ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର

ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା ଓ ସେଲା ପଥର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଥିବା ପ୍ରସିଦ୍ଧ ମନ୍ଦିର ହରି ଏବଂ ଶଙ୍କର ବୈଷ୍ଣବ ଏବଂ ଶୈବ ଭକ୍ତଙ୍କର ପ୍ରସିଦ୍ଧ ଉପାସନା ପୀଠ। ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡକୁ ଚାଇନା ପରିବ୍ରାଜକ ହୁଏନ୍‌ ସାଂ ପ-ଲି-ମ-ଲ ଗିଲି ଭାବେ ବର୍ଣ୍ଣନା କରିଥିବା ଇତିହାସ ପୃଷ୍ଠାରୁ ଜଣାଯାଏ।

କପିଳାସ

ଢେଙ୍କାନାଳ ଜିଲା ସଦରମହକୁମାଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କପିଳାସ। ଏଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ପୂଜା ପାଇଥାନ୍ତି। ମା’ ପାର୍ବତୀ ଚତୁର୍ଭୁଜା ହୋଇଥିବାରୁ ଦଶହରାରେ ମା’ଙ୍କ ଷୋହଳ ପୂଜା ଅନୁଷ୍ଠିତ ହୋଇଥାଏ। ଏହା ବ୍ୟତୀତ ଏଠାରେ ନାରାୟଣ, କାଶୀ ବିଶ୍ୱନାଥ ଓ ଭୁବନେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି। ଏହା ଦ୍ୱାଦଶ ଶତାବ୍ଦୀର ମନ୍ଦିର ବୋଲି ଇତିହାସ ପୃଷ୍ଠାରୁ ଜଣାପଡ଼େ। ଏଠାରେ ଜାଗର ଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରବଳ ଜନସମାଗମ ହୋଇଥାଏ। କପିଳାସର ପାଦ ଦେଶରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ଯିବା ପାଇଁ ୧୨ଟି ଘାଟି ରାସ୍ତା ଏବଂ ପାହାଚରେ ଯାତାୟାତ ପାଇଁ ୧୩୫୨ ପାହାଚ ରହିଛି। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପାଦଦେଶରେ ଏକ ଚିଡ଼ିଆଖାନା ଅଛି।

ଧବଳେଶ୍ୱର

ଧବଳେଶ୍ୱର ପୀଠ କଟକ ଜିଲା ଆଠଗଡ଼ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତରେ ମହାନଦୀ ଗର୍ଭରେ ଅବସ୍ଥିତ। ଜାଗର ପଞ୍ଚକ ଓ ବଡ଼ଓଷା ଏଠାକାର ମୁଖ୍ୟପର୍ବ। ବଡ଼ଓଷାର ଗଜଭୋଗ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ପଞ୍ଚକ ପାଞ୍ଚଦିନ ମହାପ୍ରଭୁ ଧବଳେଶ୍ୱରଙ୍କର ବଡ଼ସିଂହାର ବେଶ ହୋଇଥାଏ। ଏଠାକାର ପ୍ରମୁଖ ଆକର୍ଷଣ ହେଉଛି ମହାନଦୀର ମଞ୍ଚେଶ୍ୱର ଘାଟରୁ ପୀଠର ଉତ୍ତର ପାର୍ଶ୍ୱକୁ ସଂଯୋଗ କରୁଥିବା ୧କି.ମି. ଦୀର୍ଘ ଓ ୧୦ଫୁଟ୍‌ ଓସାରର ଝୁଲାପୋଲ। ଏହି ଝୁଲାପୋଲରେ ଏକକାଳୀନ ୧୦୦୦ ଲୋକ ଯାଇପାରିବେ। ଦକ୍ଷିଣ ପାର୍ଶ୍ୱରେ ୧.୫କି.ମି.ର ନଦୀ ଗର୍ଭକୁ ନୌକାରେ ପାରିହେବା ମଧ୍ୟ ଲୋକଙ୍କର ଅନ୍ୟତମ ଆକର୍ଷଣ। ଏହି ପୀଠରେ ଧବଳେଶ୍ୱରଙ୍କ ମନ୍ଦିରକୁ ଲାଗି ବୁଢ଼ାଲିଙ୍ଗଙ୍କ ମନ୍ଦିର ରହିଛି। ଏଠାରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗର ପାନ୍ଥଶାଳା ରହିଛି।

ଲୋକନାଥ

ଶ୍ରୀମନ୍ଦିର ପଶ୍ଚିମରେ ପ୍ରାୟ ୨ କିଲୋମିଟର ଦୂରରେ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ। ଶ୍ରୀଲୋକନାଥ ପଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ। ପ୍ରାୟ ୧୦ଏକର ପରିମିତ ଅଞ୍ଚଳରେ ଏହି ମନ୍ଦିର ଅବସ୍ଥିତ। ବେଢା ସମ୍ମୁଖରେ ପାର୍ବତୀ ସାଗର ନାମକ ଏକ ଜଳାଶୟ ରହିଛି। ମନ୍ଦିର ପତ୍ତନଠାରୁ ପ୍ରାୟ ୧୦ଫୁଟ୍‌ ନିମ୍ନରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷତମାମ ଜଳମଗ୍ନ ରହିଥାନ୍ତି। ଫାଲ୍‌ଗୁନ କୃଷ୍ଣ ଏକାଦଶୀରେ ପଙ୍କୋଦ୍ଧାର ପରେ ଦିବ୍ୟ ଲିଙ୍ଗଙ୍କ ଦର୍ଶନ ମିଳେ। ବୈଶାଖ ଶେଷ ସୋମବାର ଏଠାରେ ସରନ୍ତି ସୋମବାର ମହୋତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶା ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ପୀଠରେ ପହଞ୍ଚି ନୂଆ ଧାନରେ ଚୁଡ଼ାଘଷା ପ୍ରସ୍ତୁତ କରି ଭୋଗ ଲଗାଇଥାନ୍ତି। ପୀଠରେ ପ୍ରସିଦ୍ଧ ଜାଗର ମେଳା ଅନୁଷ୍ଠିତ ହୋଇଥାଏ। ଶ୍ରାବଣ ମାସର ପ୍ରତି ସୋମବାର ଭାରତର ବିଭିନ୍ନ ପ୍ରାନ୍ତରୁ ପବିତ୍ର ନଦୀଜଳ ଧରି ପାଦରେ ଚାଲି ଚାଲି କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ପୀଠରେ ପହଞ୍ଚିଥାନ୍ତି।

ଲିଙ୍ଗରାଜ ମନ୍ଦିର

ମନ୍ଦିରମାଳିନୀ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓଡ଼ିଶା କୀର୍ତ୍ତିରାଜିର ଅନ୍ୟତମ ଶ୍ରେଷ୍ଠ ରତ୍ନ। ଏହି ମନ୍ଦିର ୧୦୩୦ରେ ରାଜା ଯଯାତି କେଶରୀ ଆରମ୍ଭ କରିଥିବା ବେଳେ ୧୦୬୫ରେ ରାଜା ଲଲାଟେନ୍ଦୁ କେଶରୀ ଶେଷ କରିଥିଲେ। ମନ୍ଦିର ଉଚ୍ଚତା ୧୮୦ଫୁଟ । ଏଠାରେ ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ସ୍ବୟଂମ୍ଭୁ ଲିଙ୍ଗ ଅଛନ୍ତି, ଯାହାକି ହରିହରଙ୍କ ସମ୍ମିଶ୍ରଣ ଅଟନ୍ତି। ତେଣୁ ପ୍ରଭୁ ଲିଙ୍ଗରାଜଙ୍କୁ ଉଭୟ ଶିବ ଓ ବିଷ୍ଣୁ ଭାବେ ପୂଜା କରାଯାଏ। ଭାରତର ଶ୍ରେଷ୍ଠ ୧୨ଟି ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଏହି ମନ୍ଦିରରେ ଶିବରାତ୍ରି ଉତ୍ସବରେ ଦୀପ ପରିବର୍ତ୍ତେ ମଶାଲ ଜାଳି ମହାଦୀପ ଉଠାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri