Categories: ବାଣିଜ୍ୟ

ସମାଧାନ ହେବ ଜେଟ୍‌ ଏୟାରଓ୍ବେଜ୍‌ ସମସ୍ୟା

ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମୁହଁ ଖୋଲିଛନ୍ତି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଏୟାରଲାଇନ୍ସ ସମସ୍ୟାର ସମାଧାନ ହୋଇଯିବ ବୋଲି ତାଙ୍କର ଆଶାରହିଛି। ସୂଚନାଥାଉ କି, ଭାରି ଋଣ ଓ ପ୍ରତିଯୋଗିତାର ଭାର ସମ୍ଭାଳିବାରେ ବିଫଳ ହେବା ପରେ ଜେଟ୍‌ ଏୟାରଓ୍ବେଜ୍‌ର ଋଣପ୍ରଦାନକାରୀଙ୍କ ପକ୍ଷରୁ ନୂଆ ନିବେଶକ ଖୋଜା ଚାଲିଛି। ଅଦ୍ୟାବଧି ଏଥିରେ କୌଣସି ସଫଳତା ମିଳି ନାହିଁ। ଏହି ସେକ୍ଟରକୁ ପୁନର୍ବାର ଗତିଶୀଳ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଦର୍ଶାଇ ପୁରୀ କହିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ତ୍ରୁଟିବିଚ୍ୟୁତି ହୋଇଛି, ଯାହାର ସୁଧାର ଆବଶ୍ୟକ। ଅନ୍ୟପକ୍ଷରେ ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ।
ଜେଟ୍‌ର ଇଞ୍ଜିନିୟରିଂ ଅଥରାଇଜେଶନ ରଦ୍ଦ
ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌କୁ ଆଉ ଏକ ଝଟକା ଲାଗିଛି। ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଅର୍ଥାତ ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ଏବେ ଆଉ କୌଣସି କାମ କରିପାରିବ ନାହିଁ। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ। ଜେଟ୍‌ ଏୟାରଓ୍ବେଜ୍‌ରେ ପ୍ରାୟ ୫୦୦ ଇଞ୍ଜିନିୟର ରହିଛନ୍ତି। କମ୍ପାନୀ ନିକଟରେ ଏବେ ମାତ୍ର ୧୪ ବିମାନ ରହିଛି। ଅନ୍ୟ ବିମାନ ସବୁ ଲିଜ୍‌ରେ ନିଆଯାଇଥିଲା। ମାସିକ ଦେୟ ପ୍ରଦାନ କରା ନ ଯିବାରୁ ଲିଜ୍‌ ଦେଇଥିବା ବିମାନ କମ୍ପାନୀ ଏହାକୁ ପ୍ରତ୍ୟାହାର କରିନେଇଛି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ବିମାନର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁ ନ ଥିବାରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share