ଶାନ୍ତି ଶୃଙ୍ଖଳା ସହିତ ସରିଲା ନିର୍ବାଚନ: ଇଭିଏମରେ ସିଲ୍‌ ୮୧ ପ୍ରାର୍ଥୀଙ୍କ ଭାଗ୍ୟ

ବାରିପଦା ଅଫିସ, ୩୦।୪- ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ସକାଳୁ ମୟୂରଭଞ୍ଜ ଜିଲାରେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। କିଛି ବୁଥରେ ଆରମ୍ଭରୁ ଇଭିଏମ ଖରାପ ହେବାରୁ ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ କିଛି ବୁଥରେ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ କଥା କଟାକଟି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ତୁରନ୍ତ ଅନ୍ୟ ଇଭିଏମର ବ୍ୟବସ୍ଥା କରିବାପରେ ଭୋଟ ଦାନ ଆରମ୍ଭ ହୋଇଥିଲା। ପ୍ରବଳ ଖରା ଯୋଗୁ ଭୋଟ ଦାନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଆଦର୍ଶ ବୁଥଗୁଡିକରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡିକରେ ଲୋକେ ଖରାରେ ଠିଆ ହୋଇଥିଲେ। ସେହିପରି ପ୍ରବଳ ଖରା ଯୋଗୁ ସକାଳ ୭ ରୁ ଦିନ ୧୨ ଯାଏଁ ବୁଥ ଗୁଡିକରେ ଭିଡ଼ ଲାଗି ରହିଥିଲା। ୪ ଟା ପରେ ପୁନର୍ବାର ଲୋକଙ୍କ ଭିଡ଼ ଜମିଥିଲା। ଉପରୋକ୍ତ ୮ ଟି ନିର୍ବାଚନ ମଣ୍ଡଳୀର ମୋଟ ୨୧୨୩ଟି ବୁଥରେ ଭୋଟ ଗ୍ରହଣ କରାଯାଇଛି।  ଏଥି ଗୁଡିକ ମଧ୍ୟରୁ ୪୮ ଟି ଅତି ସମ୍ବେଦନଶୀଳ ଥିବାବେଳେ ୧୩୮ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ୨୧୮ ବୁଥରେ ସିସି ଟିଭି, ୧୯୩ ବୁଥରେ ମାଇକ୍ରୋ ଓବଜରଭର, ୪୧ ଟି ବୁଥରେ ଭିଡିଓ ଫଟୋଗ୍ରାଫି, ୨୨୦ ବୁଥରେ ୱେବ କାଷ୍ଟିଂ ଏବଂ ୩୦ ଟି ବୁଥରେ ଷ୍ଟିଲ କ୍ୟାମେରାରେ ଫଟୋ ଉଠାଯାଇଥିଲା। ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୧୩, ୯୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ମୟୂରଭଞ୍ଜ ଲୋକସଭା ସହିତ ୮ ଟି ବିଧାନସଭା ଆସନରେ ୮୧ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯିବ। ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ସିଲ୍‌ କରାଯିବ। ଏହା ପରେ ମେ ୨୩ରେ ଭୋଟ ଗଣତି କରାଯିବ। ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ସାରସକଣା ବିଧାନସଭା ଆସନରେ ୧୦ ଜଣ, ଉଦଳା ବିଧାନସଭା ଆସନରେ ୫ ଜଣ, ମୋରଡ଼ା ବିଧାନସଭା ଆସନରେ ୧୩ ଜଣ, ବାଙ୍ଗିରିପୋଷି ବିଧାନସଭା ଆସନରେ ୧୧, ବଡ଼ସାହି ବିଧାନସଭା ଆସନରେ ୮, ବାରିପଦା ବିଧାନସଭା ଆସନରେ ୭ ଜଣ,  ରାଇରଙ୍ଗପୁର ବିଧାନସଭା ଆସନରେ ୯ ଜଣ ଓ ଯଶିପୁର ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ୮ ଟି ବିଧାନସଭା ଆସନରେ ମୋଟ ୧୬ ଲକ୍ଷ ୮୦ ହଜାର ୧୨ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ଜଣ ମହିଳା ଓ ୮ ଲକ୍ଷ ୨୩ ହଜାର ୬୪୪ ଜଣ ପୁରୁଷ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri