Posted inଖେଳ

ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ

ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ ଚଳାଇଛନ୍ତି। କିନ୍ତୁ ଭାରତୀୟ ଖେଳାଳି ଭାବେ ଧୋନୀଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇସାରିଛି। ୩୮ ବର୍ଷୀୟ କ୍ରିକେଟର ଯୁବ ଖେଳାଳିଙ୍କ ଲାଗି ବାଟ ଛାଡ଼ିବା ଉଚିତ ବୋଲି କେତେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି। ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଧୋନୀ ନିମ୍ନ କ୍ରମରେ ବ୍ୟାଟିଂ କରି ୩୧ ବଲରୁ ୪୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନିକଟରେ ବିଜୟ ସୁଯୋଗ ଥିଲା। ହେଲେ ଧୋନୀ ବାଉଣ୍ଡ୍ରି ଲଗାଇବାକୁ ଉଦ୍ୟମ କରି ନ ଥିଲେ। ଏହି ପରାଜୟ ପାଇଁ କିଛି ପୂର୍ବତନ ଖେଳାଳି ଧୋନୀଙ୍କୁ ଦାୟୀ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଖୁବଶୀଘ୍ର ଧୋନୀଙ୍କ ସହ ଆଲୋଚନା କରିବେ। ଯଦି ସେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ତେବେ ତାଙ୍କ ଅବସର ନେବାର ସମୟ ଆସିପାରେ ବୋଲି ବୁଝାଇବେ। ସେ ଏପର୍ଯ୍ୟନ୍ତ ଅବସର ସମ୍ପର୍କରେ ଘୋଷଣା କରି ନାହାନ୍ତି, ଯାହା କି ଆମକୁ ଆଶ୍ଚର୍ଯ୍ୟ କରିଛି। ରିଷଭ ପନ୍ତଙ୍କ ଭଳି ଯୁବ ଖେଳାଳି ସୁଯୋଗ ହାତେଇବା ଅପେକ୍ଷାରେ ରହିଛନ୍ତି। ଆମେ ବିଶ୍ୱକପ୍‌ରେ ଦେଖିଛୁ, ଧୋନୀ ଆଉ ପୂର୍ବଭଳି ବ୍ୟାଟ୍ସମ୍ୟାନ ନାହାନ୍ତି। ବ୍ୟାଟିଂ କ୍ରମର ୬ଷ୍ଠ କିମ୍ବା ୭ମ ସ୍ଥାନରେ ଆସିବା ସତ୍ତ୍ୱେ ସେ ଦ୍ରୁତ ବୋଲରଙ୍କ ବିପକ୍ଷରେ ସ୍କୋର କରିପାରୁ ନାହାନ୍ତି। ଏହା ଦଳକୁ କ୍ଷତି ପହଞ୍ଚାଉଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଲାଗି ଧୋନୀଙ୍କୁ ଚୟନ କରାଯିବ ନାହିଁ। କାରଣ ସେ ୨୦୨୦ ଟି୨୦ ବିଶ୍ୱକପ୍‌ ଲାଗି ଚୟନକର୍ତ୍ତାଙ୍କ ଯୋଜନାରେ ନାହାନ୍ତି। ତାଙ୍କୁ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ପଡ଼ିବ। ଆଉ ତାଙ୍କୁ ସିଧାସଳଖ ଜାତୀୟ ଦଳକୁ ଚୟନ କରାଯିବ ନାହିଁ। ସେ ଅନ୍ତର୍ଜାତୀୟ ସ୍ତରରେ ସବୁପ୍ରକାର ସଫଳତା ପାଇସାରିଛନ୍ତି। ଧୋନୀଙ୍କ ଐତିହାସିକ ଅନ୍ତର୍ଜାତୀୟ କ୍ୟାରିୟରରେ ୩୫୦ ମ୍ୟାଚ୍‌ରୁ ୧୦,୭୭୩ ଓ ୯୮ ଟି୨୦ରୁ ୧୬୧୭ ରନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri