ଶ୍ରୀମନ୍ଦିରରେ ପୋଲିସ ଭାଙ୍ଗିଲା ନିୟମ:ନୀତି ବ୍ୟାହତ

ପୁରୀ ଅଫିସ, ୬ା୧୧: ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ସମୟରେ ଏହାକୁ ନିୟନ୍ତ୍ରଣ କରିବା ପୋଲିସର ଦାୟିତ୍ୱ। ହେଲେ ବାଡ଼ ଫସଲ ଖାଇବା ଭଳି ଘଟଣା ଘଟିଛି ଶ୍ରୀମନ୍ଦିରରେ। ଅର୍ଥାତ୍‌ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ନିଜେ ନିୟମ ଭାଙ୍ଗିଛି। ଶ୍ରୀମନ୍ଦିରକୁ ଭକ୍ତମାନେ କେଉଁ ଦ୍ୱାର ଦେଇ ଯିବେ ଓ ବାହାରିବେ ତାହା ସ୍ଥିର କରାଯାଇଛି। ତେବେ ବୁଧବାର ଜଣେ ମହିଳା ହୋମ୍‌ଗାର୍ଡ ଏହି ନିୟମ ଭାଙ୍ଗି ପ୍ରସ୍ଥାନ ଦ୍ୱାର ବେହେରଣ ଦ୍ୱାରରେ ଜୋରଜବରଦସ୍ତି ଭକ୍ତଙ୍କୁ ଭିତରକୁ ଛାଡୁଥିବାରୁ ଏହାକୁ ନେଇ ସେବାୟତମାନେ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ସହ ନୀତି ପ୍ରଭାବିତ ହୋଇଥିଲା।
ବର୍ତ୍ତମାନ କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ହେଉଛି। ଏମିତି କି ଛୁଟିଦିନ କିମ୍ବା ସ୍ବତନ୍ତ୍ର ପର୍ବପର୍ବାଣି ଦିନରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ବୁଧବାର ସକାଳେ ଅବକାଶ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ବଲ୍ଲଭ ନୀତି ପାଇଁ ଭିତରକାଠରୁ ଭକ୍ତଙ୍କୁ ଖାଲି କରାଯାଉଥିଲା। ଶ୍ରଦ୍ଧାଳୁମାନେ ବେହେରଣ ଦ୍ୱାର ଦେଇ ବାହାରକୁ ବାହାରୁଥିଲେ। ଏହି ସମୟରେ ଜଣେ ମହିଳା ହୋମ୍‌ଗାର୍ଡ କେତେଜଣ ଭକ୍ତଙ୍କୁ ବେହେରଣ ଦ୍ୱାର ଦେଇ ଭିତରକୁ ଛାଡୁଥିଲେ। ଏହାକୁ କେତେଜଣ ସେବାୟତ ଦେଖି ବିରୋଧ କରିଥିଲେ। ସମ୍ପୃକ୍ତ ଭକ୍ତଙ୍କୁ ନ ଛାଡ଼ିବାକୁ କହିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଅଳ୍ପ ସମୟ ଲାଗି ବଲ୍ଲଭ ନୀତି ବ୍ୟାଘାତ ଘଟିଥିଲା। ସମ୍ପୃକ୍ତ ଭକ୍ତ ବାହାରକୁ ଯିବା ପରେ ସ୍ଥିତି ଶାନ୍ତି ପଡ଼ିଥିଲା ଓ ଠାକୁରଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ସୂଚନାଥାଉ କି, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗତ ସୋମବାର ସୁପ୍ରିମ୍‌କୋର୍ଟ ଅନ୍ତରୀଣ ରାୟ ପ୍ରକାଶ


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri