ଶାଖା ପରିଚାଳକଙ୍କ ନାମରେ ଗ୍ରାହକଙ୍କ ଅଭିଯୋଗ

ଫୁଲବାଣୀ ଅଫିସ, ୨୧ା୯-କନ୍ଧମାଳ ଜିଲା ୟୁନାଇଟେଡ ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାହକ ା ଚାଷୀଙ୍କୁ ଋଣ (କେସିସି) ଦେବାରେ ସେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗ୍ରାହକମାନଙ୍କୁ ଋଣ କରାଇ ଦେବାପାଇଁ ବ୍ୟାପକ ପରିମାଣର ଟଙ୍କା ହରିଲୁଟ କରିଛନ୍ତି। ଋଣ ମଞ୍ଜୁର ହେବା ପୂର୍ବରୁ ବ୍ୟାଙ୍କ ପାସ୍‌ ବୁକ୍‌ ଏବଂ ଏଟିଏମ୍‌ ଆଗୁଆ ନେଇଯାଉଛନ୍ତି। ଋଣ ମଞ୍ଜୁର ହେବାପରେ କେତେଜଣଙ୍କ ଆକାଉଣ୍ଟରୁ ୫୦ ପ୍ରତିଶତ ଟଙ୍କା ଉଠାଇ ନେଉଥିବା ବେଳେ ଅନ୍ୟ କେତେଜଣଙ୍କ ୯୦ ପ୍ରତିଶତ ନେଇ ଯାଉଛନ୍ତି। ଏ ବିଷୟରେ ଗ୍ରାହକ ପଚାରିଲେ ଋଣ ନେଇଛ, ଏବେ ଶୁଝ ବୋଲି ଗ୍ରାହକଙ୍କୁ କହୁଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ଗ୍ରାହକମାନେ ଶୁକ୍ରବାର ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇ ଶାଖା ପରିଚାଳକଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି। ଏହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ଆସ୍ଥା ତୁଟିବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କର ଶାଖା ପରିଚଳାକ ଚାଷୀ ଋଣ କରାଇବା ପାଇଁ ଗ୍ରାହକମାନଙ୍କୁ ଟଙ୍କା ମାଗନ୍ତି। ଯିଏ ଟଙ୍କା ଦେଲା ତାହାର ଋଣ ମଞ୍ଜୁର ହୁଏ। ହେଲେ ଗ୍ରାହକଙ୍କ ଚାହିଁବା ମୁତାବକ ନୁହେଁ ା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ମନୁଆବାଡିର ଜଣେ ଗ୍ରାହକ ପ୍ରଫୁଲ୍ଲ ଦେହୁରୀ କହିଛନ୍ତି ଯେ ସେ ଚାଷୀ (କେସିସି) ଋଣ ପାଇଁ ଶାଖା ପରିଚାଳକଙ୍କୁ ଦେଖା କରିଥିଲେ। ଋଣ ମିଳିପାରିବ ନାହିଁ ବୋଲି ତାଙ୍କୁ ପ୍ରଥମେ କୁହାଯାଇଥିଲା। ପରେ ୧୦ ହଜାର ଅଗ୍ରୀମ ଦେଲେ ୪ ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି କୁହାଗଲା। କହିବା ପ୍ରକାରେ ଟଙ୍କା ଦେବାରୁ ପ୍ରଥମେ ୩୦ ହଜାର ଟଙ୍କା ଆକାଉଣ୍ଟକୁ ଆସିଲା। ହେଲେ ଏଟିଏମ ମାଗି ନେଇ ସବୁ ଟଙ୍କା ନେଇଗଲେ ବୋଲି ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୯ ହଜାର ୫୦୦ ଟଙ୍କା ଛାଡିଲେ। ଏଥିରୁ ୧୦ ହଜାର ନେଇଗଲୋ। ମୋଟ ୫୦ ହଜାର ଟଙ୍କା ନେଇଗଲେ। ଋଣ ବାବଦକୁ ମାତ୍ର ୫ ହଜାର ଟଙ୍କା ଉଠାଇଥିବା ପ୍ରଫୁଲ୍ଲ କହିଛନ୍ତି।
ଖଜୁରିପଡା ବ୍ଲକ ପାତ୍ରପଡା ଜାମୁଝରିର ଉର୍ବାସୀ ପ୍ରଧାନ କହିଛନ୍ତି, ୩ ଲକ୍ଷ ଟଙ୍କା ଋଣ ଦେବେ ବୋଲି ଶାଖା ପରିଚାଳକ କହିଲେ। ଆକାଉଣ୍ଟକୁ ଟଙ୍କା ଛାଡିବା ପୂର୍ବରୁ ଏଟିଏମ୍‌ ମାଗିଲେ। ଦିନେ ଦୁଇଦିନ ପରେ ବ୍ୟାଙ୍କ ଖାତା ଦେଖିଲା ବେଳକୁ ୪୦ ହଜାର ଟଙ୍କା ଆସିଥିଲା ଏବଂ ସେ ଏହାକୁ ଉଠାଇ ନେଇଥିଲେ। କହିବାରୁ ବାକି ଟଙ୍କା କିଛି ଦିନ ପରେ ଦିଆଯିବ ବୋଲି କହିଲେ ା ୪ ମାସ ବିତିଲା ହେଲେ ଦେଲେନାହିଁ ା ଏବେ ଋଣ ଶୁଝିବାକୁ କୁହାଯାଉଛି ବୋଲି ଉର୍ବାସୀ କହିଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାହକ ଫୁଲବାଣୀ କେନ୍ଦୁପଦରର ଯଶୋଦା ମଲ୍ଲିକ କହିଛନ୍ତି, ୪ ଲକ୍ଷ ଋଣ କରିଦେବେ କହି ପ୍ରଥମେ ୫୦ ହଜାର ଟଙ୍କା ଆକାଉଣ୍ଟକୁ ଛାଡିଲେ। ସେଥିରୁ ୪୫ ହଜାର ନେଇ ଗଲେ ା ସେ ମାତ୍ର ୫ ହଜାର ପାଇଥିବା କହିଛନ୍ତି। ବାରିକୂମ୍ପାର ରାଜେନ୍ଦ୍ର ଗଣ୍ଡା ମଧ୍ୟ ଅନୁରୁପ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ ସାଗରିକା ନାୟକଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଉପରିସ୍ଥ ଅଧିକାରୀ ଏ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାର ପ୍ରକାଶ କରିଛନ୍ତି। ଗ୍ରାହକ କାହିଁକି ତାଙ୍କୁ ଏଟିଏମ ଦେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଯେଉଁ ଗ୍ରାହକଙ୍କ ଏଟିଏମରୁ ଟଙ୍କା ଯାଇଛି, ତାହା କେଉଁଠାରୁ ଉଠିଛି ଏବଂ କିଏ ଉଠାଇଛନ୍ତି ତାହା ସିସି ଟିଭି ଫୁଟେଜ ଯାଞ୍ଚ କଲେ ଜଣାପଡିବ ବୋଲି ଗ୍ରାହକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?