ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ସଂଶୋଧନ ଦାବିରେ ଧାରଣା

ଯାଜପୁର ରୋଡ,୨୧।୮(ନି.ପ୍ର.)- ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ଉପରେ ବାଣିଜ୍ୟକର ବିଭାଗ ପ୍ରଦାନ କରିଥିବା ତଥ୍ୟର ସଂଶୋଧନ ଦାବିରେ ମଙ୍ଗଳବାର ଉପ ବାଣିଜ୍ୟକର ଆୟୋଗ ଯାଜପୁର ରୋଡ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଶ୍ରମିକ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା। ଏଥିରେ ୩୨୨ଜଣ ନିର୍ମାଣ ଶ୍ରମିକ ହିତାଧିକାରୀ ଯନ୍ତ୍ରପାତି ୨ ବର୍ଷଧରି କ୍ରୟକରି ଯାଜପୁର ରୋଡ୍‌ ଜିଲା ଶ୍ରମ ଦପ୍ତରରେ ବିଲ୍‌ ପୈଠ କରିଥିଲେ। ଉକ୍ତ ବିଲ୍‌ଗୁଡିକୁ ଜିଲା ଶ୍ରମବିଭାଗ ଯାଞ୍ଚ ପାଇଁ ବାଣିଜ୍ୟକର ବିଭାଗକୁ ପ୍ରଦାନ କରିଥିଲେ। ବାଣିଜ୍ୟକର ବିଭାଗ କ୍ରୟବିଲ୍‌ ଉପରେ ଭୁଲ୍‌ ତଥ୍ୟ ଦେଇଥିବାରୁ ଶ୍ରମବିଭାଗ ହିତାଧିକାରୀଙ୍କର ବିଲ୍‌ କରି ନାହାନ୍ତି। ଫଳରେ ୩୨୨ଜଣ ଶ୍ରମିକ ଅନୁଦାନରୁ ବଞ୍ଚତ୍ତ ହୋଇଛନ୍ତି ା ଏହି ବିଲ୍‌କୁ ପୂର୍ଣ୍ଣ ବିଚାର କରାଯାଇ ଶ୍ରମଆଇନ ଯୋଜନାରେ ଶ୍ରମିକଙ୍କୁ କ୍ରୟ ବାବଦ ସହାୟତା ରାଶି ଯୋଗାଇ ଦେବାପାଇଁ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଖରା ଓ ବର୍ଷାରେ ଶ୍ରମିକମାନେ ଧାରଣା ଦେଇଥିଲେ। ହେଲେ ବାଣିଜ୍ୟକର ବିଭାଗର ଅଧିକାରୀ ଧାରଣା ସ୍ଥଳକୁ ନ ଆସିବାରୁ ଧାରଣାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ପରମାନନ୍ଦ ସେଠୀ, ଶିବ ପ୍ରସାଦ ନାଥ, ପ୍ରବୀଣ କୁମାର ନାୟକ, କୁନୀ ଓଝା, ସଞ୍ଜୁଲତା ଦାସ୍‌, ବିଜୟ ବୋଇତେଇ, ପ୍ରଫୁଲ୍ଲ ଜେନା, ଶତ୍ରୁଘନ ମଳିକ, କବିତା ପାତ୍ର, ଲତା ଜେନା, ସୁନିତା ଦାସ ପ୍ରମୁଖ ବହୁ ହିତାଧିକାରୀ ଯୋଗଦେଇଥିଲେ। ଯାଜପୁର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତ ଫେବୃୟାରୀ ୩୦ତାରିଖରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ହିତାଧିକାରୀଙ୍କ ଅର୍ଥ ପୈଠ ନିଷ୍ପତ୍ତି ନିଆଯାଇଥିଲା। ଶ୍ରମବିଭାଗ ଓ ବାଣିଜ୍ୟକର ବିଭାଗର ଟାଳଟୁଳ ନୀତିଯୋଗୁ ହିତାଧିକାରୀମାନେ ଅର୍ଥ ପାଇବା ପାଇଁ ବଞ୍ଚତ୍ତ ହେଉଥିବା ଧାରଣାରେ କୁହାଯାଇଛି। ଏ ଦିଗରେ ସମାଧାନ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ। ବୁଧୁବାର ନିର୍ମାଣ ଶ୍ରମିକମାନେ ଉପ ବାଣିଜ୍ୟକର ଆୟୋଗଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ନେଇ ଧାରଣାକାରୀ କହିଛନ୍ତି। ଏ ସମ୍ପର୍କରେ ଉପବାଣିଜ୍ୟକର ଆୟୋଗ ପୂର୍ଣ୍ଣଚନ୍ଦ୍ର ଯେନାଙ୍କୁ ପଚାରିବାରୁ, ନିର୍ମାଣ ଶ୍ରମକଙ୍କ ବିଲ୍‌ଗୁଡିକ ଯାଞ୍ଚ କରିବା ପାଇଁ ଶ୍ରମ ବିଭାଗ ବାଣିଜ୍ୟକର ବିଭାଗକୁ ପଠାଇଥିଲା। ଯାଜପୁର ଟାଉନ ୟୁନିଟି ବିଲ୍‌ଗୁଡିକୁ ଯାଞ୍ଚକରି ତ୍ରୁଟିପୂର୍ଣ୍ଣ ଦର୍ଶାଇ ଶ୍ରମବିଭାଗକୁ ପଠାଇଥିବାରୁ ଶ୍ରମବିଭାଗ ନିର୍ମାଣ ଶ୍ରମିକଙ୍କ ବିଲ୍‌ ଉପରେ ନିଷ୍ପତ୍ତି ନେବେ। ବାଣିଜ୍ୟକର ବିଭାଗ ଏ ଦିଗରେ କିଛି କରିପାରିବେ ନାହଁି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri