ଶୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ଏହିସବୁ ଅଭିନେତା

ଫିଲ୍ମ ଶୁଟିଂ ସମୟରେ ବଲିଉଡ୍‌ର ଅଭିନେତାମାନେ ଥରେ ନୁହେଁ ବହୁବାର ଆହତ ହୋଇଛନ୍ତି। ତଥାପି ଫିଲ୍ମ ହିଟ୍‌ ହୋଇଛି। ଜାଣନ୍ତୁ କେଉଁ ଅଭିନେତାମାନେ ଶୁଟିଂ ସେଟ୍‌ରେ ଆହତ ହୋଇଥିଲେ।

ଅମିତାଭ ବଚ୍ଚନ : ୧୯୮୩ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ ସମୟରେ ଅମିତାଭ ଆହତ ହୋଇଥିଲେ। ଏକ ଫାଇଟ୍‌ ସିନ୍‌ ଅମିତାଭଙ୍କୁ ମହଙ୍ଗା ପଡ଼ିଥିଲା। ଏହି ସିନ୍‌ରେ ଅମିତାଭ ଆକ୍ଟର ପୁନିତ୍‌ ଇସରଙ୍କ ସହ ଫାଇଟ୍‌ କରୁଥିଲେ। ଏହି ସମୟରେ ଏକ ମୁଥ ଅମିତାଭଙ୍କ ପେଟରେ ବାଜିଥିଲା। ଫଳରେ ଅମିତାଭ ଆହତ ହୋଇଥିଲେ। ଏହା ଦେଖି ପରିବାର ଲୋକଙ୍କ ସହ ଫ୍ୟାନ୍‌ମାନେ ମଧ୍ୟ କାନ୍ଦିବାକୁ ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ଅମିତାଭ କହିଥିଲେ, ଏହି ଫିଲ୍ମ ପରଠାରୁ ସେ ନୂଆ ଜୀବନ ପାଇଥିଲେ।

ଅକ୍ଷୟ କୁମାର : ୨୦୧୨ରେ ଫିଲ୍ମ ‘ରାଓ୍ବଡି ରାଠୋର’ ଶୁଟିଂ ସମୟରେ ଅକ୍ଷୟଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ଶୁଟିଂ ବନ୍ଦ କରି ଦିଆଯାଇଥିଲା।

ହ୍ରିତିକ୍‌ ରୋଶନ : ବଲିଉଡ୍‌ର ସୁପର ହିରୋ ହ୍ରିତିକ୍‌ ରୋଶନ ଇଣ୍ଡଷ୍ଟ୍ରିର ଜଣେ ଦମ୍‌ଦାର ଆକ୍ଟର। ୨୦୧୨ରେ ଫିଲ୍ମ ‘ଅଗ୍ନିପଥ’ର ଶୁଟିଂ ସମୟରେ ଏକ ଷ୍ଟଣ୍ଟ ସିନ୍‌ରେ ହ୍ରିତିକ୍‌ ଆହତ ହୋଇଥିଲେ।

ସଲମାନ୍‌ : ଶୁଟିଂସେଟ୍‌ରେ ଦବଙ୍ଗ ଖାନ୍‌ ସଲମାନ ମଧ୍ୟ ଆହତ ହୋଇଥିଲେ। ଫିଲ୍ମ ‘ଓ୍ବାଣ୍ଟେଡ୍‌’ର ଏକ ସିନ୍‌ରେ ସେ ଆହତ ହୋଇଥିଲେ। କିଛିଦିନ ପାଇଁ ଶୁଟିଂ ବନ୍ଦ କରିଦିଆଗଲା। ସଲମାନ ସୁସ୍ଥ ହେବା ପରେ ଶୁଟିଂ କରାଯାଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ଶାହରୁଖ୍‌ ଖାନ୍‌ : ୨୦୧୦ରେ ଫିଲ୍ମ ‘ଦୁଲ୍‌ହା ମିଲ୍‌ ଗୟା’ ଶୁଟିଂ ସମୟରେ ଆହତ ହୋଇଥିଲେ ଶାହରୁଖ୍‌। ଏକ ସିନ୍‌ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଆଜି ମଧ୍ୟ କାନ୍ଧରେ ସେ କଷ୍ଟ ଅନୁଭବ କରୁଛନ୍ତି। ସେହିପରି ଅଭିଷେକ ବଚ୍ଚନ, ଜନ୍‌ ଆବ୍ରାହମ୍‌, ବିକି କୌଶଲ, ପଙ୍କଜ ତ୍ରିପାଠୀ ପ୍ରମୁଖ ଶୁଟିଂ ସେଟ୍‌ରେ ଆହତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri