ସମସ୍ୟା ଘେରରେ ଦଶପଲ୍ଲା ଡାକ୍ତରଖାନା:ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ଅସନ୍ତୋଷ

ଦଶପଲ୍ଲା,୨୮ା୮(ଡି.ଏନ୍‌.ଏ)-ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବା ବିଷୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ସେବାରୁ ବଞ୍ଚତ୍ତ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଏବେ ଅବ୍ୟବସ୍ଥା ଓ ସମସ୍ୟା ଘେରରେ ରହିଛି। ଏଠାରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀମାନେ ବହୁ ଖର୍ଚ୍ଚାନ୍ତ ହୋଇ ନୟାଗଡ଼, ଭୁବନେଶ୍ୱର ଏବଂ କଟକ ଯିବାକୁ ବାଧ୍ୟ ହେଉଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦଶପଲ୍ଲାବାସୀ ସ୍ବାସ୍ଥ୍ୟସେବା ପାଇଁ ହଇରାଣ ହେଉଛନ୍ତି। ସୂଚନାଯୋଗ୍ୟ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ବିଶେଷଜ୍ଞ, ଜଣେ କନିଷ୍ଠ ପ୍ରଥମ ଶ୍ରେଣୀ ଡାକ୍ତର, ୨ ଜଣ ଏମବିବିଏସ୍‌ ଡାକ୍ତର, ଜଣେ ଏଲ୍‌ଟିଆର୍‌ଏମ୍‌ ନିଯୁକ୍ତ ରହିବା ନିୟମ ରହିଛି। ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭରୁ ଉପରୋକ୍ତ ଡାକ୍ତର ସଂଖ୍ୟା ନିର୍ଦ୍ଧାରଣ ହୋଇଥିଲା। ତେବେ ବର୍ତ୍ତମାନ ଲୋକ ସଂଖ୍ୟା ବଢିଥିଲେ ମଧ୍ୟ ଡାକ୍ତର ସଂଖ୍ୟା ବଢିନାହିଁ। ନିୟମାନୁସାରେ ୪ ବିଶେଷଜ୍ଞ ପଦବୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବା କଥା। କିନ୍ତୁ ଦୀର୍ଘ ଦିନ ଧରି ଜଣେ ହେଲେ ବିଶେଷଜ୍ଞ ନ ଥିବା ଘଟଣା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏଠାରେ ମେଡିକାଲ ଅଫିସର ତଥା ଡାକ୍ତର ରୂପେ ଡ. ନବକିଶୋର ସାହୁ ଏବଂ ଡ. ରଶ୍ମିରଞ୍ଜନ ଭଦ୍ର ଅଛନ୍ତି। ଅନ୍ୟ ୩ ଜଣ ସପ୍ତାହକୁ ୨ରୁ୩ ଦିନ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥାନ୍ତି। ତେବେ ବାଣିଗୋଚ୍ଛା ଚିକିତ୍ସାଳୟର ଡାକ୍ତର ବିକାଶ ପାତ୍ର ରବିବାର ଏବଂ ମଙ୍ଗଳବାର ୨ ଦିନ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥାନ୍ତି। ସେହିପରି ମଧ୍ୟଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଡ. ବ୍ରଜେନ୍ଦ୍ର ସେଠୀ ବୁଧବାର ଏବଂ ଶୁକ୍ରବାର ଦଶପଲ୍ଲା ଡାକ୍ତରଖାନା ଆସନ୍ତି। ଡାକ୍ତର କମଳାକାନ୍ତ ତ୍ରିପାଠୀ ସୋମବାର, ଗୁରୁବାର ଏବଂ ଶନିବାର ଦଶପଲ୍ଲା ଡାକ୍ତରଖାନାକୁ ଆସି ରୋଗୀ ସେବା କରନ୍ତି। ଏଭଳି ୨ ସ୍ଥାୟୀ ଏବଂ ତିନି ଅସ୍ଥାୟୀ ଡାକ୍ତରଙ୍କ ଦ୍ୱାରା ଚାଲିଛି ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର। ବିଶେଷଜ୍ଞ ଓ ଆବଶ୍ୟକ ଡାକ୍ତର ନ ଥିବାରୁ ଏଠାରେ ବହୁ ବେଡ୍‌ ଖାଲି ପଡ଼ିଛି। ଅପରପକ୍ଷେ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ବାସ୍ଥ୍ୟକେନ୍ଦ୍ରଟି ରହିଥିବାରୁ ଏଠାକୁ ବହୁ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସିଥାନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଚିକିତ୍ସାଳୟ ହୋଇଥିବାରୁ ବାଣିଗୋଚ୍ଛା, ଟାକେରା, ଆଦିବାସୀ ବହୁଳ ନୂଆଗାଁ, ମଧ୍ୟଖଣ୍ଡ ପ୍ରଭୃତି ଡାକ୍ତରଖାନାରୁ ରେଫର୍‌(ପ୍ରେରିତ) ହୋଇ ରୋଗୀମାନେ ଆସିଥାନ୍ତି। କିନ୍ତୁ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ବହୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ବଡ଼ ଧରଣର ରୋଗୀ ହେଉ କି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏଠାକୁ ଆସିଲେ ବିଶେଷଜ୍ଞ ନ ଥିବାରୁ କେହି ରିସ୍କ ନ ନେଇ ନୟାଗଡ଼ ଡାକ୍ତରଖାନାକୁ ପୁଣି ରେଫର୍‌ କରି ଦିଆଯାଉଛି। ବିଦ୍ୟୁତ୍‌ ସେବା ବ୍ୟାହତ ହେଲେ ରୋଗୀ ଅଧିକ ହଇରାଣ ହୁଅନ୍ତି। ତେବେ ଡାକ୍ତରଖାନାରେ ବିଶେଷଜ୍ଞ ନ ଥିବା ବିଷୟ ମେଡିକାଲ ଅଫିସର ସାହୁ ସ୍ବୀକାର କରିଛନ୍ତି। ଚଳିତ ମାସ ରୋଗୀ କଲ୍ୟାଣ ସମିତି ବୈଠକରେ ଡାକ୍ତର ଅଭାବ ନେଇ ଉଦ୍‌ବେଗ ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ଆବଶ୍ୟକ ଡାକ୍ତର ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri