ସଙ୍କଟରେ ଶିଳ୍ପ

କଳିଙ୍ଗନଗରରେ ସମ୍ପ୍ରତି ଇସ୍ପାତ ଶିଳ୍ପର ଅବସ୍ଥା ଭଲ ନାହିଁ। ଋଣ ପରିଶୋଧ କରି ନ ପାରିବାରୁ ମେସ୍କୋ(ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ) ମାଲିକାନାରେ ଥିବା ମୈଥାନ ଇସ୍ପାତ କାରଖାନାକୁ ନିକଟରେ ୭ଟି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦଖଲକୁ ନେଇଛନ୍ତି। ଏହାବାଦ ଜରିମାନା ଖିଲାପି ଅଭିଯୋଗରେ ଉକ୍ତ କାରଖାନାର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କେନ୍ଦୁଝର ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରୋହିତ ଫେରୋଟେକ, କେଜେ ଇସ୍ପାତ, ଭିସା ଷ୍ଟିଲ, ନୀଳାଚଳ ଇସ୍ପାତ ନିଗମ କାରଖାନାର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନ ଥିବାରୁ ପରିସ୍ଥିତି ଦୋହଲିବାରେ ଲାଗିଛି। ଯେଉଁଥିପାଇଁ ଶତାଧିକ ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକଙ୍କୁ ଛଟେଇ ମଧ୍ୟ କରାଯାଇଛି। ଏପରି କି ମୈଥାନ, ନୀଳାଚଳ ଓ ମେସ୍କୋ ଷ୍ଟିଲ୍‌ର କର୍ମଚାରୀମାନେ ଦରମା ଦାବିରେ ଆନ୍ଦୋଳନରେ ବସୁଛନ୍ତି। ପ୍ରାୟ ଅଧିକାଂଶ କାରଖାନାରେ ଶ୍ରମିକ ଓ କର୍ମଚାରୀ ଅସନ୍ତୋଷ ବଳବତ୍ତର ରହିଛି। ଗତ ୨ ବର୍ଷ ମଧ୍ୟରେ ୨୫ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଛଟେଇ ହୋଇ ସାରିଛନ୍ତି। ରାଜ୍ୟର ଶିଳ୍ପ ଉପରେ ଟିକସ ଗଡ଼ିବା ସହ ଋଣର ମାତ୍ରା ବଢୁଥିବାରୁ ରାଜକୋଷ ଦୋହଲିବାରେ ଲାଗିଛି। ବିଶ୍ୱ ବଜାରରେ ଆର୍ଥତ୍କ ମାନ୍ଦାବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। କମ୍‌ ମୂଲ୍ୟରେ ବାହାର ଦେଶର ଷ୍ଟିଲ୍‌ର ବହୁଳ ଭାବରେ ବିକ୍ରି ଯୋଗୁ ଦେଶର ଅନେକ କର୍ପୋରେଟ ସେକ୍ଟର ହାତ ଟେକି ଦେଇଛନ୍ତି। ଏପରି କି କିଛି କର୍ପୋରେଟ ସେକ୍ଟର ସମୂହ ପୁଞ୍ଜିନିବେଶ ଯୋଜନାକୁ ସାମୟିକ ସ୍ଥଗିତ ରଖିବାକୁ ବାଧ୍ୟ ହେଲେଣି। ଏହାର ପ୍ରଭାବ ଷ୍ଟିଲ୍‌ ସିଟି କଳିଙ୍ଗନଗରରେ ଅନୁଭୂତ ହେଲାଣି। ବିଶେଷ କରି ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ବିଆର୍‌ପିଏଲ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଶିଳ୍ପ କମ୍ପାନୀ ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେଣି। ରୋହିତ ଫେରୋଟେକ କାରଖାନା ମଧ୍ୟ ଖୁବଶୀଘ୍ର ବ୍ୟାଙ୍କ ଦ୍ୱାରା ଜବତ ହେବ ବୋଲି ଶୁଣିବାକୁ ମିଳିଛି। ଏଭଳିସ୍ଥିତିରେ କର୍ମଚାରୀ ଛଟେଇ ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି। ରାଜ୍ୟରେ ଅର୍ଥନୀତିର ମାନ୍ଦାବସ୍ଥାର ପ୍ରଭାବ, ଷ୍ଟିଲ ଓ ସ୍ପଞ୍ଜଆଇରନ କ୍ଷେତ୍ରକୁ ବହୁଳମାତ୍ରାରେ ପ୍ରଭାବିତ କରିଛି। ସରକାର ଅନେକ ଶିଳ୍ପ ସଂସ୍ଥାକୁ ପୁଞ୍ଜି ବିନିଯୋଗ କରିବାକୁ ଆହ୍ବାନ ଦେଉଥିଲେ ମଧ୍ୟ ଅନେକ ପଛଘୁଞ୍ଚା ଦେଉଛନ୍ତି। ଶିଳ୍ପସଂସ୍ଥା ଠିକ୍‌ଭାବେ ଚାଲିଲେ, ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀ ଓ ଶ୍ରମିକ ଗୋଷ୍ଠୀର ଜୀବନ ମାନରେ ଉନ୍ନତି ଆସିବ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri