ଶ୍ରୀଅରବିନ୍ଦଙ୍କ ଆବିର୍ଭାବର ଆହ୍ବାନ

ବିମଳ ପ୍ରସନ୍ନ ଦାସ

୧୫ ଅଗଷ୍ଟ ୧୮୭୨ ଋଷି ଶ୍ରୀଅରବିନ୍ଦଙ୍କ ପବିତ୍ର ଆବିର୍ଭାବ ଦିବସ। ଏହି ପୁଣ୍ୟ ତିଥିର ମହିମା ପ୍ରତିପାଦିତକରି ଦିବ୍ୟ ଜନନୀ ଶ୍ରୀମା ଏହାକୁ ଶାଶ୍ୱତଙ୍କ ଜନ୍ମ ଭାବରେ ଅବିହିତ କରିଛନ୍ତିି ଓ ଏହାର ତାତ୍ପର୍ଯ୍ୟ ବୁଝାଇ ଦେଇଛନ୍ତି। ତାହା ହେଲା:-
୧) ଭୌତିକ ଦୃଷ୍ଟିରୁ ସଂସାର ଲାଗି ଏହି ଜନ୍ମର ଏକ ଶାଶ୍ୱତ ମହତ୍ତ୍ୱ ରହିଛି ଓ ରହିବ।
୨) ମାନସିକ ଦୃଷ୍ଟିରୁ ଏହା ଏପରି ଏକ ଜନ୍ମ ଯାହା ବିଶ୍ୱ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ।
୩) ଚୈତିକ ଦୃଷ୍ଟିରୁ ଏହା ଏପରି ଏକ ଜନ୍ମ ଯାହା ଚିରକାଳ ପାଇଁ ପ୍ରତି ଯୁଗରେ ବାରମ୍ବାର ପୃଥିବୀ ପୃଷ୍ଠରେ ପୁନରାବୃତ୍ତି କରୁଥିବ।
୪) ଆଧ୍ୟାମତ୍ିକ ଦୃଷ୍ଟିରୁ ଏହା ହେଉଛି ପୃଥିବୀ ପୃଷ୍ଠରେ ପରମ ଓ ଶାଶ୍ୱତଙ୍କର ଶାଶ୍ୱତ ଆବିର୍ଭାବ। ଶ୍ରୀମାଙ୍କ ଏହି ଅନୁପମ ଭକ୍ତି ଇତିହାସ ପୃଷ୍ଠରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ବର୍ତ୍ତମାନ ତଥା ଭବିଷ୍ୟତ ମାନବ ସମାଜ ପାଇଁ ଏହା ଏକ ଚିରନ୍ତନ ଆହ୍ବାନ।
୧୫ ଅଗଷ୍ଟ ୧୯୪୭ ସ୍ବାଧୀନ ଭାରତର ପୁଣ୍ୟ ଜନ୍ମତିଥି। ଯୁଗପୁରୁଷଙ୍କ ଜନ୍ମତିଥିରେ ଏକ ସ୍ବାଧୀନ ରାଷ୍ଟ୍ରର ପ୍ରତିଷ୍ଠାହେବା କେବଳ ଏକ ଆକସ୍ମିକତା ନ ହୋଇ ପାରେ। ଦେଶ, କାଳ, ପାତ୍ରର ବ୍ୟାପ୍ତି ଭିତରେ ତାହା ହୋଇପାରେ ଏକ ବିସ୍ମୟ, ଏକ ଆଲୌକିନିତା। ୧୫ ଅଗଷ୍ଟ, ୧୮୭୨ ଓ ୧୫ ଅଗଷ୍ଟ ୧୯୪୭ ଏ ମଧ୍ୟରେ ୭୫ ବର୍ଷର ବ୍ୟବଧାନ। ୭୫ ବର୍ଷ ଅବଧି ହୁଏତ ଏକ ସମ୍ଭାବନାର ବହୁ ସଂଘାତ ଓ ସଂଘର୍ଷ ମଧ୍ୟରେ ଅପେକ୍ଷାକରି ରହିଥିଲା ଅନିବାର୍ଯ୍ୟ ଭାବରେ ପ୍ରକଟ ହେବା ପାଇଁ। ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଭାରତ, ନଦୀ, ଗିରି, ବନ, ପାହାଡ଼, ପର୍ବତ ଓ କାନ୍ତାରର ସମାହାର କିମ୍ବା ୪୦ କୋଟି ଲୋକଙ୍କର ଅଧ୍ୟୁଷ୍ଠିତ ଭୂମି ନୁହେଁ। ଏହା ଏକ ଅଖଣ୍ଡ ସଂସ୍କୃତିର ପ୍ରବହମାନ ଧାରା। ତା’ର ବିକାଶଶୀଳ ଆମତ୍ା, ଏକ ବିବିଧବର୍ଣ୍ଣା, ପ୍ରଜ୍ଞାମୟୀ, ମମତାମୟୀ, ସମ୍ବେଦନଶୀଳା, ପୁଣ୍ୟମୟୀ ମା’। ତା’ର ଗୌରବପୂର୍ଣ୍ଣ ଅତୀତକୁ ଅନନ୍ତ ସମ୍ଭାବନାମୟ ଭବିଷ୍ୟତ ସହ ସଂଯୁକ୍ତ କରୁଥିବା ତାଙ୍କର ଆଧ୍ୟାମତ୍ିକ ଉପଲବ୍ଧି ତାଙ୍କ ତପସ୍ୟାର ଫଳଶ୍ରୁତି। ୧୫ ଅଗଷ୍ଟରେ ଭାରତ ସ୍ବାଧୀନ ହେବା ତା’ର ସ୍ଥୂଳ ପରିପ୍ରକାଶ। ଏହି ପବିତ୍ର ଐତିହାସିକ ଦିବସ ବିରଳ ଗୌରବ ବହନ କରିଛି ଯେତେବେଳେ ରାଷ୍ଟ୍ର ତଥା ରାଷ୍ଟ୍ର୍ରନାୟକମାନଙ୍କର ଯୁଗ୍ମ ଜୟନ୍ତୀ ପାଳିତ ହେଉଥିବ।
ଶ୍ରୀଅରବିନ୍ଦ ଜଣେ ବିରଳ ପ୍ରଜ୍ଞା ପୁରୁଷ। ଭାରତ ଏବଂ ଭାରତୀୟତାକୁ ବୈଦିକ ଯୁଗରୁ ଅନାଗତ ଭବିଷ୍ୟତ ପର୍ଯ୍ୟନ୍ତ ବିସ୍ତୃତ ପରିସର ଭିତରେ ସେ ହିଁ ଆବିଷ୍କାର କରିଥିଲେ ଓ ଅଭିବ୍ୟକ୍ତ କରିଥିଲେ। ତାଙ୍କ ଦିବ୍ୟଦୃଷ୍ଟିରେ ଭାରତୀୟତା ଏକ ବିସ୍ତୃତ ଚେତନା। ଏକ ବିଶାଳ ଆମତ୍ା ଏବଂ ସେ ସ୍ବୟଂ ତାର ପ୍ରତିଭୁ। ତାଙ୍କୁ ଅଭିବ୍ୟକ୍ତ କରି ଶ୍ରୀମା ଯଥାର୍ଥରେ କହିଛନ୍ତି,୍‌ ‘ଶ୍ରୀଅରବିନ୍ଦଙ୍କୁ କିଏ ବୁଝିପାରିବ ସେ ତ ବିଶ୍ୱ ଭଳି ବିଶାଳ ଏବଂ ଅସୀମ ଓ ଅନନ୍ତ ତାଙ୍କର ବାର୍ତ୍ତା। ସେ ବୈରାଗୀ, ବନଚାରୀ ବା ସନ୍ନ୍ୟାସୀ ନୁହନ୍ତି। ସେ ହିଁ ମୁକ୍ତି ସଂଗ୍ରାମର ମହାସଙ୍ଗୀତ ‘ବନ୍ଦେ ମାତରମ୍‌’ର ଆଗ୍ନେୟ ଆହ୍ବାନ। ଉତ୍ସାହ ଓ ଉଦ୍ଦୀପନାର ଅଫୁରନ୍ତ ଉତ୍ସ। ସେ ମହାଯୋଗୀ, ଜ୍ଞାନ, ଭକ୍ତି ଓ କର୍ମର ଅପୂର୍ବ ସମନ୍ବୟପୂର୍ଣ୍ଣ ଯୋଗର ପବିତ୍ର ତ୍ରିବେଣୀ ସଂଗମ। ସେ ହିଁ ଭବିଷ୍ୟତ ଜଗତ ଓ ଜୀବନର ରୂପକାର-ଧରାବକ୍ଷରେ ଦେବ-ଜୀବନର ବାର୍ତ୍ତାବହ। ଶ୍ରୀମାଙ୍କ ଅନୁପମ ଭକ୍ତି ‘ଶ୍ରୀଅରବିନ୍ଦଙ୍କ ବାଣୀ ଅମ୍ଲାନ ସୂର୍ଯ୍ୟାଲୋକ ସଦୃଶ ଭବିଷ୍ୟତକୁ ଉଦ୍ଭାସିତ କରେ’। ସମଗ୍ର ବିଶ୍ୱ ଏକମାତ୍ର ଆଦି ଚେତନାର ପ୍ରବାହ। ସେ ହିଁ ଚେତନାର କ୍ରମ ବିକାଶ, ଅବିଭକ୍ତ ଆସ୍ପୃହାର ଉତ୍ତରଣ ଓ ଅବତରଣ। ଜଡ଼ରୁ ଜୀବନ, ପ୍ରାଣ, ମନ ଓ ଅତିମାନସ – ଏ ସବୁର ନିଶ୍ଚିତ ପ୍ରତିଶ୍ରୁତି ସେ ରଖିଯାଇଛନ୍ତି। ଚୈତନ୍ୟ ପୁରୁଷଙ୍କ ଜାଗରଣ, ମନ, ପ୍ରାଣ, ଶରୀରର ବିବର୍ତ୍ତନ ଏ ସମସ୍ତ ରହସ୍ୟ ତାଙ୍କ ଦିବ୍ୟଦୃଷ୍ଟିରେ ଉନ୍ମୋଚିତ ହୋଇଛି। ଅତିମାନସ ଶକ୍ତିର କ୍ରିୟା ଫଳରେ ଆଜିର ଅର୍ଦ୍ଧପଶୁବତ ମଣିଷ ଦିବ୍ୟ ସ୍ବରୂପ ଧାରଣ କରିବ, ଏ ପୃଥିବୀ ଦିବ୍ୟ ମାନବ ଦ୍ୱାରା ଅଧ୍ୟୁଷିତ ହେବ, ଏହା ସେ ବଜ୍ର ଗମ୍ଭୀର ସ୍ବରରେ ସେ ଘୋଷଣା କରିଯାଇଛନ୍ତି। ଅତିମାନସ କ୍ରିୟା ଫଳରେ ଏ ମଣିଷ ଦିବ୍ୟ ମାନବର ରୂପାନ୍ତରିତ ହୋଇଯିବ। ମୃତ୍ୟୁର ସନ୍ତାନ ବୁଝିପାରିବ ସେ ହିଁ ‘ଅମୃତର ସନ୍ତାନ’। ତାହାହିଁ ଋଷିପ୍ରାଣର ଉଦ୍‌ଘୋଷଣା ‘ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’। ଶ୍ରୀଅରବିନ୍ଦ ‘ଦିବ୍ୟଜୀବନ ଗ୍ରନ୍ଥ’ରେ ୬୮୪-୮୫ ପୃଷ୍ଠାରେ ଏହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହି ଭକ୍ତି ହିଁ ମୃତ୍ୟୁ ଦେବତାଙ୍କ ପ୍ରଶ୍ନର ମା’ ସାବିତ୍ରୀଙ୍କ ଯଥାର୍ଥ ଉତ୍ତର। ସତ୍ୟବାନ୍‌ଙ୍କ ଜୀବନ ଫେରାଇ ଦେବାପାଇଁ ମା’ ଦାବି କଲାରୁ ଯମରାଜ ଅତ୍ୟନ୍ତ ବିଦ୍ରୂପକରି କହିଲେ, ”ଏଇ ଦୁଇଗୋଡ଼ିଆ ଲଙ୍ଗଳା, ଫୁଙ୍ଗୁଳା କୀଟ ଯାହାକୁ କହ ମଣିଷ ତା’ ଦେହ ଓ ମୁହଁରେ ଦେବତାର ସ୍ବରୂପ କିଏ ଦେଖିବ? (‘ସାବିତ୍ରୀ’ ୬୩୪ ପୃଷ୍ଠା)
ଶ୍ରୀଅରବିନ୍ଦ ଏକ କ୍ରାନ୍ତିର ଦିଗନ୍ତ। ତାଙ୍କ ଭବିଷ୍ୟତର ମହାକାବ୍ୟ, ‘ସାବିତ୍ରୀ’ ଯୋଗମାର୍ଗ ବିଭୂତିର ସଂହିତା। ତାଙ୍କ ଦିବ୍ୟଜୀବନ ଗ୍ରନ୍ଥ (Life Divine), ଯୋଗ ସମନ୍ବୟ (Synthesis of Yoga),ବେଦର ରହସ୍ୟ (Secrets of Veda) ), ଗୀତା ନିବନ୍ଧମାଳା (Essays of Gita) , ଭାରତୀୟ ସଂସ୍କୃତିର ମୂଳାଧାର (Foundation of Indian Culture), ଯୋଗ ପତ୍ରାବଳି (Letters on Yoga) ପ୍ରଭୃତି ଗ୍ରନ୍ଥରେ ଜଗତ ଓ ଜୀବନର ଅବିସ୍ମରଣୀୟ ଅତୀତ ସହ ଅନନ୍ତ ସମ୍ଭାବନାମୟ ଭବିଷ୍ୟତ ଉନ୍ମୋଚିତ ହୋଇଛି। ଶ୍ରୀଅରବିନ୍ଦ ଉଦାତ୍ତ କଣ୍ଠରେ ଘୋଷଣା କରିଛନ୍ତିି ଭାରତର ସ୍ବଧର୍ମ ଓ ସ୍ବଭାବର ପ୍ରତିଷ୍ଠା ସେ ପ୍ରତ୍ୟକ୍ଷ କରିଛନ୍ତି ଏକ ମହତ୍ତର ଅତିମାନସ ମାନବୋତ୍ତର ପ୍ରାଣୀର ଆବିର୍ଭାବ ଏବଂ ସାମ୍ପ୍ରତିକ ସମୟର ଗ୍ଲାନି, ହିଂସା, ଦ୍ୱେଷ ଓ ଅତ୍ୟାଚାର ସତ୍ତ୍ୱେ ଏକ ନୂତନ ଯୁଗର ଆଗମନୀ। ଅନ୍ଧକାର ଓ ନିଶ୍ଚେତନା ଉପରେ ବିଜୟ ଲାଭ କରିଥିବା ଦିବ୍ୟଚେତନାର ଅଭ୍ୟୁଦୟ। ମଣିଷର ସମ୍ଭାବନାମୟ ଭବିଷ୍ୟତ ସମ୍ପର୍କରେ ସେ ପ୍ରଚଣ୍ଡ ଆଶାବାଦୀ। ଏକ ଗୌରବୋଜ୍ଜ୍ୱଳ ଭବିଷ୍ୟତର ସେ ଉଦ୍‌ଗାତା। ଚୈତନ୍ୟମୟ ଦିବ୍ୟ ଆଲୋକର ସେ ଅଭ୍ରାନ୍ତ ପ୍ରବକ୍ତା। ତାଙ୍କର ବାଣୀ ଓ ରାଶି ରାଶି ରଚନା ପାଠ କଲେ ମଣିଷ ଆଶାୟୀ ହୁଏ, ଆଶ୍ୱସ୍ତ ହୁଏ ଯେ ଏ ସଭ୍ୟତାର ଉତ୍ତରଣ, ଅଟକି ଯିବ ନାହିଁ ଏ ପୃଥିବୀ ଧ୍ୱଂସ ପାଇବ ନାହିଁ। ବିଶ୍ୱାସ ଓ ବାସ୍ତବତା, ସଂସାର ଓ ଈଶ୍ୱର ମଧ୍ୟରେ ରହି ଆସିଥିବା ଯୁଗ ଯୁଗର ବ୍ୟବଧାନର ସେ ସଫଳ ତଥା ସାର୍ଥକ ସଂଯୋଜକ। ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ଶଙ୍କର, ଶ୍ରୀଚୈତନ୍ୟ ଓ ନାନକ ପ୍ରଭୃତି ଯେତେ ଅବତାର ଓ ସିଦ୍ଧ ସାଧକଙ୍କର ପ୍ରବାଦ ଓ ପ୍ରବଚନ ରହିଛି ସେ ଠିକ୍‌ ସେପରି ନୁହନ୍ତିି ବା ସେସବୁ ସହ ଏକ ସଂଯୋଜନ ନୁହନ୍ତି। ସେ ସ୍ବତନ୍ତ୍ର ଓ ବିରଳ।
ତାଙ୍କର ସିଦ୍ଧାନ୍ତ ସାମ୍ପ୍ରତିକ ଅମାନୁଷିକତାର ମଣିଷ ଜାତିକୁ ଅତି ମାନସିକତା ଆଡ଼କୁ ନେଇଯାଉ ଆଜି ସେ ମହାମାନବ ଯୁଗପୁରୁଷ, ମହାଯୋଗୀଙ୍କ ୧୫୧ତମ ପବିତ୍ର ଜନ୍ମତିଥିରେ ଅଗଣିତ ପାଠକ ପାଠିକାମାନଙ୍କ ସହ ଆମେ ତାଙ୍କ ପାଦପଦ୍ମରେ କୋଟି ପ୍ରଣାମ ନିବେଦନ କରୁଛୁ।
‘ବନ୍ଦେ ମାତରମ୍‌’
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri