Posted inଖେଳ

ଶ୍ରୀସନ୍ଥଙ୍କ ବାସନ୍ଦ ଅବଧି ୭ ବର୍ଷକୁ କମିଲା: ଆସନ୍ତାବର୍ଷ ଅଗଷ୍ଟରେ ଶେଷ ହେବ

ନୂଆଦିଲ୍ଲୀ,୨୧।୮(ପି.ଟି.)- ସ୍ପଟ୍‌ ଫିକ୍ସିଂ ମାମଲରେ ଛନ୍ଦି ହୋଇପଡିଥିବାର ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ଶେଷରେ ଆଶ୍ୱାସ୍ତି ମିଳିଛି। ତଥା କଥିତ ଏହି ଫିକ୍ସିଂ ମମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ବାସନ୍ଦ ହୋଇଥିଲେ। ତାଙ୍କୁ ସବୁ ପ୍ରକାର ବ୍ୟବସାୟିକ କ୍ରିକେଟ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ତା ଦ୍ୱାର ଅନୁମୋଦିତ ସବୁ କ୍ରିକେଟ ସଂଘ ସହିତ ଜଡିତ ରହିବା କିମ୍ବା ସଂଘଗୁଡିକର ସବୁ ପ୍ରକାର କାର୍ଯ୍ୟକଳାପରୁ ବାସନ୍ଦ କରାଯାଇଥିଲା। ତେବେ ତାଙ୍କର ଏହି ବାସନ୍ଦ ଅବଧି ୭ ବର୍ଷକୁ କମାଇ ଦିଆଯାଇଛି। ଫଳରେ ଆସନ୍ତା ବର୍ଷ ଅଗଷ୍ଟମାସରେ ତାଙ୍କର ବାସନ୍ଦ ଅବଧି ଶେଷ ହେବ। ମଙ୍ଗଳବାର ଏ ସଂକ୍ରାନ୍ତରେ ବିସିସିଆଇ ଓମ୍ବୁଡ୍ସମ୍ୟାନ୍‌ ଡି.କେ. ଜୈନ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରୀସନ୍ଥ ଏପର୍ଯ୍ୟନ୍ତ ୬ ବର୍ଷର ବାସନ୍ଦାଦେଶ କାଟି ସାରିଛନ୍ତି। ଜଣେ କ୍ରିକେଟର ହିସାବରେ ସେ ତାଙ୍କର ଶ୍ରେଷ୍ଠ ସମୟକୁ ହାତଛଡ଼ା କରିସାରିଛନ୍ତ ବୋଳି ଓମ୍ବୁଡ୍ସମ୍ୟାନ ହୃଦୟଙ୍ଗମ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀସନ୍ଥ ଏବେ ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୦୧୩ରେ ଶ୍ରୀସନ୍ଥଙ୍କ ସମେତ ତାଙ୍କ ରାଜସ୍ଥାନ ରୟାଲ୍ସ ସାଥୀ ଖେଳାଳି ଅଜିତ୍‌ ଚାଣ୍ଡିଲା ଓ ଅଙ୍କିତ ଚାଭନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସ୍ପଟ୍‌ ଫିକ୍ସିଂ ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଫଳରେ ବିସିସିଆଇ ଏହି ୩ଜଣ କ୍ରିକେଟରଙ୍କୁ ଆଜୀବନ ବାସନ୍ଦ କରିଥିଲା। ତେବେ ଗତ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମକୋର୍ଟ ବିସିସିଆଇ ଶୃଙ୍ଖଳାଗତ କମିଟିର ଏହି ବାସନ୍ଦାଦେଶକୁ ବଦଳାଇ ଦେଇଥିଲେ। ଏବେ ଅଗଷ୍ଟ ୭ ତାରିଖରେ ଜୈନ ନିଜର ରାୟ ଶୁଣାଇଥିଲେ। ବାସନ୍ଦ ୭ ବର୍ଷକୁ କମାଇବା ସହ ଆସନ୍ତାବର୍ଷ ଅଗଷ୍ଟରେ ଶ୍ରୀସନ୍ଥ ଖେଳିପାରିବେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀସନ୍ଥଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବାରୁ, ଜଣେ ଦ୍ରୁତ ବୋଲର ହିସାବରେ ସେ ତାଙ୍କ ଶ୍ରେଷ୍ଠ ସମୟ ହାତଛଡ଼ା ହୋଇସାରିଛି ବୋଲି ଜୈନ କହିଛନ୍ତି। ତେଣୁ ତାଙ୍କ ବାସନ୍ଦ ଅବଧିକୁ ୭ ବର୍ଷକୁ କମାଇବା ନ୍ୟାୟୋଚିତ ହେବ। ୨୦୧୩ ସେପ୍ଟେମ୍ବର ୧୩ରୁ ଏହି ବାସନ୍ଦ ଅବଧି ଆରମ୍ଭ ହୋଇଥିଲା। ଏବେ ଏହା ଆସନ୍ତାବର୍ଷ ଅଗଷ୍ଟରେ ଏହା ଶେଷ ହେବ।
ଗତ ଏପ୍ରିଲରେ ଅଶୋକ ଭୁଷଣ ଓ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୈନଙ୍କୁ ୩ ମାସ ମଧ୍ୟରେ ଏ ସଂକ୍ରାନ୍ତରେ ବାସନ୍ଦ ଅବଧି ବା ଦଣ୍ଡର ପରିମାଣ ନେଇ ଅନ୍ତିମ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବିସିସିଆଇ ଗତ ଫେବୃୟାରୀ ୨୮ରେ ଶ୍ରୀସନ୍ଥଙ୍କ ବାସନ୍ଦଦେଶକୁ ଉଚିତ ବୋଲି କହିଥିଲା। ସେ ମ୍ୟାଚ୍‌ର ଫଳାଫଳକୁ ଅସଦ୍‌ ଉପାୟରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ ବୋଲି ବିସିସିଆଇ ଯୁକ୍ତି ବାଢିଥିଲା। ଶ୍ରୀସନ୍ଥଙ୍କ ଓକିଲ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଓ ଆଇପିଏଲ ମ୍ୟାଚ୍‌ ଅବରସରେ କୌଣସି ସ୍ପଟ୍‌ ପିକ୍ସିଂ ହୋଇ ନ ଥିଲା ଓ ଏ ସଂକ୍ରାନ୍ତରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ପାଲଟା ଯୁକ୍ତି ଉପସ୍ଥାପନା କରିଥିଲେ।
ବିରଷ୍ଠ ଆଇନଜୀବୀ ପରାଗ ତ୍ରିପାଠୀ ବିସିସିଆଇ ତରଫରୁ ଶ୍ରୀସନ୍ଥଙ୍କ ବିରୋଧରେ ଯୁକ୍ତି ବାଢ଼ିଥିଲେ। ଏ ସଂକ୍ରାନ୍ତରେ ଟେଲିଫୋନ ବାର୍ତ୍ତାଳାପର ପ୍ରମଣ ଦେଇଥିଲେ। ସ୍ପଟ୍‌ ଫିକ୍ସିଂ ନେଇ ଟଙ୍କାର କାରବାର ହୋଇଛି ବୋଲି ସେ ଦାବି କରିଥିଲେ। ସ୍ପଟ୍‌ ଫିକ୍ସିଂ ପାଇଁ ଶ୍ରୀସନ୍ଥଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ୨୦୧୩ ମେ’ରେ ମୋହାଲିରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଧଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଶ୍ରୀସନ୍ଥ ତଙ୍କ ଦ୍ୱିତୀୟ ଓଭରରେ ୧୪ ରନ ବ୍ୟୟ କରିବା ପାଇଁ ଟଙ୍କା ଗ୍ରହଣ କରିଥିଲେ ବୋଲି ତ୍ରିପାଠୀ କହିଥିଲେ। ତେବେ ଶ୍ରୀସନ୍ଥ ମଧ୍ୟ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଓ ସେ ନିର୍ଦ୍ଦୋଷ ବୋଲି କହିଆସିଥିଲେ। ଉଲ୍ଲେଖଥାଉ କି, କେରଳର ଏହି ଦ୍ରୁତ ବୋଲର ୨୭ଟି ଟେଷ୍ଟ ଓ ୫୩ଟି ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସବୁ ଫର୍ମାଟରେ ସେ ମୋଟ ୧୬୯ଟି ଉଇକେଟ ହାସଲ କରିଛନ୍ତି। ଶେଷଥର ପାଇଁ ସେ ୨୦୧୧ରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?