ସମସ୍ୟା ଘେରରେ ଧାଡ଼ିଆମ୍ବ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଚନ୍ଦ୍ରଗିରି,୨୩ା୯(ଡି.ଏନ.ଏ.)-ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେକଣ ଯୋଜନା କରୁଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ମୌଳିକ ସୁବିଧା ନାହିଁ। ଏଭଳି ଏକ ବିଦ୍ୟାଳୟ ହେଉଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଧାଡିଆମ୍ବ ଗାଁରେ ରହିଛି ଏହି ୧୪୧ ବର୍ଷର ପୁରାତନ ବିଦ୍ୟାଳୟ। ବିଦ୍ୟାଳୟଟି ୧୮୭୭ରେ ସ୍ଥାପିତ ହୋଇଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପାଠ ପଢୁଥିଲେ। ଏବେ ଏହି ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ର ଓ ଅଭିଭାବକ ମୁହଁ ଫେରାଇ ନେଉଛନ୍ତି। ନିକଟସ୍ଥ ଯୋଡାଆମ୍ବ, ଚନ୍ଦ୍ରଗିରି, ଚାନ୍ଦିପୁଟ ଗ୍ରାମରେଥିବା ସରକାରୀ, ବେସରକାରୀ ବିଦ୍ୟାଳୟକୁ ନେଇ ପିଲାମାନଙ୍କୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଏଠାରେ ପ୍ରଧାନ ଶିକ୍ଷକ ଭାବେ ସୀମାଞ୍ଚଳ ବାଘସିଙ୍ଗ ଓ ଜଣେ ସହକାରୀ ଶିକ୍ଷକ ଏନ.ସାଇରାଜୁ ପଢାଉଥିବାବେଳେ ମାତ୍ର ୨୮ ଜଣ ଛାତ୍ରୀଛାତ୍ର ଅଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ଗୋଟିଏ ପରିତ୍ୟକ୍ତ କୋଠରିରେ ବିପଦପୂର୍ଣ୍ଣ ଭାବେ ସଭିଏଁ ମିଳିମିଶି ପଢୁଛନ୍ତି। କେଉଠିଁ ଛାତରୁ ପଲସ୍ତରା ଖସି ଲୁହାରଡ ଦିଶୁଛି ତ ଚଟାଣରୁ ମେଜିଆ ଉଠି ଖାଲ ହୋଇଗଲାଣି। ଝରକାରେ କବାଟ ନାହିଁ। ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶୁଛି। ବିଦ୍ୟାଳୟ ଚାରିପଟେ ସମ୍ପୂର୍ଣ୍ଣ ପାଚେରି ନଥିବାହେତୁ ସମସ୍ତଙ୍କ ଅବାଧ ପ୍ରବେଶ ହେଉଛି। ବିଦ୍ୟାଳୟ ପରିସରରେ ଦୁଇଟି ଜରାଜୀର୍ଣ୍ଣ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗୋଟିଏ କୋଠା କେତେବେଳେ ଭୁଶୁଡିବ କହିବା ମୁସ୍କିଲ। ଅନ୍ୟ ଗୋଟିଏ କୋଠା ଅସମ୍ପୂର୍ଣ୍ଣ ହେତୁ ତାହାକୁ ଲୋକେ ଗୁହାଳ ରୂପେ ବ୍ୟବହାର କରୁଛନ୍ତି। ପିଲାମାନେ ପରିତ୍ୟକ୍ତ ଘରେ ଭୟର ବାତାବରଣରେ ପାଠ ପଢୁଛନ୍ତି।
ଅମଳର ଏହି ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ସ୍ଥାନୀୟ ସମିତିସଭ୍ୟ ରମାରମଣ କାର୍ଯୀ, ନିରଞ୍ଜନ ରଣାହାଣ୍ଡୁଳ, ନାଥ କାର୍ଯୀ, ସନ୍ତୋଷ ଦଳାଇ, ଚିତ୍ରସେନ ସାହୁ, ନିତିଆ ଦଳାଇ, ଟୁଲୁ କାର୍ଯୀ, ତାରିଣୀ ଦଳାଇ ପ୍ରମୁଖ ଗଣମାଧ୍ୟମ ଜରିଆରେ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ପ୍ରାୟ ସାତମାସ ହେବ ସେଠାରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଏନ. ସାଇରାଜୁ କହିଛନ୍ତି, ଏଠାରେ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ଗୋଟିଏ ଗୃହରେ ପାଠ ପଢ଼ାଯାଉଛି। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ନଥିବା ହେତୁ ବହୁ ସମସ୍ୟା ହେଉଛି। ଏମିତି କି ବିଦ୍ୟାଳୟର କାଗଜପତ୍ର ରଖିବା ପାଇଁ ଜାଗା ନାହିଁ। ବର୍ଷା ହେଲେ ପାଣି ଗଳୁଛି, ଆଲମିରା ମଧ୍ୟ ଭାଙ୍ଗି ଗଲାଣି। ବର୍ତ୍ତମାନ ପ୍ରଧାନ ଶିକ୍ଷକ ଇଏଲ୍‌ରେ ୩୦ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ଏଭଳି ବିଭିନ୍ନ ସମସ୍ୟାକୁ ବିଦ୍ୟାଳୟ ପରିଦର୍ଶନରେ ଆସୁଥିବା ସିଆରସି, ବିଇଓ, ଡିଇଓ ମଧ୍ୟ ଦେଖିଛନ୍ତି। ଏନେଇ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା କହିଛନ୍ତି ଯେ, ବହୁ ପୁରାତନ ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ, ପାଚେରୀ ସମସ୍ୟା ପଞ୍ଚାୟତ ବୁଝିବେ ଏବଂ ଶିକ୍ଷକ ଅଭାବ ନେଇ ଖୁବ୍‌ଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସେଠାରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଯେ, ଏ ନେଇ ଗଣମାଧ୍ୟମରେ ପୂର୍ବରୁ ଖବର ପ୍ରସାରଣ ହୋଇଥିଲା। ବିଭାଗୀୟ ଅଧିକାରୀ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମଦେଇଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ସ୍ବାଧୀନତାର ମୂକସାକ୍ଷୀ ୧୪୧ ବର୍ଷର ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସରକାର ଯଦି ଦୃଷ୍ଟି ନ ଦିଅନ୍ତି ତେବେ ଏକ ଐତିହ୍ୟ ବିଦ୍ୟାଳୟ ମାଟିରେ ମିଶିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri