ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି। କେଉଁଥିରେ ଫୁଲ ହେବ ତ ଆଉ କେଉଁଥିରେ ମନ୍ଦିରର ମୁଖଶାଳା। ବିବାହ ଋତୁରେ ତ ବେଳ ମିଳୁ ନ ଥିଲା କାହାକୁ। ବାପଅଜା ଅମଳରୁ ଏମିତି ଏମିତିରେ ବିତିଯାଇଛି ବର୍ଷ ପରେ ବର୍ଷ। ହେଲେ ଗତ ଦୁଇମାସ ଧରି ଶାଳ ଘରୁ ଆଉ ଖୋଲୁନି ତାଲା। କଂସା ବାସନ ଗଢ଼ାର ଶବ୍ଦ ବି ଶୁଣାଯାଉନି ଦୂରକୁ। କଞ୍ଚାମାଲ ନାହିଁ କି ପୂର୍ବ ସାମଗ୍ରୀର ବିକ୍ରିବଟା ନାହିଁ। ଏପରି ଅବସ୍ଥାରେ ପରିବାରର ପେଟ ପୂରାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି କଂସା ବାସନ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର କାରୀଗରମାନଙ୍କୁ।
ଭୁବନ ଗ୍ରାମର ୩ ଶହରୁ ଊର୍ଦ୍ଧ୍ୱ କଂସାରି ପରିବାର ବାସନ ତିଆରି କରିନ୍ତି। ପୂର୍ବରୁ କଂସା ପିତଳର ଭଲ ଚାହିଦା ଥିବାରୁ ଅଧିକରୁ ଅଧିକ କାମ ମିଳୁଥିଲା। ଏଥିପାଇଁ ଗଁାରେ ୫୦ଟି ଶାଳଘରେ ସର୍ବଦା ଗହଳିଚହଳି ଥିଲା। ହେଲେ ଷ୍ଟିଲ୍‌ ଓ ପ୍ଲାଷ୍ଟିକ୍‌ର ଆଦର କଂସାବାସନ ଶିଳ୍ପକୁ ଡୁବିବାର ଦ୍ୱାରଦେଶରେ ପହଞ୍ଚାଇ ଦେଇଛି। ଫଳରେ ପୂର୍ବପରି କାରିଗରଙ୍କୁ ଆଉ କାମ ମିଳୁ ନ ଥିବା ବେଳେ ଶାଳଘର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଇ ଏବେ ୧୦ରେ ପହଞ୍ଚିଯାଇଛି। ସେହିପରି ବଜାରରେ ୧୨ଟି କଂସା ବାସନ ଦୋକାନ ବନ୍ଦ ହୋଇଯାଇଥିବାରୁ କଞ୍ଚାମାଲର ଘୋର ଅଭାବ ରହିଛି। ଏହାଛଡ଼ା ଦରଦାମ ବୃଦ୍ଧି, ଚାହିଦା କମିବା, କଞ୍ଚାମାଲ ଆସି ନ ପାରିବା କାରିଗରଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଛି। ସରକାରଙ୍କ ଜିଏସ୍‌ଟି ଲାଗୁ ବ୍ୟବସାୟକୁ ମାନ୍ଦା କରିଦେଇଥିଲେ ବି ଯାହା ଯେମିତି ସେମାନେ ଚଳିଯାଉଥିଲେ। ହେଲେ କରୋନା କଟକଣା ଏହି ବେପାରକୁ ଧରାଶାୟୀ କରିଦେଇଛି। କାରିଗରୀମାନେ ହାତ ବାନ୍ଧି ବସିଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। କାରିଗର ନଟବର ସାହୁ କହିଛନ୍ତି, କଂସା କାରିଗରି ପାଇଁ ଭୁବନକୁ ସ୍ବତନ୍ତ୍ର ପରିଚୟ ମିଳିଥିଲେ ମଧ୍ୟ ସରକାରଙ୍କ ଅଣଦେଖା ଯୋଗୁ ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଲକ୍‌ଡାଉନ୍‌ ଯୋଗୁ ୨ ମାସ ହେଲା ଶାଳଘରେ ତାଲା ପଡିଛି। ଏପରି ଅବସ୍ଥାରେ ଦିନକୁ ଦୁଇମୁଠା ଦାନା ଯୋଗାଡ ମଧ୍ୟ ସମ୍ଭବ ହେଉନାହିଁ। କାରିଗର ମାୟାଧର ସାହୁ କହିଛନ୍ତି, ଶାଳ ଚାଲୁ ନ ଥିବାରୁ ରୋଜଗାର ବାଟ ବନ୍ଦ ହୋଇଯାଇଛି। ତେବେ ଯାହା ଯେମିତି ମରାମତି କାମ ହେଉଛି ସିନା ନୂଆ ବାସନ କିନ୍ତୁ ଆଉ ତିଆରି ହେଉନାହିଁ। ସରକାର ଏହି ଦୁର୍ଦ୍ଦିନରେ ସହାୟକ ହେଲେ କାରିଗରମାନେ ବଞ୍ଚିଯାଇପାରନ୍ତେ ବୋଲି ମାୟାଧର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri