ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ

ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ବିଦ୍ୟାଳୟରେ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସହ ଅନ୍ୟ ୨ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ଖାଲି ସେତିକି ନୁହେଁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ଗୁରୁବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ନେଇ ବୁଧବାର ଶିକ୍ଷୟିତ୍ରୀ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଉକ୍ତ ପ୍ରଧାନଶିକ୍ଷକ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହ ଅଫିସରେ ଏକୁଟିଆ ପାଇ ଯୌନ ନିର୍ଯାତନା ଦେଉଥିବା ନେଇ ଶିକ୍ଷୟିତ୍ରୀ ଅଭିଯୋଗରେ ଦର୍ଶାଇଥିଲେ। ଗଣମାଧ୍ୟମରେ ଏହା ପ୍ରଚାର ହେବା ପରେ ମନ୍ତ୍ରୀ ଦାଶ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri