ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ।
ନନ୍ଦୋତ୍ସବ ଲାଗି ଶନିବାର ମଙ୍ଗଳ ଆଳତି ବଢିବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରାଇଥିଲେ। ଦକ୍ଷିଣ ଘରୁ ମଦନ ମୋହନ ଆସି ସେହି ଦୋଳିରେ ବିଜେ ହୋଇଥିଲେ। ମହାସ୍ନାନ ନୀତି ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି କରାଇଥିଲେ। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ପୁଷ୍ପାଳକ ସେବକମାନେ ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଓ କର୍ପୁର ଲାଗି କରାଇଥିଲେ। ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଷଠି ମାର୍କଣ୍ଡୀ ପୂଜା ପରେ ପାଣି ପଡ଼ିି ଟେରାବନ୍ଧା ହୋଇଥିଲା। ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଶୁଦ୍ଧସୁଆର ଦୁଇଟି ପିତ୍ତଳ ବଟାରେ ମଙ୍ଗଳାର୍ପଣ ସାମଗ୍ରୀ ରଖିଥିଲେ। ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ଶ୍ରୀଜଗନ୍ନାଥ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରି ୩ ବାଡ଼ରେ ବନ୍ଦାପନା କରିଥିଲେ। ପତି ମହାପାତ୍ର ଭଣ୍ଡାର ଘରୁ ରୁପାବଟାରେ ଦୁର୍ଗାଦେବୀଙ୍କୁ ବିଜେ କରାଇ ଆଣିଥିଲେ। ପତି ମହାପାତ୍ର ଦେବୀ ଦୁର୍ଗାଙ୍କୁ ଜଗମୋହନ ଦୋଳି ସମ୍ମୁଖ ଖଟୁଲି ଉପରେ ବିଜେ କରାଇଥିଲେ। ମହାସ୍ନାନ ଓ ଶୀତଳ ଭୋଗ ନୀତି ସମ୍ପନ୍ନ ହୋଇଥିଲା। ଦେବୀ ଦୁର୍ଗାଙ୍କୁ ସାତପାହାଚ ଦ୍ୱାର ଡମ୍ବୁରୁ ଉପରକୁ ବିଜେ ପରେ ବିଜୁଳି କନ୍ୟା ନୀତି ସମ୍ପନ୍ନ ହୋଇ ଦେବୀ ଭଣ୍ଡାରକୁ ବାହୁଡ଼ା ବିଜେ କରିଥିଲେ। ଏହାପରେ ରାମ, କୃଷ୍ଣ ଓ ମଦନମୋହନ ଖଟ ଉପରକୁ ବିଜେ କରିଥିଲେ। ସେଠାରେ ମାଜଣା ଓ ଫୁଲ ଲାଗି ହେବା ପରେ ସାତପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିର ଜଗମୋହନ ଖଟରେ ବିଜେ କରିଥିଲେ। ଭିତରଚ୍ଛ ମହାପାତ୍ର ନନ୍ଦ ରାଜା ଭାବେ ଶ୍ରୀନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପରେ ବସିଥିଲେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ଦେଇଥିଲେ। ପୁତ୍ରଙ୍କୁ ନନ୍ଦରାଜା କ୍ଷୀର ସମର୍ପଣ କରିବା ସହ ବନ୍ଦାପନା କରିଥିଲେ। ଦୋଳିରୁ ଠାକୁରମାନେ ଦକ୍ଷିଣ ଘରକୁ ବିଜେ ହୋଇଥିଲେ। ରବିବାରଠାରୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ନୀତି ହେବ। ସେହିପରି ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri