ସମ୍ପର୍କ ପରିଭାଷା

ହରେକୃଷ୍ଣ ଦାସ

ସବୁବେଳେ ହସ ହସ ଦିଶୁଥିବା ବନ୍ଧୁଙ୍କର ଅଚାନକ ବିଷଣ୍ଣ ବଦନର କାରଣ ପଚାରିବା ମାତ୍ରେ ତାଙ୍କ ଭିତରର ଦାର୍ଶନିକଟା ପ୍ରଗଳ୍ଭ ହୋଇଉଠିଲା, ”ବୁଝିଲ, ଆଜିକାଲିର ଅଧିକାଂଶ ମଣିଷ ଖୁବ୍‌ ମତଲବି। ଟିକିଏ ବିରକ୍ତ ହୋଇ ବନ୍ଧୁ କହିଲେ,”କୋଟେଶନ ଯୋଉଠୁ ଆଣେ ପଛେ, କଥାଟା ସତ ନା ନାହିଁ?“ ମୁଁ ପ୍ରତିବାଦ କରି କହିଲି, ” ହେଲେ ଆମ ସମ୍ପର୍କ ଭିତରେ ଫାଇଦାର ଚିହ୍ନବର୍ଣ୍ଣ ତ ଦିଶୁନି। ଆମେ ଦୁହେଁ ତ କେହି କାହାଠାରୁ କିଛି ଫାଇଦା ଉଠାଉନେ। “ ବନ୍ଧୁ ଟିକିଏ ବିରକ୍ତ ହୋଇ କହିଲେ,”ଆମ ସମ୍ପର୍କକୁ ଦୁନିଆ ଯାକର ଲୋକଙ୍କର ସମ୍ପର୍କର ମାନଦଣ୍ଡ ବୋଲି ଭାବନି। ଏ ପ୍ରସଙ୍ଗରେ ମୁଁ ଯୋଉ ପ୍ରକାର ଚିନ୍ତାକରି କଷ୍ଟ ଅନୁଭବ କରୁଛି, ତମେ ବି ସେଇ ପ୍ରକାର ଅଶାନ୍ତି ଭୋଗୁଥାଇପାର। କିନ୍ତୁ ତମେ କିଛି ବି କେବେ ନ ଘଟିଥିବାର ଛଳନା କରିପାର ଯାହା।“
ଏକଥା ସତ ଯେ ଆମେ ସମସ୍ତେ ବିଭିନ୍ନ ପ୍ରକାର ଛଳନା ଭିତରେ ବଞ୍ଚୁଛେ। ଯେହେତୁ ମାତ୍ରାଧିକ ସତ୍ୟ ସବୁବେଳେ ବରଦାସ୍ତ କରିହୁଏନା କିମ୍ବା ପ୍ରକାଶ କରି ହୁଏନା, ଆମେମାନେ ବିଭିନ୍ନ ଛଳନା ଜରିଆରେ ନିଜକୁ ଭୁଲେଇବାକୁ ଚେଷ୍ଟାକରୁ। ଅନେକ ସମ୍ପର୍କ ଆମକୁ ଖୁବ୍‌ କଷ୍ଟ ଦିଏ, ଆମ ଶାନ୍ତି ନଷ୍ଟକରେ। କିନ୍ତୁ ବିଭିନ୍ନ କାରଣରୁ ଆମେ ସେସବୁ କାହା ଆଗରେ ପ୍ରକାଶ କରିପାରୁନା। ପାଦର ଆଙ୍ଗୁଠିକୁ ମୋଡ଼ି କ୍ଷତାକ୍ତ କରୁଥିବା ଅଥଚ ସୁନ୍ଦର ଦିଶୁଥିବା ଜୋତା ପରି ଆମେ ପ୍ରାୟତଃ ତାକୁ ସହ୍ୟ କରିନେଉ। କିନ୍ତୁ ସୁନ୍ଦର ଦିଶିବାର ଆତ୍ମପ୍ରବଞ୍ଚନାରୁ ନିଜକୁ ମୁକାଳିପାରିଲେ ଅଳ୍ପ ସମୟର ଦୁଃଖ ଆସେ ସିନା ମାତ୍ର ଦୀର୍ଘସ୍ଥାୟୀ ଶାନ୍ତି ମିଳିପାରେ।
ଆଉ ଏକଥା ବି ସତ ଯେ ଅନେକ ଲୋକ ଛଳନାପୂର୍ଣ୍ଣ ସମ୍ପର୍କକୁ ନିଜ ଚରିତ୍ରର ଏକ ବୈଶିଷ୍ଟ୍ୟ କରିଦେଇଥାନ୍ତି। ସାମ୍ନାରେ ଅତ୍ୟନ୍ତ ମଧୁର କଥା କହି ,ଏକଦମ ଆତ୍ମୀୟ ତଥା ଶୁଭାକାଂକ୍ଷୀ ବୋଲି ଦେଖେଇବାକୁ ଚେଷ୍ଟା କରୁଥିବା ଅନେକ ଲୋକ ପ୍ରକୃତରେ ଆମକୁ ହଇରାଣ କରିବାକୁ ନାନା ଫନ୍ଦିଫିକର କରୁଥିବାର ଆମେ ଜାଣୁ, କିନ୍ତୁ ଆମେ ବି ଛଳନା କରିବାରେ ଏତେ ମାହିର ଯେ କେବେ ଜଣେଇ ଦେଉନା ତାଙ୍କ ଚରିତ୍ର ଓ ଯୋଜନା ଆମେ ଠିକ୍‌ ଠିକ୍‌ ପଢ଼ିପାରିଛୁ ବୋଲି।
ଛଳନାର ଏ ସମ୍ପର୍କ ଏମିତି ଗୋଟେ ବ୍ୟାଧି ଯାହା ଘର ପରିବାରଠୁ ଆରମ୍ଭକରି ସମାଜ ପର୍ଯ୍ୟନ୍ତ ସବୁ ସ୍ତରକୁ ଆକ୍ରାନ୍ତ କରି ରଖିଛି। ଅନ୍ୟକୁ ହଇରାଣକରି ନିଜେ ଖୁସି ହେବା, ଅନ୍ୟର ଦୁଃଖକଷ୍ଟକୁ ଉପଭୋଗ କରିବା, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ନ ହେବା ତଥା ଅନ୍ୟର ସୁଖ ପ୍ରତି ଅସହିଷ୍ଣୁ ହୋଇଯିବାର ବିକୃତ ମାନସିକତା ଆମ ସବୁ ସମ୍ପର୍କକୁ କଳୁଷିତ କରିଦେଉଛିି। ନିଜର ସ୍ବାର୍ଥରେ ସାମାନ୍ୟ ଆଞ୍ଚ ଆସିଲେ ଅତି ମଧୁର ସମ୍ପର୍କକୁ ତିକ୍ତତାରେ ବଦଳେଇଦେବାକୁ ଆମେ ଟିକିଏ ବି ଦ୍ୱିଧା କରୁନା। ଆହୁରି ବିଚିତ୍ର ସ୍ଥିତି ହେଲା ଯେ ବର୍ତ୍ତମାନ ମଣିଷ ନିଜ ଘର, ପରିବାର, ଆତ୍ମୀୟସ୍ବଜନଙ୍କ ସହ ଭଲ ସମ୍ପର୍କ ରହିବା ନ ରହିବାକୁ ଖାତିର ନ କରି ଆଦୌ ଦେଖି ନ ଥିବା ଜାଣି ନ ଥିବା ଲୋକଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ବଢ଼େଇବାକୁ ଯତ୍ନଶୀଳ। ଏ ପ୍ରକାର ଅଧିକାଂଶ ସମ୍ପର୍କ କେବଳ ମିଛ ପ୍ରଶଂସା ଓ ଚାଟୁକାରିତାକୁ ନେଇ ବଞ୍ଚିରହିଥାଏ ।
ଆମ ଅହଂକାର ଓ ଅଭିମାନକୁ ବାଧା ନ ଆସିବା ଯାଏଁ ହିଁ ସବୁକିଛି ଠିକ୍‌ଠାକ୍‌ ଥାଏ , ଅଥଚ ଏଇ ମିଛ ସମ୍ପର୍କରୁ ଖୁସି ସାଉଁଟିବାକୁ ସମସ୍ତେ ତତ୍ପର।
ଆଜି ଏତେ ଫିଲୋସଫିକାଲ ପାଲଟିଯିବାର ବିଶେଷ କାରଣ କ’ଣ ବୋଲି ପଚାରିବାରୁ ବନ୍ଧୁ କହିଲେ,”ଆମ ଅଫିସରେ ମଦନବାବୁଙ୍କ ସହ ମୋର ଘନିଷ୍ଠତା ବିଷୟରେ ତ ଜାଣିଛ। ଏମିତିରେ ବି ସେ ସମସ୍ତଙ୍କ ସହ ଖୁବ୍‌ ମଧୁର କଥାବାର୍ତ୍ତା କରି ହସଖୁସିଆ ଢଙ୍ଗରେ ମିଶନ୍ତି। କିନ୍ତୁ ସେ ଭିତରେ ଭିତରେ ମୋ ପ୍ରତି ଖୁବ୍‌ ଈର୍ଷାଳୁ ଓ ଅସହିଷ୍ଣୁ। ମୋ ପଛପଟେ ମୋ ନାଆଁରେ ଚୁଗୁଲି କରୁଥିବେ ଅଥଚ ସାମ୍ନାରେ ପଡ଼ିଲେ ମତେ ନିଜର ସବୁଠୁ ଅନ୍ତରଙ୍ଗ ବୋଲି ଦେଖେଇ ହେଉଥିବେ। ପ୍ରାୟ ସବୁ ଷ୍ଟାଫ୍‌ଙ୍କ ସହ ତାଙ୍କର ଏମିତିଆ ଚାଲବାଜିଆ ସମ୍ପର୍କ।“ ଯଦି ସେ ଏ ପ୍ରକାର ବୋଲି ସମସ୍ତେ ଜାଣିଛନ୍ତି, ତା’ହେଲେ ତ କେହି ତାଙ୍କ ସହ ଭଲରେ ମିଶିପାରୁ ନ ଥିବେ! ମୁଁ କହିଲି, ” ନା ନା , ପ୍ରକୃତରେ ସମସ୍ତେ ତାଙ୍କ ସହ ସେମିତି ଉପରଠାଉରିଆ ଭାବରେ ମିଶନ୍ତି। ସେ ବି କେବଳ ଫାଇଦା ଥିବାର ସମ୍ଭାବନା ଦେଖିଲେ ହିଁ କାହା ସହ ଭଲରେ ମିଶନ୍ତି। ତାଙ୍କ ପଛପଟେ ସମସ୍ତେ ତାଙ୍କୁ ଟାହିଟାପରା କଲେ ମଧ୍ୟ ବୟସ ଦୃଷ୍ଟିରୁ ସାମ୍ନାରେ କିଛି କହିହୁଏନି।“ ସେ ପିଲା ସହ ଯଦି ୟାଙ୍କ ମାନସିକତା ମିଶିଯାଉଥିବ ତେବେ ସେମାନଙ୍କ ଅନ୍ତରଙ୍ଗତାରେ ଅସୁବିଧା କୋଉଠି ରହିଲା? ମୁଁ ପଚାରିବାରୁ ବନ୍ଧୁ କହିଲେ, ”ଅନାବିଳ ଆତ୍ମୀୟତା ଥିଲେ କିଛି ଅସୁବିଧା ନାହିଁ। ମତଲବ ଲୁଚେଇ ରଖି ଅନ୍ତରଙ୍ଗ ଦେଖେଇ ହେଇ କେହି କ’ଣ ସତରେ କାହାର ପ୍ରିୟ ହୋଇପାରିବ? ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri