Posted inଖେଳ

ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ

ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ ଚଳାଇଛନ୍ତି। କିନ୍ତୁ ଭାରତୀୟ ଖେଳାଳି ଭାବେ ଧୋନୀଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇସାରିଛି। ୩୮ ବର୍ଷୀୟ କ୍ରିକେଟର ଯୁବ ଖେଳାଳିଙ୍କ ଲାଗି ବାଟ ଛାଡ଼ିବା ଉଚିତ ବୋଲି କେତେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି। ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଧୋନୀ ନିମ୍ନ କ୍ରମରେ ବ୍ୟାଟିଂ କରି ୩୧ ବଲରୁ ୪୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନିକଟରେ ବିଜୟ ସୁଯୋଗ ଥିଲା। ହେଲେ ଧୋନୀ ବାଉଣ୍ଡ୍ରି ଲଗାଇବାକୁ ଉଦ୍ୟମ କରି ନ ଥିଲେ। ଏହି ପରାଜୟ ପାଇଁ କିଛି ପୂର୍ବତନ ଖେଳାଳି ଧୋନୀଙ୍କୁ ଦାୟୀ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଖୁବଶୀଘ୍ର ଧୋନୀଙ୍କ ସହ ଆଲୋଚନା କରିବେ। ଯଦି ସେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ତେବେ ତାଙ୍କ ଅବସର ନେବାର ସମୟ ଆସିପାରେ ବୋଲି ବୁଝାଇବେ। ସେ ଏପର୍ଯ୍ୟନ୍ତ ଅବସର ସମ୍ପର୍କରେ ଘୋଷଣା କରି ନାହାନ୍ତି, ଯାହା କି ଆମକୁ ଆଶ୍ଚର୍ଯ୍ୟ କରିଛି। ରିଷଭ ପନ୍ତଙ୍କ ଭଳି ଯୁବ ଖେଳାଳି ସୁଯୋଗ ହାତେଇବା ଅପେକ୍ଷାରେ ରହିଛନ୍ତି। ଆମେ ବିଶ୍ୱକପ୍‌ରେ ଦେଖିଛୁ, ଧୋନୀ ଆଉ ପୂର୍ବଭଳି ବ୍ୟାଟ୍ସମ୍ୟାନ ନାହାନ୍ତି। ବ୍ୟାଟିଂ କ୍ରମର ୬ଷ୍ଠ କିମ୍ବା ୭ମ ସ୍ଥାନରେ ଆସିବା ସତ୍ତ୍ୱେ ସେ ଦ୍ରୁତ ବୋଲରଙ୍କ ବିପକ୍ଷରେ ସ୍କୋର କରିପାରୁ ନାହାନ୍ତି। ଏହା ଦଳକୁ କ୍ଷତି ପହଞ୍ଚାଉଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଲାଗି ଧୋନୀଙ୍କୁ ଚୟନ କରାଯିବ ନାହିଁ। କାରଣ ସେ ୨୦୨୦ ଟି୨୦ ବିଶ୍ୱକପ୍‌ ଲାଗି ଚୟନକର୍ତ୍ତାଙ୍କ ଯୋଜନାରେ ନାହାନ୍ତି। ତାଙ୍କୁ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ପଡ଼ିବ। ଆଉ ତାଙ୍କୁ ସିଧାସଳଖ ଜାତୀୟ ଦଳକୁ ଚୟନ କରାଯିବ ନାହିଁ। ସେ ଅନ୍ତର୍ଜାତୀୟ ସ୍ତରରେ ସବୁପ୍ରକାର ସଫଳତା ପାଇସାରିଛନ୍ତି। ଧୋନୀଙ୍କ ଐତିହାସିକ ଅନ୍ତର୍ଜାତୀୟ କ୍ୟାରିୟରରେ ୩୫୦ ମ୍ୟାଚ୍‌ରୁ ୧୦,୭୭୩ ଓ ୯୮ ଟି୨୦ରୁ ୧୬୧୭ ରନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri