ସଙ୍କଟରେ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩.୯୧ଲକ୍ଷ ଉଦ୍ୟୋଗରେ କାର୍ଯ୍ୟରତ ୧୫ଲକ୍ଷ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଛି। କରୋନା ସଙ୍କଟ ଯୋଗୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ)ଉଦ୍ୟୋଗଗୁଡ଼ିକ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସରକାରୀ ଅସହଯୋଗ, ଶ୍ରମିକ ଓ କଞ୍ଚାମାଲ ଅଭାବ ଏବଂ ବଜାର ସୁବିଧା ନ ମିଳିବା ଯୋଗୁ ରାଜ୍ୟର ଦୁଇ ତୃତୀୟାଂଶ କର୍ମନିଯୁକ୍ତି ଯୋଗାଉଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକରୁ ଅଧିକାଂଶ ବନ୍ଦ ହେବା ଦ୍ୱାରଦେଶରେ ପହଞ୍ଚତ୍ଛି। ତୁରନ୍ତ ଏହି କ୍ଷେତ୍ରଗୁଡ଼ିକ ସହାୟତା ନ ପାଇଲେ ଆସନ୍ତା ବର୍ଷେ ଦି’ ବର୍ଷ ମଧ୍ୟରେ ଅଧାରୁ ଅଧିକ ଉଦ୍ୟୋଗ ବୁଡିଯିବା ସମ୍ଭାବନା ଦେଖାଦେଇଛି।
ସରକାରୀ ତଥ୍ୟ ଅନୁଯାୟୀ ୧୨ଟି କ୍ଷେତ୍ରରେ ରାଜ୍ୟରେ ୩ ଲକ୍ଷ ୯୧ ହଜାର ୭୦୧ ଉଦ୍ୟୋଗ କାର୍ଯ୍ୟକ୍ଷମ ରହିଛି। ସେଥିରେ ୧୯,୧୪୧.୮୩ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବାବେଳେ ୧୫,୨୯,୪୬୩ ଜଣ ନିଯୁକ୍ତି ପାଇଛନ୍ତି। ମରାମତି ଓ ସେବା କ୍ଷେତ୍ରରେ ୨,୩୮,୩୭୫ ଏମ୍‌ଏସ୍‌ଏମ୍‌ଇ ଥିବା ବେଳେ ଖାଦ୍ୟ ପ୍ରକ୍ରିୟାକରଣରେ ୪୧,୨୬୪, ମାନ୍ୟୁଫାକ୍ଚରିଂରେ ୨୯,୩୬୦, ଇଞ୍ଜିନିୟରିଂ ଓ ମେଟାଲ କ୍ଷେତ୍ରରେ ୧୮,୫୧୩, ଟେକ୍ସଟାଇଲ କ୍ଷେତ୍ରରେ ୧୯,୫୨୦, ଜଙ୍ଗଲ ଓ କାଠ କ୍ଷେତ୍ରରେ ୧୯,୦୪୭, ଗ୍ଲାସ ଓ ସେରାମିକରେ ୧୧,୩୩୩, କେମିକାଲ ଓ ଆଲଏଡ କ୍ଷେତ୍ରରେ ୪,୪୮୦, କାଗଜ ଓ କାଗଜ ଉପତ୍ାଦନ କ୍ଷେତ୍ରରେ ୪,୪୨୫, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୨,୩୯୩, ରବର ଓ ପ୍ଲାଷ୍ଟିକ ୨,୨୩୫ ଏବଂ ଚମଡ଼ା ଓ ଲାଇଭଷ୍ଟକ କ୍ଷେତ୍ରରେ ୭୩୬ ଉଦ୍ୟୋଗ ରହିଛି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ନିର୍ବାହ କରୁଛି ବୋଲି ସରକାର ମଧ୍ୟ ସ୍ବୀକାର କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଏମ୍‌ଏସ୍‌ଏମ୍‌ଇ

ସଙ୍କଟରେ କ୍ଷୁଦ୍ର, …
ବିକାଶ ନୀତି ବଳରେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। ଶିକ୍ଷିତ ଯୁବ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି।
କରୋନା ସଂକ୍ରମଣ ଆଶଙ୍କାରେ ଅଢେଇମାସ କାଳ ଲକ୍‌ଡାଉନ ହେବା ପରେ ଉଦ୍ୟୋଗୀମାନେ ଅଣ୍ଟା ସଳଖିବା ପାଇଁ ସରକାରୀ ସହଯୋଗ, ଶ୍ରମିକ, କଞ୍ଚାମାଲ, ବଜାର ସୁବିଧାକୁ ଅପେକ୍ଷା କରିଛନ୍ତି। ଯଦିଓ ଉଦ୍ୟୋଗଗୁଡିକୁ ସରକାର ଖୋଲିବାକୁ ଅନୁମତି ଦେଇଛନ୍ତି ତେବେ ଶ୍ରମିକ କଟକଣା ଯୋଗୁ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ହେବା ସହ ଲୋକମାନଙ୍କ କ୍ରୟ ପ୍ରତି ଆଗ୍ରହ କମିବା ଏହି କ୍ଷେତ୍ର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କରୋନା ଭୟ ଦୂର ହୋଇ ନ ଥିବାରୁ ଲୋକମାନେ କୌଣସି ସୌଖୀନ ସାମଗ୍ରୀ କ୍ରୟ କରିବାକୁ ପୂର୍ବଭଳି ଆଗ୍ରହ ଦେଖାଉ ନାହାନ୍ତି।
ଅନ୍ୟ ପକ୍ଷରେ କରୋନା(କୋଭିଡ୍‌-୧୯) ଆଳରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ସରକାରୀ ସଂସ୍ଥା ମଧ୍ୟ ଦାଉ ସାଧୁଛନ୍ତି । ଅର୍ଥ ବିଭାଗ ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ବିଭାଗରେ ଗତ କିଛିବର୍ଷ ଧରି ବାକି ରହିଥିବା ବିଭିନ୍ନ ବିଲ୍‌ ବାବଦ ଅର୍ଥ ଉଦ୍ୟାଗୀଙ୍କୁ ମିଳୁ ନାହିଁ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବଳ ଦେବା ପାଇଁ ସରକାର ୨୦୨୦ ଏପ୍ରିଲ ୨୩ ତାରିଖରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିରେ ଅର୍ଥମନ୍ତ୍ରୀଙ୍କ ସମେତ ଇସ୍ପାତ ଓ ଖଣିମନ୍ତ୍ରୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀ ସଦସ୍ୟ ରହିଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏହି କମିଟିର ଆବାହକ ଅଛନ୍ତି। ଏହି କମିଟି ବୃହତ ଶିଳ୍ପ , ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ଗୁଡିକ କରୋନା ମହାମାରୀ କାଳରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମୀକ୍ଷା କରି ପଦକ୍ଷେପ ନେବେ। କମିଟି ଗଠନ ହେଲା। କିନ୍ତୁ ସମସ୍ୟା ସମାଧାନ ପାଇଁ ସେପରି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି। କରୋନା ଯୋଗୁ ସମସ୍ୟାରେ ପଡିଥିବା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପୁଣି ଛିଡା କରିବା ଲାଗି ସରକାରୀ ବିଭାଗଗୁଡିକରେ ବାକି ରହିଥିବା ଟଙ୍କାକୁ ତୁରନ୍ତ ଦେବା ସକାଶେ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ୨୦୨୦ ମେ ୧୬ ତାରିଖରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ, କରୋନା ମହାମାରୀ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକରେ ଭୟଙ୍କର ଆର୍ଥିକ ସମସ୍ୟା ଦେଖାଦେଇଛି। ଯେଉଁ ସରକାରୀ କାର୍ଯ୍ୟାଳୟ, ଉଦ୍ୟୋଗ, ସ୍ବୟଂଶାସିତ ସଂସ୍ଥାଗୁଡିକରେ ଅମାନତ ରାଶି, କାର୍ଯ୍ୟ ବାବଦରେ ବକେୟା ରହିଛି ତୁରନ୍ତ ପଇଠ କରିବାକୁ କୁହାଯାଇଥିଲା। ବକେୟା ଦୁଇ ସପ୍ତାହ ଅର୍ଥାତ ମେ ୩୦ ତାରିଖ ସୁଦ୍ଧା ପଇଠ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଥିଲା। ସମସ୍ତ ପ୍ରକ୍ରିୟା ଶେଷ କରି ଜୁନ ୧୦ ତାରିଖ ସୁଦ୍ଧା ଅର୍ଥ ବିଭାଗକୁ ଜଣାଇବାକୁ କୁହାଯାଇଥିଲା। ହେଲେ ଉଦ୍ୟୋଗୀମାନେ ବକେୟା ଟଙ୍କା କିମ୍ବା ଜମା ରହିଥିବା ଅମାନତ ପାଇଁ ଆବେଦନ କଲେ ମଧ୍ୟ ଓଲଟା ତାଙ୍କୁ ଧମକ୍‌ ମିଳୁଥିବା ଅଭିଯୋଗ ହେଉଛି। କାଳେ ଭବିଷ୍ୟତରେ ଆଉ କାମ ମିଳିବ କି ନାହିଁ ସେହି ଭୟରେ ଉଦ୍ୟୋଗୀମାନେ ଟଙ୍କା ମାଗିବାକୁ ସାହସ କରୁନାହାନ୍ତି । ଏ ସମ୍ପର୍କରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି ଯେ, କରୋନା ମହାମାରୀ ପରେ କ୍ଷୁଦ୍ରଶିଳ୍ପଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ବକେୟା ଟଙ୍କା ସରକାରୀ ସଂସ୍ଥାଗୁଡିକ ମଧ୍ୟ ଦେଉ ନାହାନ୍ତି। ଶ୍ରମିକ, ଆର୍ଥିକ ସଙ୍କଟ ଓ ଉପତ୍ାଦିତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟାକୁ ବହୁଗୁଣିତ କରିଦେଇଛି। ସରକାର ଉଦ୍ୟୋଗଗୁଡ଼ିକ ଉପରୁ କଟକଣା ଉଠାଇବା ସହିତ ଆର୍ଥିକ ସହାୟତା ନ କଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଏଥିରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବସିବେ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri