ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍‌କିନ

ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ ସ୍ତରରେ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ଥିବା ବିଦ୍ୟାଳୟଗୁଡିକର ଛାତ୍ରୀମାନଙ୍କୁ ସାନିଟାରି ନାପକିନ ବଣ୍ଟା ନ ଯାଇ ପଡିରହିଛି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକକୁ ଆସିଥିବା ୯ ଲକ୍ଷ ଟଙ୍କାର ପ୍ୟାଡରୁ ୭ ଲକ୍ଷର ନାପକିନ ବଣ୍ଟା ନ ହୋଇ ବନ୍ଦ କୋଠରୀରେ ପଡିରହିଥିବା ଅଭିଯୋଗ ଆସିଛି। ଏଥିଯୋଗୁ ଅଭିଭାବକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ମୁତାବକ, ଆଠମଲ୍ଲିକ ବ୍ଲକରେ ସମୁଦାୟ ୨୦୮ଟି ପ୍ରାଥମିକ ବିଦ୍ୟାଳୟ, ୨୬ଟି ହାଇସ୍କୁଲ ରହିଛି। ନିୟମ ମୁତାବକ, ୧୧ରୁ ୧୯ ବର୍ଷର ବାଳିକାମାନଙ୍କୁ ସାନିଟାରି ନାପକିନ ଯୋଗାଇଦିଆଯିବ। ଏଥିପାଇଁ ଆଠମଲ୍ଲିକ ବ୍ଲକରେ ଥିବା ବିଦ୍ୟାଳୟଗୁଡିକ ପାଇଁ ୯ ଲକ୍ଷ ଟଙ୍କାର ନାପକିନ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଇଥିଲା। ହେଲେ ସେଥିମଧ୍ୟରୁ ପ୍ରାୟ ୭ ଲକ୍ଷ ଟଙ୍କାର ନାପକିନ ସ୍ଥାନୀୟ ଲିପ୍ତିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୬ ମାସ ହେଲା ପଡିରହିଛି। ଏହାର ବଣ୍ଟନ ଦାୟିତ୍ୱ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟକୁ ପ୍ୟାଡ ପ୍ରଦାନ କରାଯାଇପାରି ନାହିଁ। ଉଭୟ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗର ଅବହେଳା ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଧପୁର ମେଡିକାଲ ଅଫିସର ରାହୁଲ୍‌ ଗର୍ଗ କହିଛନ୍ତି, ଶିକ୍ଷା ବିଭାଗ ଏଥି ପାଇଁ ସହଯୋଗ କରୁ ନ ଥିବାରୁ ସାନିଟାରି ନାପକିନ ବଣ୍ଟା ଯାଇପାରୁନାହିଁ। ସ୍ଥାନୀୟ ବିଆରସିସି ଛବୀନ୍ଦ୍ର ସିଠଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଶିକ୍ଷା ବିଭାଗକୁ ବିଭିନ୍ନ ସ୍କୁଲରେ ନାପକିନ ଯୋଗାଇ ଦେବା ପାଇଁ କୌଣସି ନିର୍ଦ୍ଦେଶାନାମା ନାହିଁ। ସେ ସମ୍ପର୍କରେ କିଛି ଜାଣୁନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri