Posted inଫୁରସତ

ସମୁଦ୍ର ସଫେଇ ଅଭିଯାନରେ ଯୁବକ

ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ ଡଚ୍‌ ବୈଜ୍ଞାନିକ ବୋୟାନ୍‌ ସ୍ଲଟ୍‌ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ଓସନ୍‌ କ୍ଲିନ୍‌ଅପ୍‌। ବୋୟାନ କହନ୍ତି, ୮ ବର୍ଷ ପୂର୍ବେ ସମୁଦ୍ର ମାର୍ଗରେ ଗ୍ରୀସ୍‌ ଯାତ୍ରା କରିଥିଲି। ଗଲାବେଳେ ପାଣିରେ ମାଛଙ୍କ ଅପେକ୍ଷା ପ୍ଲାଷ୍ଟିକ୍‌ ଆବର୍ଜନା ଅଧିକ ଦେଖାଯାଉଥିଲା। ତେଣୁ ଏହାକୁ କମାଇବା ପାଇଁ ନିଷ୍ପତ୍ତି ନେଲି। ଆଉ ତିଆରି କଲି ଓସନ୍‌ କ୍ଲିନ୍‌ଅପ୍‌ ନାମକ ଏକ ଭାସମାନ ଯନ୍ତ୍ର। ୨୦୦୦ ଫୁଟ୍‌ ୟୁ ଆକାରର ଏହି ଯନ୍ତ୍ର ସାହାଯ୍ୟରେ ସମୁଦ୍ରରୁ ଆବର୍ଜନା ସଫା କରାଯାଇ ପାରିବ।’ ବୋୟାନଙ୍କ ଲକ୍ଷ୍ୟ ରହିଛି ପ୍ରତିବର୍ଷ ସେ ସମୁଦ୍ରରୁ ପ୍ରାୟ ୫୦ଟନ୍‌ ଆବର୍ଜନା ସଫା କରାଯିବ। ଆଉ ସେଥିରୁ ମିଳୁଥିବା ପ୍ଲାଷ୍ଟିକ ଓ ଅନ୍ୟ ଆବର୍ଜନାକୁ ରିସାଇକେଲ କରିବା ଯୋଜନା ବି କରା ଯାଇଛି। ଏବେ ତାଙ୍କର ଏହି କାମରେ ୮୦ ଜଣେ ସ୍ବଇଚ୍ଛାରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri