ଶ୍ରୀମନ୍ଦିରର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ : ଇଣ୍ଟରନେଟ୍‌ରେ ମହାପ୍ରଭୁଙ୍କ କଥା

ପୁରୀ ଅଫିସ,୩ା୭: ମହାପ୍ରଭୁଙ୍କ ସମ୍ପର୍କରେ ଏଣିକି ଟିକିନିକି କଥା ସହଜରେ ଜାଣି ହେବ। ମାଉସ୍‌ କ୍ଲିକ କରିବା ମାତ୍ରେ ବାହାରିବ ସବୁକିଛି ତଥ୍ୟ। ଏଥିପାଇଁ ମଙ୍ଗଳବାର ଶ୍ରୀମନ୍ଦିରର ନୂତନ ଅଫିସିଆଲ ୱେବ୍‌ସାଇଟ୍‌ www.shreejagannatha.in ଉନ୍ମୋଚିତ ହୋଇଛି। ଶ୍ରୀନହର ପରିସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ ଉନ୍ମୋଚନ କରି କହିଛନ୍ତି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରର ନୂତନ ଅଫିସିଆଲ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି । ବିଶ୍ୱରେ ଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ଏହାର ଲାଭ ନେଇପାରିବେ। ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ମହାପ୍ରଭୁଙ୍କ ଇତିହାସ, ଐତିହ୍ୟ, ମହିମା, ପରମ୍ପରା ସମ୍ପର୍କରେ ଜାଣିପାରିବେ । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିରର ଏକ ୱେବ୍‌ସାଇଟ ଥିଲା। ନୂତନ ୱେବ୍‌ ସାଇଟ୍‌ରେ ମହାପ୍ରଭୁଙ୍କ ସମ୍ପର୍କରେ ସବୁ ତଥ୍ୟ ରହିଛି। ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ଏହାର ପରିଚାଳନା, ବର୍ଷକ ଯାକର ପର୍ବପର୍ବାଣି ବି ସ୍ଥାନ ପାଇଛି । ଏହା ମାଧ୍ୟମରେ ଭକ୍ତମାନେ ଅନ୍‌ଲାଇନ ଡୋନେଶନ ମଧ୍ୟ ଦେଇପାରିବେ। ଆସନ୍ତା ୨ମାସ ମଧ୍ୟରେ ଦର୍ଶନାର୍ଥୀଙ୍କ ପାଇଁ ଏଥିରେ ଆଉ କିଛି ସୁବିଧା କରାଯିବ। ଦୈନିକ ମହାପ୍ରଭୁଙ୍କ କୋଠ ଭୋଗରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିଛି ଲୋକ ଅଛନ୍ତି ଯେଉଁମାନେ ଦୈନିକ କୋଠ ଭୋଗ ପାଇଁ ଦାନ ଦେବାକୁ ରାଜି ଅଛନ୍ତି। ଏମିତି ବି ସମୟ ଆସିବ ବହୁ ସଂଖ୍ୟାରେ ଲୋକ କୋଠ ଭୋଗ ଦାନ ଦେବାକୁ ଆଗେଇ ଆସିବେ । ଫଳରେ ମନ୍ଦିରର ଆୟ ମଧ୍ୟ ବୃଦ୍ଧି ପାଇବ। ସେହିପରି ଦେଶ ବିଦେଶରୁ ଲୋକେ ମହାପ୍ରଭୁଙ୍କୁ ବିବାହର ନିମନ୍ତ୍ରଣ କାର୍ଡ ମଧ୍ୟ ପଠାଇ ପାରିବେ। ସମ୍ପୃକ୍ତ ଖୁଣ୍ଟିଆ ସେବକ ପ୍ରିଣ୍ଟ କରି ମହାପ୍ରଭୁଙ୍କ ପାଖରେ ବିଧି ଅନୁଯାୟୀ କାର୍ଡ ଚଢାଇବେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏ ସମ୍ପର୍କିତ ମେସେଜ୍‌ ମଧ୍ୟ ଦିଆଯିବ। ଏ ବାବଦ ପ୍ରାପ୍ୟ ମଧ୍ୟ ସେ ଅନ୍‌ଲାଇନରେ ଡିପୋଜିଟ୍‌ କରିପାରିବେ। ପର୍ଯ୍ୟାୟକ୍ରମେ ଏହାକୁ ହିନ୍ଦୀ, ଓଡ଼ିଆ ଏବଂ ବେଙ୍ଗଲୀ ଭାଷାରେ ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ସଞ୍ଜୀବ କୁମାର ପଣ୍ଡା, ନୀତି ପ୍ରଶାସନ ବିଶ୍ୱଜିତ ବିଶ୍ୱାଳ, ଉନ୍ନୟନ ପ୍ରଶାସନ ବିଶ୍ୱନାଥ ସାହୁ, ରାଜସ୍ବ ଉପ ପ୍ରଶାସକ ମଧୁସୂଦନ ଦାଶ, ସୁରକ୍ଷା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri