ସଙ୍କଟରେ ଶତାଧିକ କରୋନା ଯୋଦ୍ଧା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ କରୋନାକୁ ହଟାଇବା ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ଯବାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ। ସବୁକିଛି ଭୁଲି ସେମାନେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଅହରହ ଲାଗିପଡିଛନ୍ତି। କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଉଥିବା ଏହି ଯୋଦ୍ଧାମାନଙ୍କୁ ଏବେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଓଡ଼ିଶାର ଶତାଧିକ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବାରୁ ଲଢ଼େଇ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ମିଳିଥିବା ସଦ୍ୟ ତଥ୍ୟ ଅନୁସାରେ, ଭୁବନେଶ୍ୱର ଏମ୍‌ସର ୪ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ଜରି, ଫାର୍ମାକୋଲୋଜି ଓ ପାଥୋଲୋଜିର ୩ଜଣ ସିନିୟର ରେସିଡେଣ୍ଟ୍‌ ରହିଛନ୍ତି। ଏମାନେ ଗୋଟିଏ ସ୍ଥାନରେ ଏକତ୍ର ରହୁଥିଲେ। ଅନ୍ୟଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର ବୋଲି ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନ୍‌ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ଆଉ ୯ଜଣ ନର୍ସ ମଧ୍ୟ କୋଭିଡ୍‌-୧୯ ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।
ଅନ୍ୟପଟେ ୧୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏନ୍‌ଡିଆର୍‌ଏଫ୍‌ର ୫୦ ଓ ଓଡ୍ରାଫ୍‌ର ୧୧ଜଣ ଯବାନ ରହିଛନ୍ତି। ଏମାନେ ବାତ୍ୟା ‘ଅମ୍ଫନ୍‌’ ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ପରେ ସମସ୍ତଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇ ନମୁନା ପରୀକ୍ଷଣ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେପଟେ ୧୨ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏମାନେ ମଧ୍ୟ ‘ଅମ୍ଫନ୍‌’ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି। ଏଥିସହ ଡିଜି ମହାନ୍ତି ଏମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ (ଓଏସ୍‌ଏସ୍‌ଏଫ୍‌)ର ଜଣେ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଖଲ୍ଲିକୋଟ ଥାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ଅସୁସ୍ଥ ହେବାରୁ ତାଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଗଞ୍ଜାମ ପୋଲିସରେ ୨ ହୋମ୍‌ଗାର୍ଡ କରୋନା ଚିହ୍ନଟ ହୋଇଥିବାବେଳେ ରାଜ୍ୟର ଏକାଧିକ ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ, ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ, ସରପଞ୍ଚ ପ୍ରମୁଖ ଶତାଧିକ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।

ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେଙ୍କ ରିପୋର୍ଟ ପଜିଟିଭ୍‌
ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ ମଧ୍ୟ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଡେପୁଟେଶନରେ ଯାଇ କେନ୍ଦ୍ର ବିନିବେଶ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ ପୂର୍ବରୁ ଓଡ଼ିଶାର ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ। କିଛିଦିନ ତଳେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସଂକ୍ରମଣ ଆଶଙ୍କା ଥିବାରୁ ସେ ନିଜ ଆଡ଼ୁ କରୋନା ଟେଷ୍ଟ କରାଇଥିଲେ। ଶେଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ କାର୍ଯ୍ୟ କରୁଥିବା ସିଜିଓ କମ୍ପ୍ଲେକ୍ସର ଉକ୍ତ ବିଭାଗ’କୁ ସିଲ୍‌ କରାଯାଇ ସାନିଟାଇଜ କରାଯାଇଛି। ଏହାପୂର୍ବରୁ ଉକ୍ତ ବିଭାଗର ୩ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ଅନ୍ୟାନ୍ୟ ଗାଇଡ଼ଲାଇନ ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri