Posted inଭଦ୍ରକ

ଶିବଗଙ୍ଗା ପୁଷ୍କରିଣୀକୁ ବର୍ଷାଜଳ ଭରସା

ଆରଡ଼ି, ୨୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିର ଉନ୍ନତିକରଣ ପାଇଁ ବୈଠକ ବସୁଛି। ସମୀକ୍ଷା ହେଉଛି ଓ ସ୍ଥିତି ପରଖା ଚାଲିଛି। ହେଲେ ଏଠାରେ ଥିବା ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ସରିବାକୁ ୨ ବର୍ଷ ପୂରିବାକୁ ବସିଲାଣି, ଏହି ପୋଖରୀରେ ଜଳ ଅଦ୍ୟାବଧି ବ୍ୟବହାର ଉପଯାଗୀ ହୋଇପାରି ନାହିଁ। ପର୍ଯ୍ୟାପ୍ତ ପାଣି ନ ଥିବାବେଳେ ପୁଷ୍କରିଣୀରେ ଭାସୁଛି ଚିଙ୍ଗୁଡିଆ ଦଳ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପୀଠର ବିକାଶ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବା ଅସନ୍ତୋଷର କାରଣ ହୋଇଛି।
ଉଲ୍ଲେଖନୀୟ ଯେ, କନିକା ରାଜା ଖନନ କରିଥିବା ଏହି ପୁଷ୍କରିଣୀର ଜଳ ପୂର୍ବେ ବାବା ଆଖଣ୍ଡଳମଣିଙ୍କ ସ୍ନାନ, ରନ୍ଧନ କାର୍ଯ୍ୟ, ଶ୍ରଦ୍ଧାଳୁମାନଙ୍କ ପଦ ପ୍ରକ୍ଷାଳନ, ଚୂଳପକାରେ ପିଲାଙ୍କ ସ୍ନାନ ଆଦି କାର୍ଯରେ ବ୍ୟବହାର ହେଉଥିଲା। ୧ କି.ମି. ଦୂରରେ ଥିବା ବୈତରଣୀ ନଦୀର ଜଳ ପୂର୍ବରୁ ଶିବମାହାରା ଦେଇ ଏହି ପୁଷ୍କରିଣୀକୁ ପ୍ରବେଶ କରୁଥିଲା। ହେଲେ ଏହି ମାହାରା ଏବେ ପୋତି ହୋଇଯିବାରୁ ନଦୀ ଜଳ ଆଉ ପୁଷ୍କରିଣୀକୁ ପ୍ରବେଶ କରିପାରୁ ନାହିଁ। କେବଳ ବର୍ଷା ଜଳରେ ପୁଷ୍କରିଣୀ ପୂରିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଆଶା ରଖିିଥିଲେ। ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବାରୁ ପୁଷ୍କରିଣୀ ପୂର୍ଣ୍ଣ ହୋଇପାରୁନି। ଫଳରେ ଏହାର ଜଳରାଶି କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ। ଏହା ଏବେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଦୂଷିତ ଜଳରେ ମଣିବାବାଙ୍କ ସ୍ନାନ ହୋଇପାରୁ ନାହିଁ। ପାଇପ୍‌ ପାଣିରେ ବାବାଙ୍କର ସ୍ନାନାଦି ସହ ରନ୍ଧନ କାର୍ଯ୍ୟ ମଧ୍ୟ ଚାଲିଛି। ପାଇପ୍‌ ଜଳରେ ପୀଠର ସମସ୍ତ କାର୍ଯ୍ୟ ସମାପନ କରାଯାଉଛି। ଏପରି ସ୍ଥଳେ ପୁଷ୍କରିଣୀରେ ବିଶୁଦ୍ଧ ଜଳ ଭରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ପୁଷ୍କରିଣୀରୁ ଚିଙ୍ଗୁଡିଆ ଦଳ ସଫା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଉଛି। ବିଶେଷଜ୍ଞଙ୍କ ମତରେ କେବଳ ମାଛ ଛଡ଼ାଗଲେ ଏହାର ବିନାଶ ହୋଇପାରିବ। ତେବେ ପୁଷ୍କରିଣୀକୁ କିପରି ପର୍ଯ୍ୟାପ୍ତ ଜଳ ଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri