ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବ ବୋଲି ପୂର୍ବରୁ କହି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯୋଗାଇ ପାରିନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସାହି ଲୋକେ ଚଳପ୍ରଚଳ ହେଉଥିବା ନାଳ ଏବଂ ଏହା ପାଖରେ ପୌର ପରିଷଦ ପକ୍ଷରୁ ଅଳିଆ ପକାଯାଉଛି। ତେଣୁ ନାଳ ପାଣି ଆଉ ବ୍ୟବହାର ଉପଯୋଗୀ ହୋଇପାରୁନି। ଏସବୁ ସମସ୍ୟା ନେଇ ଗୁରୁବାର ସାହିବାସିନ୍ଦା ଏକାଠି ହୋଇ ଏକ ବୈଠକ କରିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ପାଇଁ ପୌର ପରିଷଦ ପଦକ୍ଷେପ ନ ନେଲେ ଆସନ୍ତା ୧୮ ତାରିଖରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପେଞ୍ଜିସାହି ନଦୀ ତଟରେ ଥିବା ଶ୍ମଶାନରେ ସାହିବାସିନ୍ଦା ପୂର୍ବରୁ ମୃତଦେହ ଦାହ କରି ଆସୁଥିବା ବେଳେ ଏବେ ସେଠାରେ ବାଡ କରାଯାଇ ଉକ୍ତ ସ୍ଥାନକୁ ସଫାସୁତରା କରାଯାଇଛି। ସେଠାରେ ଘର କିମ୍ବା ଅନ୍ୟ ଅନୁଷ୍ଠାନ କରାଗଲେ ସମସ୍ୟା ଦେଖାଦେବ। ସେହିପରି ପାଖରେ ଯାଇଥିବା ନାଳ ନିକଟରେ ଅଳିଆ ଆବର୍ଜନା ଗଦା କରାଯାଉଛି। ଏହା ପାଣିରେ ମିଶୁଛି। ବିକଳ୍ପ କିଛି ନ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏହି ଅପରିଷ୍କାର ପାଣିରେ ଗାଧୋଇ କେତେଜଣ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି। ତଥାପି ପୌର ପରିଷଦ କିଛି ଶୁଣୁନାହିଁ। ଆଗାମୀ ଦିନରେ ଏସବୁ ସସମ୍ୟା ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀପତି ମଲ୍ଲିକ, ରବୀନ୍ଦ୍ର କହଁର, ହେମନ୍ତ ମୁଖି, ପ୍ରଦୀପ ମାଝି, ବିଜୟ କହଁର, ଧିର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ମଶାନ ନିକଟରେ ଅନ୍ୟକେହି ବାଡ କରିଥିଲେ। ତହସିଲଦାରଙ୍କୁ କୁହାଯାଇ ତାହାକୁ ଭଙ୍ଗାଯାଇଛି। ସେହିପରି ନାଳ ନିକଟରେ ଆଉ ଆବର୍ଜନା ପଡିବ ନାହିଁ। ଡମ୍ପିଂୟାର୍ଡ ହେଲା ପରେ ସବୁ ଆବର୍ଜନା ସେଠାକୁ ଯିବ ବୋଲି ନିର୍ବାହୀ ଅଧିକାରୀ ବେହେରା କହିଛନ୍ତି। ସୂଚନାଯୋଗ୍ୟ, ପେଞ୍ଜିସାହି ଶଶ୍ମାନ ଉପରେ ଇରିଗେଶନ କଲୋନୀ, ଅରବିନ୍ଦ ନଗର, ଏଫସିଆଇ ଛକ, ପେଞ୍ଜିସାହି, ଗୌଡ ସାହି, ମୁଖି ସାହି, ବିଡାଙ୍ଗି ସାହି, ବାଇଖୋଲ ସାହି, ଶଗଡିଆ ସାହି, ଗୋପାଳ ସାହି, ଅମଲାପଡା, ଓଲେନବେଚ ନଗର, ଓଏନ୍‌ଏସି ସାହିର ଲୋକେ ନିର୍ଭର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri