ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍‌

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି। କରୋନା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିଲେ ହେଁ କାରଖାନା ଗୁଡିକ ବାଦ କରାଯାଇଛି। ତେବେ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ବିଶୋଧନ କରାଯାଉଛି। ବାଂଶପାଳ ବ୍ଲକ ଅଁରା ଗ୍ରାମରେ ଥିବା ଶ୍ରୀ ମେଟାଲିକ୍ସ କାରଖାନାରେ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ମାସ୍କ ପ୍ରଦାନ ଓ କାର୍ଯ୍ୟସ୍ଥଳୀରେ ସାମଜିକ ଦୂରତ୍ୱ ରକ୍ଷା ଆଦି ବ୍ୟବସ୍ଥା କରାଯାଇଥିବା ବେଳେ ସୋମବାର କାରଖାନା ପରିସରକୁ ବିଶୋଧନ କରାଯାଇଛି। କାରଖାନାର ବରିଷ୍ଠ ପରିଚାଳକ ସରୋଜ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଚାଲିଛି। ଆଖପାଖ ଅଞ୍ଚଳ ଗୁଡିକୁ ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri