Posted inଖେଳ

ଶର୍ଟଲିଷ୍ଟରେ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):କୋଭିଡ-୧୯ରୁ ଶିକ୍ଷାକୁ ନେଇ ପ୍ରଥମଥର ପାଇଁ ଅନ୍‌ଲାଇନ୍‌ରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏଥିରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି। ୨ରୁ ୫ ମିନିଟ ବିଶିଷ୍ଟ ଶର୍ଟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟ ପରେ ୩ଟି ଚଳଚ୍ଚିତ୍ର ଶ୍ରେଷ୍ଠ ତାଲିକାରେ ଶର୍ଟଲିଷ୍ଟ ହୋଇଛି। ଏହା ମଧ୍ୟରେ ଭାରତର ଏକ ଚଳଚ୍ଚିତ୍ର ରହିଛି। ତାହା ହେଉଛି ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ପକ୍ଷରୁ ପ୍ରସ୍ତୁତ ଫିଲ୍ମ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’। ଅନ୍ୟ ୨ଟି ଚଳଚ୍ଚିତ୍ର ହେଲା ଆଫଗାନିସ୍ତାନର ‘ବ୍ୟାକ୍‌ ଇନ୍‌ସାଇଡ’ ଏବଂ ନରୱେର ‘ଗ୍ଲୋବାଲ ଇକୋସ୍‌ ଅଫ୍‌ ହାପିନେସ’। ଓଡ଼ିଶାର ୨ ଜାତୀୟ ସ୍କେଟର ଏବଂ ତାଙ୍କ ବାପାଙ୍କ ଉପରେ ଲକ୍‌ଡାଉନ୍‌ର ପ୍ରଭାବକୁ ନେଇ ସାମ୍ପ୍ରତିକ ଘଟଣା ଉପରେ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’ ଆଧାରିତ। ତତ୍‌କ୍ଷଣାତ ସମ୍ଭବ ନ ହେଲେ ମଧ୍ୟ ପ୍ରତ୍ୟେକ କଷ୍ଟକର ଏବଂ ଦୁଃଖଦ ପରିସ୍ଥିତିରେ ମଧ୍ୟ ଆଶାର କିରଣ ରହିଥାଏ ବୋଲି ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ଏହାର ପ୍ରାୟୋଜକ ରହିଥିବାବେଳେ ଏହାକୁ ରଚନା କରିଛନ୍ତି ସୌଦାମିନୀ ପାତ୍ର। ପ୍ରତୀକ ଅର୍ନବ, ପ୍ରୀତିଶ୍‌ ଆର୍ଯ୍ୟନ ଓ ପାର୍ଥସାରଥି ଜେନା ଏଥିରେ ଅଭିନୟ କରିଛନ୍ତି ।
କୋଭିଡ୍‌-୧୯ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ସିଆଇଏଫଏଫ)ର ନିର୍ଦ୍ଦେଶକ ସତ୍ୟବ୍ରତ ଜେନା କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ କଳା, ସାହିତ୍ୟ, ସଂସ୍କୃତି, ବ୍ୟବସାୟ ଏବ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଏପରି ସ୍ଥିତିରେ ଏକ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯାଇ କୋଭିଡ୍‌-୧୯ରୁ ଅନୁଭବ ଏବଂ ଅଭିଜ୍ଞତାକୁ ଏକ ଛୋଟ ଫିଲ୍ମ ମାଧ୍ୟମରେ ଶେୟାର କରିବାକୁ କୁହାଯାଇଛି। ଏହି ଫିଲ୍ମର ଅବଧି ୨ରୁ ୫ ମିନିଟ ମଧ୍ୟରେ ରହିବ। ଜୁରି କମିଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବାଛିବେ। ଏହାକୁ ଅନ୍‌ଲାଇନ୍‌ରେ ସମସ୍ତ ଅଂଶଗ୍ରହଣକାରୀ ଦେଖି ପାରିବେ। ଏହି ଫେଷ୍ଟିଭାଲର ଅନ୍ୟତମ ନିର୍ଦ୍ଦେଶକ ଜଗନ୍ନାଥ ପାଣିି କହିଛନ୍ତି ଯେ, ସିଆଇଏଫ୍‌ଏଫ୍‌ରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଏହାର ସ୍କ୍ରିିନିଂ ଓ ଫଳାଫଳ ଚଳିତ ମାସ ୨୭ ତାରିଖରେ ପ୍ରକାଶ ପାଇବ। ଓରିଫାର୍ମିଂ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri