ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ

ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି ନୀଳ ପୁଷ୍କରିଣୀ। ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳାରେ ଏହି ପୋଖରୀରେ ବୁଡ଼ ପକାଇବା ଲାଗି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଧର୍ମୀୟ ପ୍ରଥାନୁଯାୟୀ ଏହି ପୁଷ୍କରିଣୀରେ ସ୍ନାନ କଲେ ଘାତକ ଛାଡେ ବୋଲି ପ୍ରବାଦ ରହିଛି। ମନ୍ଦିର ଦକ୍ଷିଣପାର୍ଶ୍ୱରେ ରହିଛି ମଣ୍ଡନ ପୁଷ୍କରିଣୀ। ମନ୍ଦିର ଅନତି ଦୂର ବାଡ଼ସରିଷା ଗ୍ରାମରେ ହା-କାଣ୍ଡ ପୁଷ୍କରିଣୀ ରହିଛି। ଚୈତ୍ର ଚଡ଼କ ମେଳା ୧୩ଦିନ ଏହି ପୁଷ୍କରିଣୀ ଚାରିପାଖରେ ଭକ୍ତଙ୍କ ଭିଡ଼ ଲାଗିରହିଥାଏ। ଲଚ୍ଛମା ନାମ୍ନୀ ଜଣେ ମହିଳା ଭକ୍ତ ଏଠାରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଥିବାରୁ ଏହାକୁ ହା-କାଣ୍ଡ ପୋଖରୀ କୁହାଯାଏ।

ମାର୍କଣ୍ଡେୟ ପୁଷ୍କରିଣୀ

ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଏହି ପୁଷ୍କରିଣୀ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଅବସ୍ଥିତ । ଏହା ଉତ୍ତରରେ ୩୫୦ ଫୁଟ, ଦକ୍ଷିଣରେ ୩୮୫ ଫୁଟ, ପୂର୍ବରେ ୫୦୮ ଫୁଟ ଓ ପଶ୍ଚିମରେ ୫୪୨ ଫୁଟ । କେଶରୀ ବଂଶ ଶାସନ କାଳରେ ମାର୍କଣ୍ଡେୟ ପୋଖରୀ ଚାରିପଟେ ପାଚେରି ଓ ପାହାଚ ନିର୍ମାଣ ହୋଇଥିଲା । ଅନ୍ୟ ପୁଷ୍କରିଣୀ ମଧ୍ୟ ଭାଗରେ ଦୀପଦାଣ୍ଡି ଥିବାବେଳେ ଏହାର କେନ୍ଦ୍ରସ୍ଥଳରେ ଯଜ୍ଞବେଦି ରହିଛି । ଏଠାରେ ସର୍ବାଧିକ ତୀର୍ଥଯାତ୍ରୀ ସ୍ନାନ, ଦାନ, ତର୍ପଣ, ଶ୍ରାଦ୍ଧ ଓ ଦଶାହ କାର୍ଯ୍ୟ କରିଥାନ୍ତି। ଭାଦ୍ର କୃଷ୍ଣ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ନୀତି ଏଠାରେ ଅନୁଷ୍ଠିତ ହୁଏ । ନେତପିଲାମାନେ ଏଠାରେ ବାଲୁକାଲିଙ୍ଗ ସ୍ଥାପନା କରି ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା କରିଥାନ୍ତି । ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଅଛି ସୀତାଙ୍କୁ ଠାବ କରିବା ପାଇଁ ହନୁମାନ ଲଙ୍କାରେ ପହଞ୍ଚତ୍ଥିଲେ । ସନ୍ଧ୍ୟା ହୋଇ ନ ଥିବାରୁ ସେ ବିରାଡ଼ି ରୂପ ଧାରଣ କରି ଲଙ୍କା ନଗରରେ ପ୍ରବେଶ କରିଥିଲେ । ତେଣୁ ହନୁମାନଙ୍କ ସେହି ବିରାଡି ରୂପ ଅବିକଳ ଭାବେ ପୁଷ୍କରିଣୀ କୂଳରେ ଅବସ୍ଥିତ ଶ୍ରୀମାର୍କଣ୍ଡେଶ୍ୱର ମନ୍ଦିରରେ ପୂଜା ପାଉଛନ୍ତି ।

ନରେନ୍ଦ୍ର ପୁଷ୍କରିଣୀ

ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀ ରାଜ୍ୟର ଅନ୍ୟତମ ବୃହତମ ପୁଷ୍କରିଣୀ । ଶ୍ରୀମନ୍ଦିରଠାରୁ ୨ କିମି ଦୂରରେ ଏହା ଅବସ୍ଥିତ । ମାଦଳା ପାଞ୍ଜି ଅନୁଯାୟୀ ଗଙ୍ଗବଂଶର ଦ୍ୱିତୀୟ ନରସିଂହ ଦେବଙ୍କ ପାତ୍ର ନରେନ୍ଦ୍ର ମହାପାତ୍ର ଗଜପତିଙ୍କ ଆଦେଶରେ ଏହି ପୁଷ୍କରିଣୀ ଖୋଳାଇବା ଦାୟିତ୍ୱ ନେଇଥିଲେ । ୧୨୭୦ରୁ ୧୨୮୦ ମସିହା ମଧ୍ୟରେ ଏହି ପୁଷ୍କରିଣୀ ଗଙ୍ଗବଂଶ ଶାସନ କାଳରେ ଖୋଳାଯାଇଥିଲା । ଏହାର ଲମ୍ବ ପ୍ରାୟ ୮୩୪ ଫୁଟ ଏବଂ ଓସାର ପାଖାପାଖି ୮୭୩ ଫୁଟ । ଏହି ପୁଷ୍କରିଣୀର ପୂର୍ବରେ ବାୟାବାବା ମଠ, ପଶ୍ଚିମରେ ବିଶେଶ୍ୱରୀ ଠାକୁରାଣୀ ଓ ଚୁଡ଼ଙ୍ଗ ପୋଖରୀ, ଉତ୍ତରରେ ଜଟିଆ ବାବାମଠ ଏବଂ ଦକ୍ଷିଣରେ ଜଗନ୍ନାଥ ବଲ୍ଲଭ ମଠ ରହିଛି । ପୁଷ୍କରିଣୀ ମଧ୍ୟ ଭାଗରେ ଦୀପଦାଣ୍ଡି ରହିଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ବଳରାମ ଓ ପଞ୍ଚମହାଦେବ ପ୍ରତ୍ୟେକ ବର୍ଷ ଚନ୍ଦନ ଯାତ୍ରାରେ ଏଠାକୁ ଚାପ ଖେଳିବାକୁ ଆସନ୍ତି । ଏହି ପବିତ୍ର ଜଳାଶୟରେ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହା ଚନ୍ଦନ ସରୋବର ନାମରେ ବି ଖ୍ୟାତ ।

ବିନ୍ଦୁସାଗର

ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗର ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟରେ ରହିଛି। ବୃହତ୍‌ ପୁଷ୍କରିଣୀ ଭାବେ ପରିଚିତ ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କର ଚନ୍ଦନ ଯାତ୍ରା ସମେତ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ। ୧୩୦୦ ଫୁଟ ଲମ୍ବ ଏବଂ ୭୦୦ ଫୁଟ ଓସାର ବିଶିଷ୍ଟ ଏହି ପୁଷ୍କରିଣୀ ୭ମ ଶତାବ୍ଦୀରେ କଳିଙ୍ଗ ନିର୍ମାଣଶୈଳୀରେ ନିର୍ମିତ। ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ମଧ୍ୟ ଏହି ପୁଷ୍କରିଣୀର ରହିଛି ପ୍ରସିଦ୍ଧି। ସେହିଭଳି ବିନ୍ଦୁସାଗରରେ ସ୍ନାନ କଲେ ରୋଗ ଭଲ ହୋଇଯାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

ଆଖଣ୍ଡଳମଣିଙ୍କ ପୁଷ୍କରିଣୀ

ଭଦ୍ରକ ଜିଲା ଆରଡିରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ। ଓଡିଶାର ଏହି ଅନନ୍ୟ ଶୈବପୀଠରେ ଥିବା ପୁଷ୍କରିଣୀରେ ପ୍ରଭୁଙ୍କ ସ୍ନାନାଦି କର୍ମ, ମାନସିକଧାରୀଙ୍କ ଚୂଳ ପକା ପରେ ସ୍ନାନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏହି ପୁଷ୍କରିଣୀକୁ କନିକାର ମହାରାଜା ହରିହର ଭଞ୍ଜଦେବ ଖନନ କରିଥିବା କୁହାଯାଏ । ପୁଷ୍କରିଣୀର ଉତ୍ତର ପାର୍ଶ୍ୱରେ ବାବାଙ୍କ ସ୍ନାନାଦି କର୍ମ ପାଇଁ ଘାଟ ନିର୍ମିତ ହୋଇଥିବାବେଳେ ଭକ୍ତମାନଙ୍କ ବ୍ୟବହାର ଲାଗି ଚାରି ଦିଗରେ ୪ଟି ଘାଟ ରହିଛି । ପୁଣ୍ୟତୋୟା ବୈତରଣୀ ନଦୀର ପବିତ୍ର ଜଳ ପ୍ରତିଦିନ ପୁଷ୍କରିଣୀକୁ ପ୍ରବେଶ କରିଥାଏ । ଏହାର ଜଳ ପବିତ୍ର ଓ ଏଥିରେ ସ୍ନାନ କଲେ ପୁଣ୍ୟଫଳ ମିଳେ ବୋଲି ଶିବ ପୁରାଣରେ ଉଲ୍ଲେଖ ରହିଛି । କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ଭକ୍ତ ଏଠାରେ ବୁଡ ପକାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri