ଶ୍ରେଷ୍ଠ ପାଞ୍ଚ ଷ୍ଟାଡିୟମ

ଡ୍ରିମ୍ସ ଗ୍ରାଉଣ୍ଡ

କଟକର ଟାଙ୍ଗୀଠାରେ ରହିଛି ଡ୍ରିମ୍‌ସ ଷ୍ଟାଡିୟମ। ଏଠାରେ ବିସିସିଆଇର ଅନେକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଇଛି। ଗତ ୨୦୧୩ ମସିହାରେ ଭାରତରେ ହୋଇଥିବା ମହିଳା କ୍ରିକେଟ ବିଶ୍ୱକପ୍‌ର ୩ଟି ମ୍ୟାଚ୍‌ ଏଠାରେ ହୋଇଥିଲା। ନ୍ୟୁଜିଲାଣ୍ଡ, ଦକ୍ଷିଣଆଫ୍ରିକା ଓ ଅଷ୍ଟ୍ରେଲିଆ ମହିଳା ଦଳ ଏଠାରେ ମ୍ୟାଚ୍‌ ଖେଳିଥିଲେ। ଏଠାରେ ୫ହଜାର ଦର୍ଶକ ଦେଖିବା ଭଳି ସୁବିଧା ରହିଛି।

ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ୧୯୯୮ରେ ପ୍ରତିଷ୍ଠା ହୋଇଥିଲା। ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ଏହି ଷ୍ଟାଡିୟମ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ମାଲିକାନାରେ ରହିଛି। ୧୯୭୩ରେ ଏହି ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ପ୍ରଥମ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳାଯାଇଥିଲା।

କିଟ୍‌ ଗ୍ରାଉଣ୍ଡ

ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମ ୨୦୦୪ରେ ଉଦ୍‌ଘାଟିତ ହୋଇଥିଲା। ଏହି ଷ୍ଟାଡିୟମ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ରହିଛି। ଏଠାରେ ଏକ କାଳୀନ ୪୦ ହଜାର ଦର୍ଶକ କ୍ରୀଡ଼ା ଉପଭୋଗ କରିପାରିବେ। ଷ୍ଟାଡିୟମରେ କ୍ରିକେଟ୍‌, ହକି, ଫୁଟ୍‌ବଲ, ବାସ୍କେଟବଲ, ଲନ୍‌ ଟେନିସ ଖେଳ ସମେତ ଦୌଡ଼ ପାଇଁ ୪୦୦ ମିଟରର ଟ୍ରାକ୍‌ ଉପଲବ୍ଧ ରହିଛି।

ବାରବାଟୀ ଷ୍ଟାଡିୟମ

ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଟକର ବାରବାଟୀ ଷ୍ଟାଡିୟମ। ଅଦ୍ୟାବଧି ଏଠାରେ ୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ବାରବାଟୀରେ ଏକ ସମୟରେ ୪୫ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ମ୍ୟାଚ୍‌ ଦେଖିପାରିବେ। ଫୁଟବଲ ଓ ହକି ପ୍ରତିଯୋଗିତା ଆୟୋଜନ କରିବାରେ ବାରବାଟୀ ସଫଳ ହୋଇଛି। ଚଳିତବର୍ଷ ଫେଡେରେଶନ କପ୍‌ ଫୁଟବଲ ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟାଡିୟମ ୧୯୫୮ରେ ପ୍ରତିଷ୍ଠା ହୋଇଥିଲା।

କଳିଙ୍ଗ ଷ୍ଟାଡିୟମ

କଳିଙ୍ଗ ଷ୍ଟାଡିୟମ ଆମ ରାଜ୍ୟର ପ୍ରମୁଖ ଷ୍ଟାଡିୟମ । ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏଠାରେ ଆଥ୍‌ଲେଟିକ, ଫୁଟ୍‌ବଲ, ହକି, ବାସ୍କେଟବଲ, ଟେନିସ, ଟେବୁଲ ଟେନିସ ଓ ସନ୍ତରଣ ପାଇଁ ସୁଯୋଗ ରହିଛି। ଷ୍ଟାଡିୟମରେ ୮ ଲେନ୍‌ ବିଶିଷ୍ଟ ସିନ୍ଥେଟିକ୍‌ ଆଥ୍‌ଲେଟିକ ଟ୍ରାକ୍‌, ସ୍ପୋଟର୍‌ସ ହଷ୍ଟେଲ, ଜିମ୍ନାସିୟମ ରହିଥିବାବେଳେ ଏହାର ଦର୍ଶକ କ୍ଷମତା ୫୦,୦୦୦। ଏଠାରେ ହକି ଇଣ୍ଡିଆ ଲିଗ୍‌ ଏବଂ ଅନ୍ତର୍ଜାତୀୟ ହକି ଓ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri