ଶିକ୍ଷା ବିଭାଗର ବିଚିତ୍ର ନୀତି: ବଳି ପଡ଼ୁଛନ୍ତି ଗରିବ ମେଧାବୀ

ଯାଜପୁର ଅଫିସ,୩ା୯- ବହୁ ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଅଭାବରୁ ନିଜ ପ୍ରତିଭାକୁ ହରାଇ ବସୁଥିବା ଅନେକ ନଜିର ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ସେନା କର୍ମଚାରୀଙ୍କ ପିଲାଙ୍କୁ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ସ୍ବତନ୍ତ୍ର ସ୍ଥାନ ମିଳୁଛି। ପୁଣି ଏମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ହେଲେ ଗରିବ ମେଧାବୀ ଛାତ୍ରୀଛାତ୍ର ଯେଉଁମାନଙ୍କ ମା’ବାପା ଚାକିରି କରିନାହାନ୍ତି ସେମାନଙ୍କ ପାଇଁ କେବଳ ସରକାରୀ ବିଦ୍ୟାଳୟ ସାହାରା ହୋଇଛି। ସରକାରୀ ସ୍କୁଲରେ ଶିକ୍ଷାର ମାନ କିଭଳି ତାହା କାହାରିକୁ ଅଛପା ନାହିଁ। ଅନେକ ଅବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଚାଲିଥିବାବେଳେ ଏଣେ ସରକାର ଶିକ୍ଷା ନୀତିରେ ବିଭେଦ ସୃଷ୍ଟି କରିଚାଲିଛନ୍ତି ବୋଲି ଯାଜପୁର ଲେଖକ ବୁଦ୍ଧିଜୀବୀ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସମସ୍ତ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ଏବଂ ସରକାରୀ ଅନୁମୋଦନପ୍ରାପ୍ତ ବିଦ୍ୟାଳୟ ରହିଥିବାବେଳେ ନବୋଦୟ, ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ତେବେ କେଉଁ ପିଲା କେଉଁଠି ପଢିବେ ତାହାର ଉପଯୁକ୍ତ ନିୟମ ସରକାରଙ୍କ ପକ୍ଷରୁ ପ୍ରଣୀତ ହୋଇନାହିଁ। ଆଦର୍ଶ, କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ପାଇଁ ବ୍ରିଟିଶ ଅମଳର ନିୟମକୁ ଜୋର ଜବରଦସ୍ତି ଲଦି ଦିଆଯାଇଛି। କେନ୍ଦ୍ର ସରକାର ଏକକ ବାଳିକା ସନ୍ତାନକୁ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାର ପ୍ରଥମ ସୁଯୋଗ ଦେଇଥିଲେ। ମାତ୍ର ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଏହି ଘୋଷଣାକୁ ଉଲ୍ଲଂଘନ କରି ଚାଲିଛନ୍ତି। ଓଡ଼ିଶାରେ ଖୋଲାଯାଇଥିବା ଏହି ସବୁ ବିଦ୍ୟାଳୟଗୁଡ଼ିକରେ ଅଣଓଡ଼ିଆ ଅଧ୍ୟକ୍ଷ ବ୍ରିଟିଶରାଜ ଚଳାଉଥିବାବେଳେ ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି। ସିବିଏସଇ ଢାଞ୍ଚାକୁ ସାରା ଭାରତରେ ସବୁ ରାଜ୍ୟର ବିଦ୍ୟାଳୟ କର୍ତ୍ତୃପକ୍ଷ ମାନି କାର୍ଯ୍ୟକାରୀ କରାଉଛନ୍ତି। କିନ୍ତୁ ଓଡ଼ିଶା ସରକାର ଗୁଣାମତ୍କ ଶିକ୍ଷା ଆଳରେ ବିଦ୍ୟାଳୟର ପ୍ରକାର ଭେଦ ସୃଷ୍ଟି କରୁଛନ୍ତି। ଛାତ୍ରର ନିଜସ୍ବ ମନୋନୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଯୋଗୁ ମେଧାବୀ ଛାତ୍ରୀଛାତ୍ର ନ୍ୟାୟ ପାଇପାରୁ ନାହାନ୍ତି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଡିଏଭି ଭଳି ବହୁ ଇଂଲିଶ ମାଧ୍ୟମ ସ୍କୁଲ ରହିଛି। କିନ୍ତୁ ଜଣେ ଗରିବ ମେଧାବୀ ଛାତ୍ର ଏଠାରେ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି। ଶିକ୍ଷା ଅଧିକାର ଆଇନରେ ୨୫ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର ପିଲାଙ୍କ ପାଇଁ ପ୍ରାଇଭେଟ ସ୍କୁଲରେ ସିଟ ସଂରକ୍ଷଣ ରଥିବା ବାଧ୍ୟତାମୂଳକ ବୋଲି ୧୨ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। କିନ୍ତୁ ଯାଜପୁର ଜିଲାରେ ଆର୍ଥିକ ଅନଗ୍ରସର ପିଲା କୌଣସି ବେସରକାରୀ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ମିଳୁନାହିଁ। ଫଳରେ ଶିକ୍ଷା ଅଧିକାର ଆଇନ ଏହି ଜିଲାରେ ପ୍ରହସନ ପାଲଟିଛି ବୋଲି ପରିଷଦ ଅଭିଯୋଗ କରିଛି। କେବଳ ବ୍ୟବସାୟକୁ ମାଧ୍ୟମ କରୁଥିବାରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଂଘନ କରିବାରେ ଲାଗିଛନ୍ତି। ଶିକ୍ଷା ବିଭାଗ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ। ଫଳରେ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରୀଛାତ୍ର ଗୁଣାମତ୍କ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି। କୌଣସି ନିୟମ ବା ଅର୍ଥ ଯେପରି ବାଧକ ନ ହୁଏ ସେହିଭଳି ଶିକ୍ଷା ନୀତି ପ୍ରଣୟନ କରି ମେଧା ଶକ୍ତି ଓ ପ୍ରତିଭାବାନଙ୍କୁ ସବୁ ପ୍ରକାର ବାସ୍ତବ ପ୍ରୋସତ୍ାହନ ଦେବାକୁ ପରିଷଦର ଆବାହକ ହରେକୃଷ୍ଣ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri