ସଫଳତା ପୂର୍ବରୁ ଟ୍ରେନ୍‌ରେ ଗୀତ ଗାଉଥିଲେ ଆୟୁଷ୍ମାନ୍‌

ମୁମ୍ବାଇ: ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଆୟୁଷ୍ମାନ୍‌ ଖୁରାନା ଅନ୍ୟତମ। ସେ ଯେଉଁ ଗୀତ ଗାଆନ୍ତି ଏବଂ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ ହିଟ୍‌ ହୋଇଯାଏ। ଆୟୁଷ୍ମାନ୍‌ଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୂନ୍‌’ ଏବଂ ‘ବଧାଇ ହୋ’କୁ ଅନେକ ନ୍ୟାଶନାଲ୍‌ ଆଓ୍ବାର୍ଡ ମିଳିଛି। ଏହାସହ ସେ ନିଜେ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ନ୍ୟାଶନାଲ ଆଓ୍ବାର୍ଡ ହାସଲ କରିଛନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବାର ଅଳ୍ପ ଦିନ ମଧ୍ୟରେ ଆୟୁଷ୍ମାନ୍‌ ନିଜର ନିଷ୍ଠା ଏବଂ ଉଚ୍ଚକୋଟୀର ଅଭିନୟ ପାଇଁ ହିନ୍ଦୀ ସିନେମା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। କେବଳ ଏତିକି ନୁହେଁ, ସେ ଜଣେ ଲୋକପ୍ରିୟ ଗାୟକ ମଧ୍ୟ। ତେବେ ଅଧୁନା ଏତେ ସଫଳତା ଓ ଲୋକପ୍ରିୟତା ହାସଲ କରିଥିବା ଆୟୁଷ୍ମାନ୍‌ଙ୍କ ଷ୍ଟ୍ରଗଲ୍‌ ବିଷୟରେ ଆସନ୍ତୁ କିଛି ଜାଣିବା।
ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ଆୟୁଷ୍ମାନ୍‌ ସଫଳତା ପାଇବା ପୂର୍ବରୁ ତାଙ୍କର ଷ୍ଟ୍ରଗଲ୍‌ ସମୟକୁ ନେଇ କିଛି ଖୁଲାସା କରିଥିଲେ। ସେ କହିଥିଲେ, ଯେତେବେଳେ ସେ ଥିଏଟର ଶୋ’ କରିବାକୁ ଯାଉଥିଲେ, ସେ ଟ୍ରେନ୍‌ରେ ଗୀତ ଗାଇ ଟଙ୍କା ରୋଜଗାର କରୁଥିଲେ। ଏଭଳି କରିବା ଦ୍ୱାରା ସେ ଗୋଆ ଟ୍ରିପ୍‌ ପାଇଁ ଟଙ୍କା ଜମା କରିପାରୁଥିଲେ। ଏଇଥିପାଇଁ ସେ ଆଜି ଠିକ୍‌ଠାକ୍‌ ଗୀତ ଗାଇପାରୁଛନ୍ତି ବୋଲି ଆୟୁଷ୍ମାନ୍‌ କହିଛନ୍ତି।
ଏମିତିରେ ସମସ୍ତେ ଜାଣନ୍ତି କ୍ୟାରିୟରକୁ ନେଇ ଆୟୁଷ୍ମାନ୍‌ ଟିକେ ସିରିୟସ୍‌। ସେ ଯେକୌଣସି ଫିଲ୍ମରେ ଅଭିନୟ କରିବାକୁ ରାଜି ହୁଅନ୍ତି ନାହିଁ। ଭାବିଚିନ୍ତି ଫିଲ୍ମର ସ୍କ୍ରିପ୍ଟ ଚୟନ କରନ୍ତି। ତେବେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବା ପୂର୍ବରୁ ପ୍ରାୟ ୫-୬ ଫିଲ୍ମ ଅଫର୍‌କୁ ମନା କରିଦେଇଥିଲେ। ଗୋଟିଏ ଭଲ ଫିଲ୍ମ କରିବାକୁ ସେ ଅନେକ ଫିଲ୍ମକୁ ମନାକରି ଦେଇଥିବା କହିଛନ୍ତି। ଆୟୁଷ୍ମାନ୍‌ଙ୍କ କହିବା ହେଲା, ପ୍ରଥମ ଫିଲ୍ମ ସବୁବେଳେ ସ୍ବତନ୍ତ୍ର ହେବା ଉଚିତ୍‌। ତେବେ ୨-୩ଟି ଫିଲ୍ମ କରିବା ପରେ ସାମାଜିକ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଫିଲ୍ମ କରିବାକୁ ତାଙ୍କର ଇଚ୍ଛା ଥିଲା।
ସେହିଭଳି ବଲିଉଡ୍‌ରେ ଚାଲିଥିବା ନେପୋଟିଜମ୍‌ ବା ପରିବାରବାଦକୁ ନେଇ ମଧ୍ୟ ଆୟୁଷ୍ମାନ୍‌ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ବଲିଉଡ୍‌ରେ ପ୍ରଥମ ବ୍ରେକ୍‌ ତ ମିଳିଯାଏ। ହେଲେ ଆଗକୁ ସେମାନଙ୍କ ପାଇଁ ରାସ୍ତା ବହୁତ କଠିନ ହୋଇଥାଏ। ଷ୍ଟାର୍‌ କିଡ୍‌ମାନେ ନିଜର ଶତ ପ୍ରତିଶତ ପର୍‌ଫର୍ମାନ୍ସ ଦେବା ପରେ ମଧ୍ୟ ଦର୍ଶକେ ସନ୍ତୁଷ୍ଟ ହୁଅନ୍ତିନାହିଁ। ହେଲେ ମୁଁ ୫୦ ପ୍ରତିଶତ ପ୍ରଚେଷ୍ଟା କଲେ ମଧ୍ୟ ପରିଶ୍ରମ ବଳରେ ଏହା ହାସଲ କରିଛି ବୋଲି ଦର୍ଶକେ କୁହନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri