ଶ୍ରେଷ୍ଠ ପାଞ୍ଚ ସଂଗ୍ରହାଳୟ

ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ

ରିଜିଓନାଲ ମ୍ୟୁଜିୟମ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ)। ଭୁବନେଶ୍ୱରର ସଚିବାଳୟ ମାର୍ଗରେ ଆଚାର୍ଯ୍ୟ ବିହାର ଛକ ନିକଟରେ ଅବସ୍ଥିତ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସଂଗ୍ରହାଳୟରେ ଗଛ ଲତା, ଜୀବଜନ୍ତୁ, ଓଡ଼ିଶା ତଥା ଭାରତର ପୂର୍ବାଞ୍ଚଳର ଭୌଗୋଳିକ ଦୃଶ୍ୟ ଆଦି ସ୍ଥାନ ପାଇଛି। ସଂଗ୍ରହାଳୟର ଗ୍ୟାଲେରିରେ ଥିବା ପ୍ରତ୍ୟେକ କୋଣ ପ୍ରକୃତି ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଉପରେ ବାର୍ତ୍ତା ଦେଉଛି। ଏଠାରେ ଛାତ୍ରୀଛାତ୍ରଙ୍କୁ ପ୍ରକୃତି ଓ ଜୀବଜନ୍ତୁଙ୍କ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରାଯାଇଥାଏ। ଏଠାରେ ପ୍ରଦର୍ଶିତ ହେଉଥିବା ବାଲିନ ପ୍ରଜାତିର ତିମିର କଙ୍କାଳ ଭାରତରେ ପ୍ରଦର୍ଶିତ ହେଉଥିବା ସମସ୍ତ ସଂଗ୍ରହାଳୟଠାରୁ ସବୁଠାରୁ ବଡ଼ ଅଟେ। ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସବୁଦିନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହେ।

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ

ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଗାଥା କହେ ଜୋବ୍ରାସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଏପ୍ରିଲ ୧ରେ ସଂଗ୍ରହାଳୟକୁ ଉଦ୍‌ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ସଂଗ୍ରହାଳୟ ପରିସରରେ ୧୫୦୦ ବର୍ଗଫୁଟ ଜାଗାରେ ନିର୍ମିତ ଆକ୍ବାରିୟମ୍‌ ଏବଂ ୪୮ ଆସନ ବିଶିଷ୍ଟ ୩ଡି ସିନେମା ହଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଠାରେ ମୋଟ ୧୩ଟି ଗ୍ୟାଲେରି ରହିଛି । ଓଡ଼ିଶାର ନୌବାଣିଜ୍ୟର ବିଭିନ୍ନ ସାମଗ୍ରୀଗୁଡ଼ିକୁ ଏଥିରେ ପ୍ରଦର୍ଶିତ କରାଯାଇଛି। ସପ୍ତାହରେ ସୋମବାର ବ୍ୟତିତ ଅନ୍ୟ ଦିନଗୁଡ଼ିକରେ ଦର୍ଶକଙ୍କୁ ସଂଗ୍ରହାଳୟ ମଧ୍ୟରେ ଟିକେଟ କାଟି ବୁଲିବାର ସୁଯୋଗ ଦିଆଯାଏ । ଇଂରେଜମାନେ ୧୮୬୯ରେ ଏହିଠାରେ ଆରମ୍ଭ କରିଥିଲେ ଜାହାଜ ତିଆରି କାରଖାନା । ସେତେବେଳେ କଟକରୁ ଚାନ୍ଦବାଲି ଦେଇ କଲିକତାକୁ ଜାହାଜ ଯାତାୟାତ କରୁଥିଲା ।

ଆଦିବାସୀ ସଂଗ୍ରହାଳୟ

କୋରାପୁଟଠାରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ ୧୯୯୨ ଜାନୁୟାରୀ ୨୬ତାରିଖରେ ଉଦ୍‌ଘାଟିତ ହୋଇଥିଲା। ଏଠାରେ ପଥର କାରୁକାର୍ଯ୍ୟ, ଲୌହମୂର୍ତ୍ତି, ଲୌହ ସାମଗ୍ରୀ, ସ୍ବର୍ଣ୍ଣ ଅଳଙ୍କାର, ଟେରାକୋଟା, କାଠ ତିଆରି ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଆଦିବାସୀଙ୍କ ଚଳଣି, ବେଶଭୂଷା, ସମ୍ବନ୍ଧୀୟ ବହୁ ଜିନିଷ ସାଇତି କରି ରଖାଯାଇଛି। ଏହାସହ ମାନବ ସଭ୍ୟତାର କ୍ରମ ବିକାଶଧାରାକୁ ଫଟୋ ଜରିଆରେ ପ୍ରଦର୍ଶିତ କରାଯାଇଛି। ବିଶେଷକରି ଆଦିବାସୀ ଜନଜୀବନ, ଚାଲିଚଳଣ ଓ ସଂସ୍କୃତିକୁ ନେଇ ଏହି ସଂଗ୍ରହାଳୟ ନିର୍ମାଣ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ଆଦିବାସୀ ପରମ୍ପରା ଓ ଚଳଣି ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଥାନ୍ତି। ଏହି ସଂଗ୍ରହାଳୟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହେଉଛି।

ପୁରାତତ୍ତ୍ୱ ସର୍ବେକ୍ଷଣ ସଂଗ୍ରହାଳୟ

କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ପ୍ରାୟ ୪୦୦ମିଟର ଦୂରରେ ରହିଛି କୋଣାର୍କ ପୁରାତତ୍ତ୍ୱ ସର୍ବେକ୍ଷଣ ସଂଗ୍ରହାଳୟ। ଏହା ସୂର୍ଯ୍ୟମନ୍ଦିରର ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷିତ କରି ରଖିବାରେ ଗୁରୁତ୍ୱ ବହନ କରେ। ଉକ୍ତ ସଂଗ୍ରହାଳୟଟି ୧୯୬୮ ଅକ୍ଟୋବର ୩୦ତାରିଖରେ ଭାରତ ସରକାରଙ୍କ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ତ୍ରିଗୁଣ ସେନ୍‌ଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।ଏହି ସଂଗ୍ରହାଳୟରେ ୧୭୬୦ଟି ପ୍ରାଚୀନ କୀର୍ତ୍ତିରାଜିକୁ ଶୀତତାପ ନିୟନ୍ତ୍ରଣ କୋଠରି ମଧ୍ୟରେ ସଂରକ୍ଷଣ କରି ରଖାଯାଇଛି। ପର୍ଯ୍ୟଟକ ଓ ଦର୍ଶକଙ୍କ ନିମନ୍ତେ ସପ୍ତାହର ଶୁକ୍ରବାର ବ୍ୟତୀତ ଅନ୍ୟ ସବୁଦିନ ଏହି ସଂଗ୍ରହାଳୟ ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହେ।

ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱରଠାରେ ରହିଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏହା ୧୯୩୨ରେ ପ୍ରଥମେ କଟକ ରେଭେନ୍‌ଶା କଲେଜ ପରିସରରେ ପ୍ରଥମେ ସ୍ଥାପିତ ହୋଇଥିଲା। ପରେ ୧୯୬୦ରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ନୂତନ ସୌଧ ତଥା ବର୍ତ୍ତମାନର ପରିସରକୁ ଏହା ସ୍ଥାନାନ୍ତର ହୋଇଥିଲା। ସଂଗ୍ରହାଳୟ ୧୧ଟି ଭାଗରେ ବିଭକ୍ତ। ପ୍ରତ୍ନତତ୍ତ୍ୱ, ମୁଦ୍ରାଶାସ୍ତ୍ର, ଶସ୍ତ୍ରାଗାର, ଖନନ ଓ ଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନ କଳା, ପଟଚ୍ଚିତ୍ର, ନୃତତ୍ତ୍ୱ ଓ ତାଳପତ୍ର ପୋଥି ଆଦି ଏଠାରେ ସ୍ଥାନ ପାଇଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାର ପ୍ରଶାସନିକ ଦାୟିତ୍ୱରେ ରହିଛି। ଏହି ସଂଗ୍ରହାଳୟ ୧୯୩୨ରେ ଉଇଲିୟମ ଜୋନ୍ସ, ଘନଶ୍ୟାମ ଦାସ, ଏନ୍‌.ସି. ବାନାର୍ଜୀ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri