ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରସଙ୍ଗ : ୫ ମୌଜାରେ ଲାଗିଲା ନୋଟିସ

ପୁରୀ ଅଫିସ,୨୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ସୁରକ୍ଷା ଜୋନରେ ସର୍ଭେ କରାଯିବ। ରାଜ୍ୟ ସରକାର ଏହି ସର୍ଭେ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଜମି ଅଧିଗ୍ରହଣ ହେବାକୁ ଥିବା ୫ ମୌଜାରେ ଗୁରୁବାର ନୋଟିସ୍‌ ଲାଗିଛି। ହେଲେ ଲୋକଙ୍କ ମଧ୍ୟରେ ଏବେ ବି ଅସନ୍ତୋଷ ଲାଗି ରହିଛି। ଭିଟାମାଟି ଛାଡ଼ିିବେ ନାହିଁ ବୋଲି ସେମାନେ ଜିଦ୍‌ ଧରିଛନ୍ତି। ତେବେ ଶୁକ୍ରବାରଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଗୁରୁବାର ଅନୁଷ୍ଠିତ ବୈଠକରେ ଜିଲାପାଳଙ୍କ ସହ ସର୍ଭେ ଦାୟିତ୍ୱରେ ଥିବା ନବକୃଷ୍ଣ ଚୌଧୁରୀ ବିକାଶ ଶିକ୍ଷାକେନ୍ଦ୍ରର ଅଧିକାରୀମାନେ ଆଲୋଚନା କରିଛନ୍ତି। ସର୍ଭେରେ ସହଯୋଗ କରିବା ପାଇଁ ଜିଲାପାଳ ବଲୱନ୍ତ ସିଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ଭୂ ଅର୍ଜନ, ପୁନର୍ବାସ ଥଇଥାନ ଓ ସ୍ବଚ୍ଛତା ଅଧିକାର ଆଇନ-୨୦୧୩ ଧାରା ୪ ଅନୁଯାୟୀ, ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାର ଅଧିସୂଚନା ଜାରି କରିଛନ୍ତି। ପୁରୀ ଜିଲା ପ୍ରଶାସନ ଦ୍ୱାରା ହେବାକୁ ଥିବା ଜମି ଅଧିଗ୍ରହଣ ପାଇଁ ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ୧୫.୧୯୧ ଏକର ଜମିରେ ସର୍ଭେ କରାଯିବ। ଶୁକ୍ରବାରଠାରୁ ସର୍ଭେ ଆରମ୍ଭ ହେବ। ସୁରକ୍ଷିତ ଜୋନ ମଧ୍ୟରେ ପ୍ରାୟ ୨୯୦ ପ୍ଲଟ ଥିବାବେଳେ ସରକାରୀ, ମଠ, ମନ୍ଦିର ଏବଂ ଘରୋଇ ଲୋକଙ୍କ ଜମି ରହିଛି। ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ଭେ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ ସହିତ ସେମାନଙ୍କ ଟେକ୍ନିକାଲ କର୍ମଚାରୀ ରହିବେ। ସାମାଜିକ ପ୍ରଭାବ ନିର୍ଦ୍ଧାରଣର ନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ଗୋଟିଏ ପରିବାରର ଜମି ଓ କେତେ ଜମି ଉପରେ ନିର୍ମାଣ ରହିଛି ତାହାର ମାପଚୁପ କରାଯିବ। ଏଥିସହ ଘରର ସଦସ୍ୟ ଓ ଗଛ ସଂଖ୍ୟା ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ ହେବ। ମାପଚୁପ୍‌ ବେଳେ ଯଥା ସମ୍ଭବ ମାନୁଆଲ ପଦ୍ଧତିକୁ କମ୍‌ କରାଯାଇ ଡିଭାଇସ୍‌ ପଦ୍ଧତିକୁ ଅନୁସରଣ କରାଯିବ। ଏହାଦ୍ୱାରା ମାପଚୁପ ନିର୍ଭୁଲ ରହିପାରିବ। ପ୍ରତି ଟିମ୍‌କୁ ଜଣେ ଲେଖାଏ ଶିକ୍ଷାନବିସ ଆଇଏଏସ୍‌ ଏବଂ ଓଏଏସ୍‌ ଅଧିକାରୀ ସହଯୋଗ କରିବେ। ଏମାନଙ୍କ ସହ ପୂର୍ତ୍ତ ବିଭାଗର ଅଫିସର ରହିବେ। କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ସହାୟତା ରାଶି ସମ୍ପର୍କରେ ଯେପରି କାହା ମନରେ କିଛି ସନ୍ଦେହ ନ ରହିବ ତାହା ଉପରେ ଟିମ୍‌ ସଦସ୍ୟମାନେ ଗୁରୁତ୍ୱ ଦେବେ। ୭୫ ମିଟର ମଧ୍ୟରେ ବାସଗୃହ, ଦୋକାନ, ଲଜ୍‌ ଏବଂ ମଠ ମନ୍ଦିର ଏହି ଚାରି ପ୍ରକାର ନିର୍ମାଣ ଆସିବ। ମଠ, ମନ୍ଦିର କ୍ଷତିପୂରଣ ସହାୟତା ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବ। ବାସଗୃହ, ଦୋକାନ ଓ ଲଜ୍‌ କ୍ଷେତ୍ରରେ ସରକାର ପୂର୍ବରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜିଲାପାଳ କହିଥିଲେ, ଜମି ଓ ସେଥିରେ ଥିବା ଘର କୋଠାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ତାହାର ଦୁଇଗୁଣା କ୍ଷତିପୂରଣ ଦିଆଯିବ। ୫ ମୌଜାରେ ଯେଉଁଠି ଜମି ଦର ସର୍ବାଧିକ ଥିବ ସବୁ ମୌଜାର ଜମି ଦର ସର୍ବୋଚ୍ଚ ମୂଲ୍ୟକୁ ହିଁ ନିଆଯିବ। ସେହିପରି ଗୋଟିଏ ପ୍ଲଟରେ ରହୁଥିବା ଜଣେ ବ୍ୟକ୍ତିଙ୍କର ୩ ପୁଅ ବିବାହିତ ଏବଂ ଜଣେ ପୁଅ ଓ ଜଣେ ଝିଅ ପ୍ରାପ୍ତ ବୟସ୍କ ଯଦି ହୋଇଥାନ୍ତି, ସେ କ୍ଷେତ୍ରରେ ୫ ସନ୍ତାନଙ୍କୁ ଅଲଗା ଅଲଗା ଭାବେ ସହାୟତା ମିଳିବ। କିନ୍ତୁ ପ୍ଲଟ ବଣ୍ଟନ କ୍ଷେତ୍ରରେ ସମ୍ପୃକ୍ତ ପରିବାରକୁ ଗୋଟିଏ ପ୍ଲଟ ଦିଆଯିବ। ପିଲାମାନେ ଯଦି ଚାହିଁବେ ପ୍ରତ୍ୟେକ ୩୦ଲକ୍ଷ ଟଙ୍କା କିମ୍ବା ପୁନର୍ବାସ ଥଇଥାନ କଲୋନୀରେ ଘର ନେଇପାରିବେ। କିନ୍ତୁ ଏହି ପରିବାରର ବିବାହିତ କିମ୍ବା ପ୍ରାପ୍ତବୟସ୍କ ପୁଅ, ଝିଅ ଯଦି ବାହାରେ ରହୁଥିବେ ତାଙ୍କୁ ପୁନର୍ବାସ ଓ ଥଇଥାନ ସହାୟତାରେ ସାମିଲ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri