ସମସ୍ତ ସହରାଞ୍ଚଳରେ ହେବ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ୩୩ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ରକ୍ତ ନମୁନା ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ତେଣୁ ଏହି ଭୂତାଣୁ ଯେପରି ଅନ୍ୟତ୍ର ନ ବ୍ୟାପେ, ସେଥି ପାଇଁ ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ଏଥିସହିତ କ’ଣ କରାଯିବା ଉଚିତ ଏବଂ କ’ଣ ନୁହେଁ, ସେ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଏ ନେଇ ସମସ୍ତ ପୌରପରିଷଦ, ମହାନଗର, ବିଜ୍ଞପିତ ଅଞ୍ଚଳର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି।
ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ନେଇ ପୌର ପ୍ରଶାସନ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅସ୍ଥାୟୀ ଭାବେ କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ବାତ୍ୟା ଆଶ୍ରୟ ସ୍ଥଳୀ, ସହରାଞ୍ଚଳ ଆଶ୍ରୟସ୍ଥଳୀ ଏବଂ ଅନ୍ୟାନ୍ୟ ଉପଯୁକ୍ତ ବିଲ୍ଡିଂ(ସରକାରୀ/ବେସରକାରୀ)କୁ କ୍ୱାରଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସବୁ ସ୍ଥାନକୁ ଯେପରି ଅବିରତ ବିଦ୍ୟୁତ୍‌ ଏବଂ ଆଲୋକ(ପାୱାର ବ୍ୟାକଅପ୍‌ -ଡିଜି ସେଟ୍‌)ର ବ୍ୟବସ୍ଥା ଥିବ। ସମସ୍ତ ବିଲ୍ଡିଂ ସମ୍ମୁଖ ଭାଗରେ ଲିଫ୍ଟ ବ୍ୟବସ୍ଥା ସହ ବାହାର ଏବଂ ଭିତର ପାର୍ଶ୍ୱ ଆବଶ୍ୟକ ରଙ୍ଗ କରାଯିବ। ଆବଶ୍ୟକ ହେଲେ ଏ ସମସ୍ତ ବ୍ୟବସ୍ଥା ପରିଚାଳନା କରିବା ପାଇଁ ବିଭିନ୍ନ ଏଜେନ୍ସିକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେବା ଯୋଗାଇ ଦେବାକୁ ଥିବା ଏଜେନ୍ସିକୁ ତୁରନ୍ତ ଯୋଗାଯୋଗ କରି ଅତିରିକ୍ତ ମାନବସମ୍ବଳ ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବିଲ୍ଡିଂକୁ ସାନିଟାଇଜ୍‌ କରିବା ସହ ସ୍ବଚ୍ଛତା ଏବଂ ହାଇଜିନିକ୍‌ ଭାବେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହି ବିଲ୍ଡିଂର ରକ୍ଷଣାବେକ୍ଷଣ ପାଇଁ ଏକ ଉତ୍ସର୍ଗୀକୃତ ଦଳ ପ୍ରସ୍ତୁତ ରହିବ। ଏହାର ଆଖପାଖ ଅଞ୍ଚଳର ସ୍ବାସ୍ଥ୍ୟାବସ୍ଥା ଏବଂ ସାନିଟାରି ସମ୍ପର୍କିତ ତଥ୍ୟ ଅନୁସନ୍ଧାନ ପାଇଁ ଏକ ଟିମ୍‌ ପ୍ରସ୍ତୁତ ରହିବ। ପ୍ରତ୍ୟେକ ୱାର୍ଡ ଅଫିସରେ ନିଯୁକ୍ତ ହୋଇଥିବା ଅଫିସର ନିରୀକ୍ଷଣ ଅଧିକାରୀଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ବିଭିନ୍ନ ପର୍ଯ୍ୟାୟରେ ପଦକ୍ଷେପ ନିଆଯିବାକୁ ଥିବାରୁ ୱାର୍ଡ ଅଫିସରମାନେ ନିୟମିତ ନିଜ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।
ସହରାଞ୍ଚଳରେ ସମସ୍ତ ପ୍ରକାର ଭିଡ଼ ଏବଂ ଗହଳି ହେବା ଉପରେ ମଧ୍ୟ ରୋକ୍‌ ଲାଗିଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ନିୟୋଜିତ ସ୍ବଚ୍ଛ ସାଥୀମାନେ ନିଜ ନିଜ ଅଞ୍ଚଳରେ ରହୁଥିବା ଅଥବା ଗତ ୧୫ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ବା ଭ୍ରମଣ ପାଇଁ ଏଠାକୁ ଆସିଥିବା ବିଦେଶୀ ଏବଂ ପ୍ରବାସୀଙ୍କ ସମ୍ପର୍କରେ ସୂଚନା ଦେବେ। ଏହି ସୂଚନା ସେମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କମିଶନରଙ୍କୁ ପ୍ରଦାନ କରିବେ। ପରିବେଶଗତ ସ୍ବଚ୍ଛତାକୁ ଯଥାସମ୍ଭବ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ସହରାଞ୍ଚଳରେ ଥିବା ସମସ୍ତ ଶୌଚାଳୟ ଏବଂ ଆହାର କେନ୍ଦ୍ରଗୁଡିକରେ ୨ ଦିନ ମଧ୍ୟରେ ୱାଟର ଜେଟିଙ୍ଗ୍‌ ମେଶିନ୍‌ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି। ପୌରାଞ୍ଚଳକୁ ନିୟମିତଭାବେ ସାନିଟାଇଜ୍‌ କରିବାକୁ ଧୂଆଁ ଏବଂ ସ୍ପ୍ରେ ମେଶିନ୍‌ ଯୋଗାଇ ଦିଆଯିବ। ଆବଶ୍ୟକତାକୁ ଦେଖି ଏହା କିଣାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଗୋଷ୍ଠୀ ଶୌଚାଳୟ ଏବଂ ପରିସ୍ରାଗାରକୁ ଯେପରି ଅବିରତ ପାଣି ଯୋଗାଣ କରାଯିବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିସହିତ ଫେସ୍‌ ଲିଫ୍ଟ ବ୍ୟବସ୍ଥା ଉପଲବ୍ଧ ହେବ, ସେ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି। ସହରାଞ୍ଚଳରେ ଥିବା ସମସ୍ତ ପାର୍କ ଦିନ ୨ଟାରୁ ବନ୍ଦ କରାଯିବ। ସାମାଜିକ ଗଣମାଧ୍ୟମରେ କରୋନା ସମ୍ପର୍କିତ ଅପପ୍ରଚାରକୁ ରୋକିବାକୁ ପଦକ୍ଷେପ ନିଆଯିବ। ବ୍ୟାପକଭାବେ ଆଇଇସି ଦ୍ୱାରା ପ୍ରଚାର କରାଯିବ। ଭୁଲ୍‌ ଖବର ପ୍ରଚାର ପ୍ରସାର କରୁଥିବା ସମ୍ପର୍କରେ ପ୍ରଶାସନକୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ପୌର ପ୍ରଶାସକଗୁଡିକ ଏ ସମସ୍ତ କାର୍ଯ୍ୟ ପାଇଁ ଅର୍ଥ କମିଶନ/ରାଜ୍ୟ ପାଣ୍ଠି/ନିଜସ୍ବ ସମ୍ବଳରୁ ବ୍ୟୟ କରିବେ। ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ନିୟମିତ ଭାବେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri