Posted inଜାତୀୟ

ସଡ଼କ ଉପରେ ପର୍ଯ୍ୟଟକଙ୍କ କାର ସହ ଖେଳିଲେ ଗଜରାଜ

ରାମନଗର,୨୮।୬: ଆକ୍ସନ ମୁଡରେ ଗଜରାଜ। ଉତ୍ତରାଖଣ୍ଡର ରାମନଗର ନିକଟରେ ଥିବା ଭାକ୍ରାକୋଟରେ କିଛି ହାତୀ ପଲ ଉତ୍ପାତ ମଚାଇଛନ୍ତି। ରାସ୍ତାରେ ଠିଆ ହୋଇଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ଠେଲା ପେଲା କରି ଭାଙ୍ଗି ଦେଇଛନ୍ତି ହାତୀପଲ। ସୂଚନାଯୋଗ୍ୟ ଭକ୍ରାକୋଟ ରାମନଗରରୁ ୨୩ କିଲୋମିଟର ଦୂର ଏବଂ କୋରବେଟ ଟାଇଗର ରିଜର୍ଭ ଓ ଆଲମୋରା ଜଙ୍ଗଲ ମଝିରେ ଅବସ୍ଥିତ। ଏଠାରେ ପ୍ରତିଦିନ ପର୍ଯ୍ୟଟକ ଛୁଟି କାଟିବାକୁ ଆସିଥାନ୍ତି। ତେବେ କିଛି ପର୍ଯ୍ୟଟକ ଏଠାରେ ଛୁଟି ମନାଇବାକୁ ଆସିଥିବା ବେଳେ ରାସ୍ତା ଉପରେ ଗାଡି ରଖି ପାଖରେ ଥିବା ଏକ ରିସୋର୍ଟକୁ ଚାଲିଯାଇଥିଲେ। ସେହି ସମୟରେ ଜଙ୍ଗଲରୁ କିଛି ହାତୀ ପଲ ଆସି କାରକୁ ନିଜ ଗୋଡ଼ ଓ ଶୁଣ୍ଢରେ ଦଳି ଦେଇଥିଲେ। କାରଟି ଭାଙ୍ଗିଯାଇଥିବା ବେଳେ ଭାଗ୍ୟବଶତଃ ସେଥିରେ କେହି ନ ଥିଲେ। ଅପରପକ୍ଷରେ ଆଉ ଏକ କାର ସେହି ବାଟ ଦେଇ ଆସୁଥିବା ବେଳେ ହାତୀଙ୍କ ଉତ୍ପାତ ଦେଖି ପୁଣି ପଛକୁ ଫେରିଯାଇଥିଲା। କିଛି ସମୟ କାର ସହ ଖେଳିବା ପରେ ହାତୀପଲ ପୁଣି ଜଙ୍ଗଲକୁ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri