ଜେନେରିକ: ନାମକୁ ନେଇ କାମ

ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ପକ୍ଷରୁ ନିକଟରେ ଜେନେରିକ ମେଡିସିନ ବା ଜନଔଷଧି ଉପରେ ନୂଆ ନିୟମାବଳୀ ଜାରି କରାଯାଇଛି। ରୋଗୀଙ୍କ ପାଇଁ ଡାକ୍ତରମାନେ ଜେନେରିକ ମେଡିସିନ ଲେଖିବାକୁ ବାଧ୍ୟ ଓ ଏଥିରେ କୌଣସି ବ୍ୟତିକ୍ରମ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏପରିକି ଆବଶ୍ୟକ ହେଲେ ସମ୍ପୃକ୍ତ ଡାକ୍ତରଙ୍କ ପ୍ରାକ୍ଟିସ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଏନ୍‌ଏମ୍‌ସି ପକ୍ଷରୁ ସତର୍କ କରିଦିଆଯାଇଛି।
ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର। ଏହାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ଆବଶ୍ୟକତା ରହିଛି। କିନ୍ତୁ ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ପିଏଚ୍‌ଏଫ୍‌ଆଇ) ପକ୍ଷରୁ ୨୦୧୭ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସେହି ଗୋଟିଏ ବର୍ଷରେ ସ୍ବାସ୍ଥ୍ୟଜନିତ ଅତ୍ୟଧିକ ବ୍ୟୟ ଯୋଗୁ ୫ କୋଟି ୫୦ ଲକ୍ଷ ଭାରତୀୟ ଗରିବ ହୋଇଥିଲେ। ସେଥିମଧ୍ୟରୁ ୩ କୋଟି ୮୦ ଲକ୍ଷ ଲୋକ କେବଳ ଔଷଧର ଅଧିକ ମୂଲ୍ୟ ହେତୁ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଏନ୍‌ଏମ୍‌ସି ଜନଔଷଧି ଲେଖିବା ଲାଗି ଡାକ୍ତରଙ୍କ ଉପରେ ଚାପ ପକାଇବା ନିଶ୍ଚିତ ଭାବେ ଗ୍ରହଣୀୟ। ମାତ୍ର ଏହାର ଗୁଣବତ୍ତା, ଉପଲବ୍ଧତା ଓ ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଜେନେରିକ ମେଡିସିନ ବୋଇଲେ ମୂଳ ଔଷଧ, ଯାହାର କୌଣସି ବ୍ରାଣ୍ଡ୍‌ ନାହିଁ କିମ୍ବା ତା’ ସହିତ ଟ୍ରେଡ୍‌ମାର୍କ ସନ୍ନିବେଶିତ କରାଯାଇ ନାହିଁ। ଫଳରେ ଏହାର ମୂଲ୍ୟ ଶସ୍ତା ରହିଛି। ଏହାଠାରୁ ଅପେକ୍ଷାକୃତ ମୂଲ୍ୟଯୁକ୍ତ ହେଉଛି ବ୍ରାଣ୍ଡେଡ୍‌ ଜେନେରିକ୍‌ ମେଡିସିନ, ଯେଉଁଥିରେ ମୂଳଔଷଧକୁ କମ୍ପାନୀ ନାମ ଦିଆଯାଇ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ଔଷଧ ନିର୍ମାତାମାନେ ମୂଳ ଔଷଧୀୟ ଉପାଦାନକୁ ବିଭିନ୍ନ ନାମ ଦେଇ ବ୍ରାଣ୍ଡେଡ୍‌ ମେଡିସିନ ପ୍ରସ୍ତୁତ କରିଥାଆନ୍ତି, ଯାହାର ମୂଲ୍ୟ ଅଧିକ ରହିଥାଏ। ସେଗୁଡ଼ିକର ପ୍ରଚାର ଓ ପ୍ରସାର ବହୁଳ ମାତ୍ରାରେ ରହିଥିବାରୁ ଜେନେରିକ୍‌ ଔଷଧ ତୁଳନାରେ ବ୍ରାଣ୍ଡେଡ୍‌ ମେଡିସିନ ଆଗରେ ରହୁଛି। ଉଦାହରଣ ସ୍ବରୂପ ଜ୍ୱର ପାଇଁ ପାରାସିଟାମଲ୍‌ କାମ ଦେଇଥାଏ। ଏଠାରେ ପାରାସିଟାମଲ୍‌ ହେଉଛି ଜେନେରିକ୍‌। କିନ୍ତୁ ବ୍ରାଣ୍ଡେ୍‌ଡ ପାରାସିଟାମଲ୍‌ କହିଲେ କ୍ରୋସିନ୍‌, କାଲ୍‌ପଲ, ଡୋଲୋ ଇତ୍ୟାଦିକୁ ବୁଝାଇଥାଏ। କୁହାଯାଏ ପାରାସିଟାମଲ୍‌ ସେବନ କରି କେତେକେ ଭଲ ହୋଇଥାଆନ୍ତି। ତେବେ ବ୍ୟକ୍ତିର ଶାରୀରିକ ଗଠନକୁ ଦେଖିଲେ ଜେନେରିକ୍‌ ଅପେକ୍ଷା ବ୍ରାଣ୍ଡେ୍‌ଡ ମେଡିସିନ୍‌ ରୋଗୀଙ୍କ ପାଇଁ ଉପଯୋଗୀ ବୋଲି ବିଶେଷଜ୍ଞ ମତ ଦେଇଥାଆନ୍ତି। ଦୀର୍ଘବର୍ଷ ଧରି କୌଣସି ନିର୍ଦ୍ଦିଷ୍ଟ ରୋଗରେ ପୀଡ଼ିତଙ୍କ କ୍ଷେତ୍ରରେ ଜେନେରିକ୍‌ କାମ ଦେବ ବୋଲି ନିଶ୍ଚିତତା ନାହିଁ। ସେହିଭଳି ବ୍ରାଣ୍ଡେ୍‌ଡ ଔଷଧ ମଧ୍ୟ ସବୁବେଳେ କାମ ଦିଏ ନାହିଁ। ଉଦାହରଣ ସ୍ବରୂପ, କୋଭିଡ୍‌ ସଂକ୍ରମଣ ସମୟରେ ଡୋଲୋର ବ୍ୟବହାର ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିଲା। କିନ୍ତୁ ଅନେକ ପୁରୁଖା ଡାକ୍ତର ଡୋଲୋ ପରିବର୍ତ୍ତେ କ୍ରୋସିନ୍‌ ପ୍ରେସ୍‌କ୍ରାଇବ୍‌ କରୁଥିଲେ। ଅର୍ଥାତ୍‌ ସବୁ ଔଷଧ ବ୍ୟକ୍ତିବିଶେଷ ଉପରେ ନିର୍ଭର କରେ। ଡାକ୍ତର ତାଙ୍କ ଅଭିଜ୍ଞତା ବଳରେ ଜାଣିଛନ୍ତି ଯେ କିଛି ବ୍ରାଣ୍ଡ୍‌ର ମେଡିସିନ୍‌ ତା’ର ରାସାୟନିକ ପ୍ରକ୍ରିୟାକରଣ ଯୋଗୁ ଜେନେରିକ୍‌ଠାରୁ ଭଲ କାମ ଦେଉଛି। ଏବର ସ୍ଥିତି ଦେଖିଲେ ଜେନେରିକ୍‌ ମେଡିସିନ୍‌ ନ ଲେଖିଲେ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏନ୍‌ଏମ୍‌ସି ଯେଉଁ ନିୟମାବଳୀ ଜାରି କରିଛି, ତାହାଦ୍ୱାରା ଚିକିତ୍ସକମାନେ ବ୍ରାଣ୍ଡେ୍‌ଡ ଔଷଧ ନ ଲେଖିବାକୁ ବାଧ୍ୟ ହେବେ। ଏମିତି ଦେଖିଲେ ଜେନେରିକ୍‌ ଔଷଧ କ୍ଷେତ୍ରରେ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି)କୁ କମ୍‌ ଗୁରୁତ୍ୱ ଦିଆଯାଉଥିବାରୁ ତାହା ସବୁ ରୋଗୀଙ୍କୁ ଉପଶମ କରି ନ ପାରେ। ତେଣୁ ଏନ୍‌ଏମ୍‌ସି ଏସବୁ ଦିଗକୁ ପ୍ରାଧାନ୍ୟ ନ ଦେଇ ଏହାର ବ୍ୟବହାର କଥା କହିଲେ ତା’ର ପ୍ରଭାବ ପଡ଼ିବ ବୋଲି ବିଶ୍ୱାସ ହେଉନାହିଁ। ଅନ୍ୟ ଏକ ଦିଗକୁ ଦେଖିଲେ ବ୍ରାଣ୍ଡେଡ୍‌ ମେଡିସିନ ଭଳି ଜେନେରିକ୍‌ ଔଷଧର ଉପଲବ୍ଧତା ବ୍ୟାପକ ହୋଇପାରି ନାହିଁ। ରୋଗୀ ମଧ୍ୟ ଏହାକୁ ସହଜରେ ପାଇପାରୁ ନ ଥିବାରୁ ଓଲଟି ଡାକ୍ତରଙ୍କୁ ବ୍ରାଣ୍ଡେ୍‌ଡ ମେଡିସିନ ଲେଖିବାକୁ ନିବେଦନ କରୁଛନ୍ତି। ଅପରପକ୍ଷରେ ଔଷଧ ଦୋକାନୀ ବା ଫାର୍ମାସିଷ୍ଟ ଜେନେରିକ୍‌ ମେଡିସିନର ପ୍ରେସ୍‌କ୍ରିପ୍‌ଶନ ଧରି ଆସିଥିବା ବ୍ୟକ୍ତିଙ୍କୁ ଏହାର ଉପଲବ୍ଧତା ନ ଥିବା ସ୍ଥଳେ ବିକଳ୍ପ ନେବା ଲାଗି ପ୍ରବର୍ତ୍ତାଇଥାଆନ୍ତି। ଏବେ ଜେନେରିକ୍‌ର ବିଶ୍ୱସନୀୟତା ବା ଗ୍ରହଣୀୟତା କଥା ଉଠୁଛି। ସାଧାରଣରେ ଦେଖାଯାଇଥାଏ ଯେଉଁ ଦୋକାନରେ ଅଧିକ ଭିଡ଼ ହୋଇଥାଏ, ସେଠାରେ ଭଲ ଜିନିଷ ମିଳେ ବୋଲି ଗ୍ରାହକ ଧରିନେଇଥାନ୍ତି। ଅନୁରୂପ ଚିନ୍ତା ମେଡିସିନ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ। ନିରାମୟ କେନ୍ଦ୍ର ବା ଯେଉଁଠାରେ କେବଳ ଜନଔଷଧି ମିଳୁଛି ତାହାର ଅବସ୍ଥିତି ଏମିତି ଜାଗାରେ ରହୁଛି, ତାହାକୁ ଖୋଜିପାଇବା କଷ୍ଟକର।
ଉପରଲିଖିତ ବିନ୍ଦୁଗୁଡ଼ିକୁ ପ୍ରାରମ୍ଭିକ ସ୍ତରରେ ତର୍ଜମା କରାଯାଇ ଜନଔଷଧିର ସାର୍ବଜନୀନତା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଭିତ୍ତିଭୂମି ବିକାଶ, ଆର୍‌ ଆଣ୍ଡ୍‌ ଡି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ, ଜନସଚେତନତା ସହ ସ୍ଥଳବିଶେଷରେ ରୋଗର ଗମ୍ଭୀରତାକୁ ଦେଖାଯାଇ ଡାକ୍ତର ଔଷଧ ପ୍ରେସ୍‌କ୍ରାଇବ୍‌ କରିବା ଉଚିତ। ଡାକ୍ତରଙ୍କ ଉପରେ ଚାପ ପକା ନ ଯାଇ ବରଂ ଡାକ୍ତରୀ ପରାମର୍ଶ ନିଆଯାଇ ଜନଔଷଧିର ଗ୍ରହଣୀୟତାକୁ କିଭଳି ବଢ଼ାଯାଇପାରିବ ସେହି ଦିଗରେ ଏନ୍‌ଏମ୍‌ସି ଦୃଷ୍ଟି ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri