ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ ଓ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି।
ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆୟୁଷ୍ମାନ୍‌ଙ୍କୁ ବିଗ୍‌ ବି’ଙ୍କ ସହ ଯୋଡିବାର ସୁଯୋଗ ସୃଷ୍ଟି କରିଛି। ଆୟୁଷ୍ମାନ୍‌ ପିଲାଦିନରୁ ବିଗ୍‌ ବି’ଙ୍କର ଜଣେ ଉଚ୍ଚ ପ୍ରଶଂସକ। ତେଣୁ ଆଇକନ୍‌ ଅଭିନେତାଙ୍କଠାରୁ ଆୟୁଷ୍ମାନ୍‌ କିଛି ଭଲଗୁଣ ଗ୍ରହଣ କରିଛନ୍ତି। ମେଗାଷ୍ଟାରଙ୍କ ସହ ଅଭିନୟ ପାଇଁ ସୁଯୋଗ ଦେଇଥିବାରୁ ସେ ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ‘ଭିକି ଡୋନର’ରେ ସୁଜିତ ସାର୍‌ଙ୍କ ସହିତ କାମ କରିବା ଦିନଠାରୁ ତାଙ୍କ ଭଳି ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରିବା ପାଇଁ ଇଚ୍ଛା କରୁଥିଲି। ବଲିଉଡରେ ଅମିତାଭ୍‌ ଜଣେ ପୃଥକ ବ୍ୟକ୍ତିତ୍ୱ ଏବଂ ତାଙ୍କର ସ୍ବତନ୍ତ୍ର ସ୍ବର ରହିଛି ବୋଲି ଆୟୁଷ୍ମାନ୍‌ ଏକ ବିବୃତିରେ କହିଛନ୍ତି।
ବି’ଙ୍କ ସହ କାମ କରି ଅପେକ୍ଷାକୃତ ଜଣେ ଭଲ ଅଭିନେତା ହୋଇପାରିବି ବୋଲି ଅନୁଭବ କରୁଛି ଏବଂ ‘ଗୁଲାବୋ ସିତାବୋ’ ନିଶ୍ଚିତ ଭାବେ ମୋତେ ଜଣେ ଭଲ ଅଭିନେତା ହେବାର ସୁଯୋଗ ସୃଷ୍ଟି କରିବ। କାରଣ ଜଣେ ସର୍ବଶ୍ରେଷ୍ଠ କଳାକାରଙ୍କଠାରୁ ଶିକ୍ଷା କରିବାର ସୁଯୋଗ ହାତଛଡା କରୁନାହିଁ। ପ୍ରଥମ ଦିନ ଏକାଠି କାମ କରିବାରେ ଯେଉଁ ଉନ୍ମାଦନା ଓ ଆନନ୍ଦ ମିଳିଛି ତାହା ଭୁଲିପାରିବି ନାହିଁ ବୋଲି ଆୟୁଷ୍ମାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri