ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର ରୋଗୀ ଯେତେବେଳେ ସଂଗୀତ ଶୁଣିଥାନ୍ତି ତାଙ୍କର ମସ୍ତିଷ୍କରେ ଏମିତି ଏକ ରସାୟନ ପଦାର୍ଥ ବାହାରିଥାଏ ଯାହା ଖୁସି ଏବଂ ସକରାତ୍ମକ ଭାବନା ସୃଷ୍ଟି କରିଥାଏ। କ୍ୟାନସର ପୀଡ଼ିତ ରୋଗୀ ମାନସିକ ଅବସାଦରେ ରହିବା ସହ ଥକ୍କା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ମାତ୍ର ୩୦ ମିନିଟ୍‌ ସଂଗୀତ ଶୁଣିଲେ ମସ୍ତିଷ୍କରୁ ଏଣ୍ଡୋରଫିନ୍‌, ସେରୋଟୋନିନ୍‌, ଡେପାମାଇନ୍‌ ପରି ହରମୋନ୍‌ ନିର୍ଗତ ହୋଇଥାଏ। ଯାହା ମନକୁ ଖୁସି ରଖେ। କ୍ୟାନସର ରୋଗର ଅପରେଶନ ପୂର୍ବରୁ ସାଧାରଣତଃ ମହିଳାମାନଙ୍କଠାରେ ଥକ୍କାପଣ କିମ୍ବା ଶରୀର ଦରଜ ହେବାର ଲକ୍ଷଣ ଦେଖାଦେଇଥାଏ। ସର୍ଜରୀର ୬, ୧୨ ଏବଂ ୨୪ ସପ୍ତାହରେ ପୁନର୍ବାର ଏହି ଲକ୍ଷଣ ଦେଖାଦେଇଥାଏ। ମାତ୍ର ସଂଗୀତ ଶୁଣିଲେ ସପ୍ତାହ ମଧ୍ୟରେ ଦରଜ କମିବା ସହ ଥକ୍କାପଣ ଦୂର ହୋଇ ରୋଗୀଙ୍କୁ ମାନସିକ ଶାନ୍ତି ମିଳିଥାଏ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୨.୨୫ କୋଟି ଲୋକ କ୍ୟାନସରରେ ପୀଡ଼ିତ। ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ। ୧୫ ବର୍ଷ ଧରି କ୍ୟାନସରରେ ପୀଡ଼ିତ ପୁଣେର ଜଣେ ମହିଳା ସଂଗୀତ ଶୁଣିବାରୁ କ୍ୟାନସର ରୋଗରୁ ଆରୋଗ୍ୟ ଲାଭ କରିଥିଲେ ବୋଲି ରିପୋର୍ଟରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

ରାଜଧାନୀର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଲୋକ…

ନୂଆଦିଲ୍ଲୀ,୧୫।୭: ନୋଏଡାର ସେକ୍ଟର ୬୬ରେ ଏକ କୋଠାର ବେସମେଣ୍ଟରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଜଳିବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବର୍ତ୍ତମାନ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

ସୁନ୍ଦରଗଡ,୧୫।୭ (ଦିଲ୍ଲୀପ କୁମାର ଭାରତୀ): ସୁନ୍ଦରଗଡ ଜିଲା ବଣେଇ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜ ଅଧୀନସ୍ଥ ଗୁରୁଣ୍ଡିଆ ଠାରେ ବାଘ ଆତଙ୍କ । ଘଟଣାରୁ ପ୍ରକାଶ ଯେ,ଗୁରୁଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri