ଲୋକପ୍ରିୟ କରିଥାଆନ୍ତା। କିନ୍ତୁ ତଲିବାନ ଆକ୍ରମଣ ଯୋଗୁ ଆମେରିକୀୟ ସୈନ୍ୟ ନିହତ ହେବାରୁ ତାଙ୍କ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ପ୍ରଶ୍ନବାଚୀରେ ଆସିଗଲା। ହୁଏତ ନିଜକୁ ଦୁର୍ବଳ ଦେଖାଇବା ଅଧିକ କ୍ଷତିକାରକ ହୋଇପାରେ ବୋଲି ଚିନ୍ତା କରି ଟ୍ରମ୍ପ୍‌ ନିଷ୍ପତ୍ତି ବଦଳାଇ ଦେଲେ। ଫଳରେ ତାଲିବାନ ସହ ଆଲୋଚନା ଭାଙ୍ଗିଲା ଏବଂ ଭାରତୀୟ ବ୍ୟବସ୍ଥା ଆଉ କିଛି ଦିନ ଆଶ୍ୱସ୍ତ ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?