ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ ଆପଣ ଦ୍ୱନ୍ଦରେ ପଡ଼ିଯାଉଥିବେ। ହେଲେ ଆମେ ଆପଣଙ୍କୁ ଏକ ସ୍ବାଦିଷ୍ଟ ଏବଂ ଶୀଘ୍ର ପ୍ରସ୍ତୃତ ହୋଇପାରୁଥିବା ଖାଦ୍ୟ ବିଷୟରେ ଜଣାଇବୁ। ସାଧା ବ୍ରେଡ ଖାଇବାକୁ କାହାକୁ ବି ପସନ୍ଦ ହୋଇ ନ ଥାଏ। ତେବେ ଆମେ ଏହାକୁ ସେକିକି ବା ଟୋଷ୍ଟ କରି ଖାଇଥାଉ। କିନ୍ତୁ ଅନେକଙ୍କୁ ଏହା ପସନ୍ଦ ବି ଆସି ନ ଥାଏ। ସକାଳ ଜଳଖିଆ ପାଇଁ ବ୍ରେଡ ଏକ ଭଲ ଖାଦ୍ୟ। କାରଣ ଏଥିରେ ବେଶି ତେଲ ମସଲା ବ୍ୟବହାର ହେଉ ନ ଥିବାରୁ ଏହାକୁ ଖାଇବାରେ କୌଣସି ସମସ୍ୟା ହୋଇ ନ ଥାଏ। ତେଣୁ ସକାଳ ଜଳଖିଆ ପାଇଁ ଆପଣ ବ୍ରେଡ ମସାଲା ଟୋଷ୍ଟ ତିଆରି କରି ପାରିବେ। ଯାହା ଟେଷ୍ଟି ହେବା ସହ ସ୍ବାସ୍ଥ୍ୟକର ଏବଂ କମ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ବିଷୟରେ।
ସାମଗ୍ରୀ: ବ୍ରେଡ, ସିଝା ଆଳୁ (ଅଧା ଚକଟା ହୋଇଥିବା), ଧନିଆ ପତ୍ର, ଲେମ୍ବୁ, ପିଆଜ, ଟମାଟୋ, କ୍ୟାପ୍ସିକମ, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବଟର୍‌ ଓ ସ୍ବାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ସିଝା ଆଳୁ (ଅଧା ଚକଟା ହୋଇଥିବା), କଟା ଧନିଆ ପତ୍ର, ପିଆଜ,ଲେମ୍ବୁ ରସ, କଟା କ୍ୟାପ୍ସିକମ, ଲଙ୍କା ଗୁଣ୍ଡ, ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଶେଷରେ ଲୁଣ ପକାଇ ଆଉଥରେ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ବ୍ରେଡ ସମଲା ପ୍ରସ୍ତୁତ ହୋଇଗଲା। ଏହାପରେ ବ୍ରେଡ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲା ରଖନ୍ତୁ। ମନେ ରଖନ୍ତୁ ବ୍ରେଡର ସବୁଆଡେ ମସଲା ଲାଗିବା ଜରୁରୀ। ଏହାପରେ ଗ୍ୟାସ୍‌ରେ ତାୱା ବସାଇ ସେଥିରେ ବଟର୍‌ ପକାନ୍ତୁ। ତେବେ କିଛି ସମୟ ଭାଜିଲା ପରେ ଆଳୁ ମସଲା ଦେଇଥିବା ପଟକୁ ମଧ୍ୟ ଓଲଟାଇ ଆଉ କିଛି ସମୟ ଭାଜନ୍ତୁ। ଆପଣ ଚାହିଁଲେ ଏଥିରେ ଚିଜ ବି ପକାଇ ପାରିବେ। ତେବେ ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ବାସିଷ୍ଟ ବ୍ରେଡ ମସାଲା ଟୋଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri