ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ ମିଳୁ ନ ଥିବା, ଦରମାରୁ କଟାଯାଉଥିବା ଇପିଏଫ, ଇଏସଆଇ ବାବଦକୁ ଅର୍ଥ ଜମା କରାଯାଉ ନ ଥିବା, ସର୍ବନିମ୍ନ ମଜୁରୀ ମିଳୁ ନାଧାରଣ ନେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହି କାମ ହାତକୁ ନେଇଥିବା ଘରୋଇ ସଂସ୍ଥା ସଫେଇ ବାବଦକୁ ବହୁ ଅର୍ଥ ନେଉଥିଲେ ହେଁ ଠିକ ଭାବରେ ସଫେଇ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏବେ କର୍ମଚାରୀଙ୍କ ପ୍ରତି ଅବହେଳା ଚର୍ଚ୍ଚାର ବିଷୟ ହୋଇଛି। ଏଣୁ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହେଉଛି। ଏନେଇ ସଂସ୍ଥାର ମୁଖ୍ୟ ସୁରେନ୍ଦ୍ର ବାରିକ କହିଛନ୍ତି ଯେ, ସେଭଳି କୌଣସି ସମସ୍ୟା ନାହଁ। ବେ ଅଦ୍ୟାବଧି ପଇସା ପାଇନାହାଁନ୍ତି। ତେବେ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ଦିଆଯାଇଛି। ନୂଆ ପିଲାଙ୍କ ଇପିଏଫ ସମସ୍ୟା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri