ଶରୀର ପାଇଁ ଉପକାରୀ ଅମୃତଭଣ୍ଡା ଚା’

କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଅମୃତଭଣ୍ଡାରୁ ପ୍ରସ୍ତୁତ ଚା’ ପିଇଲେ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଅମୃତଭଣ୍ଡା ଚା’ ସମ୍ପର୍କରେ ଖୁବ୍‌ କମ୍‌ ଲୋକଙ୍କୁ ଜଣା। କିନ୍ତୁ ଚିକିତ୍ସା ବିଜ୍ଞାନ ଜଗତରେ ଏହି ଚା’ର ବିଶେଷ ମହତ୍ତ୍ୱ ରହିଛି। ଗଣ୍ଠିବାତ ଯନ୍ତ୍ରଣା ବ୍ୟତୀତ ଏହି ଚା’ ଆହୁରି ଅନେକ ରୋଗର ନିଦାନରେ ସାହାଯ୍ୟ କରିଥାଏ। ଅମୃତଭଣ୍ଡା ଶରୀରରେ ୟୁରିକ୍‌ ଏସିଡ୍‌ ମାତ୍ରାକୁ ହ୍ରାସ କରିଥାଏ। ଏହି ଚା’ ପ୍ରସ୍ତୁତି ପାଇଁ ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ ଟୁକୁଡ଼ା କରି ପାଣିରେ ଧୋଇବାକୁ ପଡ଼େ। ପରେ ଏକ ପାତ୍ରରେ ୨ କପ୍‌ ପାଣି ଦେଇ ଏହି ଟୁକୁଡ଼ାକୁ କିଛି ସମୟ ଆଞ୍ଚରେ ବସାଯାଏ। ପରେ ପାଣିକୁ ଛାଣି ସେଥିରେ ଗ୍ରୀନ୍‌ ଟି’ ବ୍ୟାଗ୍‌ ପକାଇ ଗରମ ଗରମ ପିଅନ୍ତୁ। ଏହି ଚା’ ପିଇବା ଦ୍ୱାରା ରକ୍ତବାତ ରୋଗ ତ ଭଲ ହୁଏ, ତା’ ସାଙ୍ଗକୁ ପୁରୁଣା ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ। ବାତରକ୍ତ ଏକ ଗମ୍ଭୀର ସମସ୍ୟା, ଯେଉଁ କାରଣରୁ ପୀଡ଼ିତଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜଏଣ୍ଟ୍‌ ପେନ୍‌ର ସମ୍ମୁଖୀନ ହେବାକୁ ପଡ଼େ। ଆଜିକାଲି ଅନେକ ଲୋକଙ୍କଠାରେ ଏହି ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରାଧିକ ବୃଦ୍ଧି। ଅଚାନକ ମେଦବୃଦ୍ଧି କିମ୍ବା ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ ସ୍ତର ବୃଦ୍ଧି ପାଇଥାଏ। ବାତରକ୍ତ ସମସ୍ୟା ଥିଲେ ଅମୃତଭଣ୍ଡା ଚା’ ପିିଇଲେ ତାହା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri