ଶ୍ରେଷ୍ଠ ପାଞ୍ଚ ଜଳବିଦ୍ୟୁତ ପ୍ରକଳ୍ପ

ବାଲିମେଳା

ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାଲିମେଳାଠାରେ ୧୯୭୩ ମସିହାରେ ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପିତ ହୋଇଛି । ଏହାର ଆରମ୍ଭରୁ ୬ଟି ଟର୍ବାଇନ୍‌ ଲାଗିଥିଲା ବେଳେ ୬୦ ମେଗାଓ୍ବାଟ୍‌ ଉତ୍ପାଦନ କ୍ଷମତା ରହିଥିଲା। ବର୍ତ୍ତମାନ ନୂତନ ଭାବେ ୨ଟି ନିର୍ମାଣ ହେବା ପରେ ଏହାର କ୍ଷମତା ୭୫ ମେଗାଓ୍ବାଟ୍‌କୁ ବୃଦ୍ଧି ପାଇଛି। ପୂର୍ବରୁ ୩୬୦ ମେଗାଓ୍ବାଟ୍‌ର ବିଦ୍ୟୁତ୍‌ଶକ୍ତି ବାହାରୁ ଥିବାବେଳେ ଏବେ ୫୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଏଠାରେ ଏସିଆର ଦ୍ୱିତୀୟ ମାଟିବନ୍ଧ ଚିତ୍ରକୋଣ୍ଡା ଡ୍ୟାମ୍‌ ଅଛି। ସିଲେରୁ ନଦୀ ଉପରେ ଏହି ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମିତ ହୋଇଛି।

ଇନ୍ଦ୍ରାବତୀ

କଳାହାଣ୍ଡି ଜିଲା ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ଇନ୍ଦ୍ରାବତୀ, ମୁରନା, କପୁର, ପୋଡାଗଡ ଡ୍ୟାମର ପାଣିକୁ ସଂରକ୍ଷିତ କରାଯାଇ ମୁଖିଗୁଡାଠାରେ ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ କରାଯାଇଛି। ୧୯୯୯ ମସିହାରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଛି। ଏଥିରେ ୧୫୦ ମେଗାଓ୍ବାଟର ୪ଟି ଟର୍ବାଇନ ବ୍ୟବହୃତ ହୋଇ ୬୦୦ ମେଗାଓ୍ବାଟର ବିଦ୍ୟୁତ୍‌ ଉତ୍ପାଦନ ହେଉଛି। କଳହାଣ୍ଡି ଜିଲା ମହୁଲପାଟଣା ନିକଟରେ ଟନେଲର ମୁହାଣ ରହିଛି।

ଅପରକୋଲାବ

କୋରାପୁଟରୁ ୧୫ କିମି ଦୂର କେରେଙ୍ଗା ପଞ୍ଚାୟତରେ ରହିଛି ଅପରକୋଲାବ ଜଳବିଦ୍ୟୁତ୍‌ ପ୍ରକଳ୍ପ। ୧୯୮୫ ମସିହାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଥିରୁ ଦୈନିକ ହାରାହାରି ୫୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଏଠାକୁ ଯିବା ପାଇଁ କୋରାପୁଟ ଦେବୀଘାଟ ଛକ ଠାରୁ ଗାଡ଼ିର ସୁବିଧା ଅଛି। ବିଶେଷ କରି ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। କୋଲାବରେ ଡ୍ୟାମ୍‌ ସହ ପିଲାଙ୍କ ପାଇଁ ସାଇନ୍ସ ପାର୍କ ରହିଛି।

ମାଛକୁଣ୍ଡ

ଆନ୍ଧ୍ର ଓ ଓଡିଶା ସୀମାନ୍ତର କୋରାପୁଟ ଜିଲା ଲମ୍‌ତା ବ୍ଲକର ଅନକାଡେଲି ପଞ୍ଚାୟତରେ ରହିଛି ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପ। ଏହା ୧୯୫୫ ମସିହାରୁ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୬ଟି ଟର୍ବାଇନ ରହିଛି। ଏହାର ୧୨୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ଅଛି। ୩ଟିରେ ୧୭ ମେଗାଓ୍ବାଟ୍‌ ଉତ୍ପାଦନ ହେଉଥିବା ବେଳେ ଆଉ ୩ଟିରେ ୨୩ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ପର୍ଯ୍ୟଟକଙ୍କ ବୁଲିବା ପାଇଁ ରହିଛି ସୁନ୍ଦର ପରିବେଶ। ସେଥିମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ।

ହୀରାକୁଦ

ସମ୍ବଲପୁର ଜିଲାରେ ରହିଛି ଏସିଆର ବୃହତ୍ତମ ନଦୀବନ୍ଧ ହୀରାକୁଦ। ଏହା ସମ୍ବଲପୁର ସହରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ। ୧୯୪୮ ମସିହାରେ ଏହି ବହୁମୁଖୀ ନଦୀବନ୍ଧ ଯୋଜନା ଆରମ୍ଭ ହୋଇଥିଲା। ଏହାର ଦୈର୍ଘ୍ୟ ୧୫,୭୪୮ ଫୁଟ। ଏଥିମଧ୍ୟରୁ ମାଟି ବନ୍ଧର ଦୈର୍ଘ୍ୟ ୧୧,୯୮୦ ଫୁଟ ଓ କଂକ୍ରିଟ ବନ୍ଧର ଦୈର୍ଘ୍ୟ ୩,୭୬୮ ଫୁଟ ରହିଛି। ଏହି ବିଶାଳ ଜଳଭଣ୍ଡାରର ଆୟତନ ୭୪୩ ବର୍ଗ କିଲୋମିଟର। ଏଠାକାର ଜଳବିଦ୍ୟୁତ୍‌ ପ୍ରକଳ୍ପର ବୁର୍ଲା ପାଓ୍ପାର ପ୍ଲାଣ୍ଟର ୭ଟି ୟୁନିଟରେ ଦୈନିକ ୨୭୫.୮୬ ମେଗାଓ୍ବାଟ ଓ ଚିପିଲିମା ପାଓ୍ବାର ପ୍ଲାଣ୍ଟରୁ ୩ଟି ୟୁନିଟ୍‌ରେ ଦୈନିକ ୭୨ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହେବାର କ୍ଷମତା ରହିଛି। ମାତ୍ର ବର୍ତ୍ତମାନ ସବୁ ୟୁନିଟ ଚାଲୁ ନ ଥିବାରୁ ବୁର୍ଲାରେ ଦୈନିକ ୧୯୫ ମେଗାଓ୍ବାଟ ଓ ଚିପିଲିମାରେ ୪୪ ମୋଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ସୂଚନାଯୋଗ୍ୟ ଯେ, ୧୯୫୭ ଜାନୁୟାରୀ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବହୁମୁଖୀ ଯୋଜନାକୁ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ...

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top...

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ...

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ...

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି...

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri