Posted inଖେଳ

ଶୁବମନ ଗିଲ ବାଦ୍‌ ପଡ଼ିବା ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୪।୭- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଘୋଷିତ ଭାରତୀୟ ଦିନିକିଆ ଦଳରୁ ଭେଟେରାନ ଅଜିଙ୍କ୍ୟ ରାହାନେ ଓ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବାଦ୍‌ ପଡ଼ିବା ଉପରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ପ୍ରଶ୍ନ ଉଠାଇଛନ୍ତି। ଚୟନ କମିଟି ସେମାନଙ୍କ ନୀତି ବଜାୟ ରଖୁ ନ ଥିବା ସେ କହିଛନ୍ତି। କ୍ରମାଗତ ପ୍ରଦର୍ଶନ କରିପାରୁ ନ ଥିବା କେଦାର ଯାଦବଙ୍କ ଦଳରେ ସ୍ଥାନ ବଜାୟ ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଏ’ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ ଅଫିସିଆଲ ସିରିଜ୍‌ରେ ସର୍ବାଧିକ ୨୧୮ ରନ୍‌ କରି ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ହୋଇଥିବା ଗିଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଟୁଇଟର ଜରିଆରେ ଗାଙ୍ଗୁଲି କହିଛନ୍ତି, ସମସ୍ତ ଫର୍ମାଟ ଲାଗି ସମାନ ଖେଳାଳିଙ୍କୁ ଦଳରେ ସାମିଲ କରିବାର ସମୟ ଆସିଯାଇଛି। ଏହା ଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବହୁ କମ୍‌ ଖେଳାଳି ୩ ଫର୍ମାଟରେ ଖେଳୁଛନ୍ତି। ବଡ଼ ଦଳଗୁଡ଼ିକରେ କ୍ରମାଗତ ସମସ୍ତ ଫର୍ମାଟରେ ଖେଳୁଥିବା ଖେଳାଳି ରହିଥାନ୍ତି। ଚୟନକର୍ତ୍ତାଙ୍କ ମୁଖ୍ୟ ଦାୟିତ୍ୱ ଲୋକଙ୍କୁ ଖୁସି କରିବା ନୁହେଁ ଦେଶ ଲାଗି ଶ୍ରେଷ୍ଠ ଦଳ ଚୟନ କରିବା। ଏହାର ପରବର୍ତ୍ତୀ ଟୁଇଟ୍‌ରେ ଗିଲ ଓ ରାହାନେ ଦିନିକିଆ ଦଳରେ ସ୍ଥାନ ନ ପାଇବା ଲାଗି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗିଲ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଦଳରେ ସ୍ଥାନ ପାଇ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୟନ କମିଟି ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ୍‌ ଲାଗି ରବିବାର ଦଳ ଘୋଷଣା କରିଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ଓ ରିଷଭ ପନ୍ତଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୩ ଫର୍ମାଟ ଲାଗି ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri