ଶତାଧିକ ମାଛ ମୃତ:ଠିକାସଂସ୍ଥା ନାମରେ ଅଭିଯୋଗ

ବଇଣ୍ଡା,୧୫।୯(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ଚନ୍ଦନ ପୋଖରୀରେ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକାସଂସ୍ଥା ପକ୍ଷରୁ ଶୁକ୍ରବାରଠାରୁ ରବିବାର ୩ ଦିନ ଧରି ବିଷାକ୍ତ ବସ୍ତୁ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହିତ ଶତାଧିକ ମାଛ ରବିବାର ସକାଳେ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପୋଖରୀକୁ ନିଲାମ ନେଇଥିବା ଶରଧାମୁଣ୍ଡା ଗ୍ରାମର ସୁରଥ ପ୍ରଧାନ ହଣ୍ଡପା ଥାନାରେ ଠିକାସଂସ୍ଥା ନାମରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, ଚଳିତ ମାସ ୧୧,୧୨,୧୩ ତାରିଖରେ ପ୍ରଶାସନ ଓ ଠିକାସଂସ୍ଥା ପକ୍ଷରୁ ବଇଣ୍ଡା ଛକ ଅଞ୍ଚଳରେ ଥିବା ଦୋକାନ ଓ ବାସ ଗୃହ ଉଚ୍ଛେଦ କରାଯାଇଥିଲା। ଏଥିରୁ ବାହାରିଥିବା ଅଶଂବିଶେଷ ଓ ବିଷାକ୍ତ ବସ୍ତୁ ଗୁଡ଼ିକ ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ପକାଯାଇଛି। ଫଳରେ ଶହ ଶହ ମାଛ ମରି ଯାଇଛନ୍ତି। ଏହି ପୋଖରୀରେ ବଇଣ୍ଡା, ନୁନୁକାପଶି, ଶଙ୍ଖାରୀସାହି, ଦଳିତସାହି ଆଦି ଗ୍ରାମବାସୀ ଶୌଚ କରୁଥିବାବେଳେ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ସନ୍ଦେହ କରାଯାଉଛି। ତୁରନ୍ତ ଠିକାସଂସ୍ଥା ପକ୍ଷରୁ ପୋଖରୀ ପାଣିକୁ ଶୁଦ୍ଧ କରିବା ସହ ବିଷାକ୍ତ ବସ୍ତୁ ଅନ୍ୟତ୍ର ପକାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ନୁନୁକାପଶି ସରପଞ୍ଚ ଜଳଧର ସାହୁ କହିଛନ୍ତି, ୨୦୧୮ରେ ଉକ୍ତ ପୋଖରୀରେ ଉକ୍ତ ଠିକାସଂସ୍ଥା ପକ୍ଷରୁ ବିଷାକ୍ତ ବସ୍ତୁ ପକାଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ ମନା କରାଯାଇଥିଲା। ପୁଣି ୩ଦିନ ହେବ ବିଷାକ୍ତ ବସ୍ତୁ ଠିକାସଂସ୍ଥା ପକ୍ଷରୁ ଜୋର ଜବରଦସ୍ତ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହ ମଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପଞ୍ଚାୟତ ପକ୍ଷରୁ ଆଠମଲ୍ଲିକ ଉପଜିଲାପାଳ, କିଶୋରନଗର ବିଡିଓ, ତହସିଲଦାରଙ୍କୁ ଅବଗତ କରାଯାଇଛି। ଠିକାସଂସ୍ଥା ନାମରେ ମାମଲା ରୁଜୁ କରାଯିବ। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଚନ୍ଦନ ପୋଖରୀରେ ବର୍ଜ୍ୟବସ୍ତୁ ପକାଇବା ପାଇଁ କାହାରିକୁ ନିର୍ଦ୍ଦେଶ ଦିଆଯାଇନାହିଁ। ଉକ୍ତ ପୋଖରୀରେ ସର୍ବସାଧାରଣ ଲୋକ ନିର୍ଭର କରୁଛନ୍ତି। ଠିକାସଂସ୍ଥା ସେଠାରେ ବିଷାକ୍ତ ବସ୍ତୁ ନ ପକାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri