ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ ଜିଲାର ଅନ୍ୟ କେତେକ ଦର୍ଶନୀୟସ୍ଥଳ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ସେମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ଅନ୍ୟ ଲୋକଙ୍କ ସହଯୋଗ ନେଉଥିବାବେଳେ ଏଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ତେଣୁ ପୁରୀକୁ ଆସୁଥିବା ଦର୍ଶନାର୍ଥୀମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରି ଭଲ ଅନୁଭୂତି ସାଉଣ୍ଟି ଫେରିବେ ତା’ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ଏଥିପାଇଁ ଭିଜିଟର୍ସ ଫେସିଲିଟେଶନ ସେଣ୍ଟର ବା ଯାତ୍ରୀ ସହାୟତା କେନ୍ଦ୍ର ଖାଲିବାକୁ ନିଷ୍ପତ୍ତି ନେଇଛି। ଏହି କେନ୍ଦ୍ରର ସହାୟକମାନେ ଶ୍ରୀମନ୍ଦିର ସମେତ ଅନ୍ୟ ସ୍ଥାନର ମହତ୍ତ୍ୱ ଏବଂ ସେଠାକୁ ବୁଲିଯିବା ସମ୍ପର୍କରେ ଯାତ୍ରୀମାନଙ୍କୁ ସୂଚନା ଦେଇପାରିବେ। ଘରୋଇ ଅନୁଷ୍ଠାନକୁ ଏହାର ପରିଚାଳନା ଦାୟିତ୍ୱ ଦେବାକୁ ଆଲୋଚନା ହୋଇଥିବା ବେଳେ ୨୪ ଘଣ୍ଟିଆ ସେବା ମିଳିବ। ପ୍ରଶାସନ ପକ୍ଷରୁ ନିଯୁକ୍ତ ଜଣେ ଅଧିକାରୀ ଏହାର ତଦାରଖ କରିବେ। ତେବେ ଦୀର୍ଘବର୍ଷ ହେଲା ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ସେବା ଦେଉଥିବା ଯାତ୍ରୀ ପଣ୍ଡା ଏବଂ ଧୂଳିଆ ଚିନ୍ତିତ ହୋଇପଡିଛନ୍ତି। ସେମାନେ ଯାତ୍ରୀଙ୍କୁ ଶ୍ରୀମନ୍ଦିର ଓ ଅନ୍ୟ ଦର୍ଶନୀୟ ସ୍ଥାନ ବୁଲାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସେମାନଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେବାୟତ ଏହାକୁ ବିରୋଧ କରିଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ। ଏହା ହିନ୍ଦୁ ଭକ୍ତମାନଙ୍କର ଏହି ପବିତ୍ର ସ୍ଥଳ। ପ୍ରତ୍ୟହ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରକୁ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଶ୍ରୀମନ୍ଦିର ବ୍ୟତୀତ ଏହାର ଆଖପାଖରେ ପୁରୀ ବେଳାଭୂମି, କୋଣାର୍କ ମନ୍ଦିର, ଚିଲିକା ହ୍ରଦ ଏବଂ ଐତିହ୍ୟ ଗଁା ରଘୁରାଜପୁର ପ୍ରଭୃତି ପ୍ରମୁଖ ଦର୍ଶନୀୟ ସ୍ଥାନ ରହିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଯାତ୍ରୀମାନେ ଏହିସବୁ ସ୍ଥାନକୁ ବୁଲି ଯାଇଥାନ୍ତି। ଯାତ୍ରୀମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ସ୍ଥାନୀୟ ଲୋକଙ୍କଠାରୁ ଶ୍ରୀମନ୍ଦିର ଏବଂ ଅନ୍ୟ ଦର୍ଶନୀୟ ସ୍ଥାନକୁ ଯିବା ଲାଗି ସବିଶେଷ ବୁଝିଥାନ୍ତି। ତେଣୁ ଏହି ଯାତ୍ରୀମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଯାତ୍ରୀ ସହାୟତା କେନ୍ଦ୍ରର ପରିକଳ୍ପନା କରାଯାଇଛି। କେନ୍ଦ୍ରରେ ଯେ କେହି ପହଞ୍ଚତ୍ ସହାୟତା ପାଇପାରିବେ। ସ୍ଥାନଗୁଡ଼ିକ ସମ୍ପର୍କର ସୂଚନା, ଏହାର ମହତ୍ତ୍ବ, ନିକଟସ୍ଥ ଦର୍ଶନୀୟ ସ୍ଥାନ କ’ଣ, ବୁଲିବା, ରହଣି ନିମନ୍ତେ ସୁବିଧା, ମନ୍ଦିରର ଦର୍ଶନ ବ୍ୟବସ୍ଥା ଆଦି ସହଜରେ ଜାଣିହେବ। ଏଥିଲାଗି ଶ୍ରୀମନ୍ଦିର ସୂଚନା କେନ୍ଦ୍ରକୁ ଯାତ୍ରୀ ସହାୟତା କେନ୍ଦ୍ର କରିବା ଲାଗି ଯୋଜନା ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଆଶାୟୀ ଏଜେନ୍ସିଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହି ନିଷ୍ପତ୍ତିକୁ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ବିରୋଧ କରିଛନ୍ତି। ସେ କହିଛନ୍ତି, ଏ ନେଇ ପରିଚାଳନା କମିଟିରେ କୌଣସି ପ୍ରକାର ଆଲୋଚନା କରାଯାଇ ନାହିଁ। ଶ୍ରୀମନ୍ଦିର କୌଣସି ଦର୍ଶନୀୟ ସ୍ଥାନ ନୁହେଁ। ଏହାର ସ୍ବତନ୍ତ୍ର ପରମ୍ପରା, ଐତିହ୍ୟ ଓ ସେବାପୂଜା ରହିଛି। ଦର୍ଶନ ବ୍ୟବସ୍ଥା ମଧ୍ୟରେ କୌଳିକ ପଣ୍ଡାମାନେ କାହିଁ କେବେଠାରୁ ଯାତ୍ରୀ ପରିଚର୍ଯ୍ୟା କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଜିଲା ପ୍ରଶାସନ ଯଦି ଏଥିରେ ହସ୍ତକ୍ଷେପ କରେ ତା’ହେଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବର୍ତ୍ତମାନ ଯେଉଁ ସୂଚନା କେନ୍ଦ୍ର ରହିଛି ତାକୁ ଆହୁରି ସୁଦୃଢ କରିବାକୁ ପଡିବ। ଏହି କେନ୍ଦ୍ରରେ ଆହୁରି ୩/୪ ଜଣଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri