ସତ୍ୟବାଦୀ ବିଦ୍ୟାପୀଠ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ

ଉଲୁଣ୍ଡା/ଅମରପାଲି, ୨୩।୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ବିଦ୍ୟାପୀଠର ବିଜ୍ଞାନ କ୍ଲବକୁ ଚଳିତ ବର୍ଷର ଗୋଲ୍ଡ କ୍ଲବ ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ ପାଇଁ ରୁଚିପୂର୍ଣ୍ଣ ଶ୍ରେଣୀ ଶିକ୍ଷାଦାନ ଓ ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଯୋଗୁଁ କ୍ଲବ ଏହି ସମ୍ମାନ ପାଇଛି । ଓଡିଶାରେ କାର୍ଯ୍ୟ କରୁଥିବା ୨୨୪ ସକ୍ରିୟ ବିଜ୍ଞାନ କ୍ଲବ ମଧ୍ୟରୁ ସତ୍ୟବାନୀ ବିଜ୍ଞାନ କ୍ଲବକୁ ଲଗାତାର ଦୁଇ ବର୍ଷ ଧରି ସିଲଭର କ୍ଲବ ଓ ଚଳିତ ବର୍ଷ ପାଇଁ ଗୋଲ୍ଡ କ୍ଲବ ସମ୍ମାନ ମିଳିଥିବାରୁ ସାରା ଜିଲାରେ ଖୁସିର ଲହରି ଦେଖାଯାଇଛି । କ୍ଲବ ସଂଯୋଜକ ରାଧେଶ୍ୟାମ ପୁରୋହିତଙ୍କ ସୂଚନାମତେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା ବିଭାଗ ଅନ୍ତର୍ଗତ ବିଜ୍ଞାନପ୍ରସାର ନୂଆଦିଲ୍ଲୀ ସହ ସହବନ୍ଧିତ ୨୪୦୦ସକ୍ରିୟ ବିଜ୍ଞାନ କ୍ଲବକୁ ବର୍ଗିକରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଇ ପ୍ରକ୍ରିୟାରେ ବିଜ୍ଞାନପ୍ରସାର, ଏନସିଇଆରଟି ଓ ଜାତୀୟ ବିଜ୍ଞାନ ସଂଗ୍ରହାଳୟର ପ୍ରତିଷ୍ଠିତ ବୈଜ୍ଞାନୀକଗଣ ନିୟୋଜିତ ହୋଇଥିଲେ। ନିଜନିଜ ଅଞ୍ଚଳରେ ଛାତ୍ରୀଛାତ୍ର ତଥା ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଓ ଶିକ୍ଷାଦାନରେ ଅଭିନବ ଶୈଳୀର ପ୍ରୟୋଗକୁ ଆଧାର ଭାବେ ନେଇ ଜାତୀୟସ୍ତରରେ ୫ଟି କ୍ଲବକୁ ପ୍ଲାଟିନମ୍‌, ୫୭ଟି କ୍ଳବକୁ ଗୋଲ୍ଡ, ୬୦ଟି କ୍ଲବକୁ ସିଲଭର ଓ ୧୧୧ଟି କ୍ଲବକୁ ବ୍ରୋଞ୍ଜ ମାନ୍ୟତା ପ୍ରଦାନ କରାଯାଇଥିଲା। ସେହିପରି ଓଡିଶାରେ କାର୍ଯ୍ୟରତ ୨୨୪ଟି ସକ୍ରିୟ କ୍ଲବ ମଧ୍ୟରୁ କଳାହାଣ୍ଡି, କନ୍ଧମାଳ, ଭଦ୍ରକ ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ବ୍ରୋଞ୍ଜ ଓ ଖୋର୍ଦ୍ଧା ଜିଲାରୁ ୨ଟି ଏବଂ ବାଳେଶ୍ୱର ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ସିଲଭର ଓ ସତ୍ୟବାଦୀ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ ପାଇଁ ମନୋନୀତ ହୋଇଥିବା କ୍ଲବ ସଂଯୋଜକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ପୁରୋହିତ ପ୍ରକାଶ କରିଛନ୍ତି । ସତ୍ୟବାଦୀ ବିଜ୍ଞାନ କ୍ଲବର ଏହି ସଫଳତା ଜିଲାର ଅନ୍ୟ ସ୍କୁଲମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଇଓ ପୁଷ୍ପ ମିଞ୍ଜ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

ଭିସୁଟ୍‌ରେ ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ସମ୍ବଲପୁର,୨୩।୪(ପ୍ରମୋଦ ବହିଦାର): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ରାଗିଙ୍ଗ ଅଭିଯୋଗ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri