ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା ମୀନା ଆଇଆଇଟି କାନପୁରରେ ବି.ଟେକ୍‌ ଓ ଏମ୍‌. ଟେକ୍‌ କରିବା ପରେ ୨୦୧୩ରେ ୟୁପିଏସ୍‌ସିରେ ସଫଳତା ପାଇଥିଲେ। କଳାହାଣ୍ଡି ଜିଲା କେସିଙ୍ଗାର ଏସ୍‌ଡିପିଓ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା। ଏକବର୍ଷ ଦୁଇମାସର କାମ ପରେ ରାଜ୍ୟ ସରକାର ତାଙ୍କୁ ୨୦୧୭ରେ ମାଲକାନଗିରି ଏସ୍‌ପି ଭାବେ ବଦଳି କରିଥିଲେ। ଏବେ ତାଙ୍କୁ ଅନୁଗୋଳ ଦାୟିତ୍ୱ ଦିଆଯାଇଛି। ଶିଳ୍ପ, ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲାରେ ଆଇନଶୃଙ୍ଖଳା ଓ ଖଣି ଖାଦାନ ସମସ୍ୟାକୁ ନେଇ ଥିବା ଅସନ୍ତୋଷ ତାଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ହେବ। ତଥାପି ମାଲକାନଗିରି ପରି ଅନୁଗୋଳ ଲୋକଙ୍କ ନିକଟତର ହେବା ତାଙ୍କ ଲକ୍ଷ୍ୟ ବୋଲି ମୀନା ପ୍ରକାଶ କରିଛନ୍ତି। ବିଶେଷକରି ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ତାଙ୍କ ଦ୍ୱାର ସର୍ବଦା ଖୋଲା ରହିବ ବୋଲି ନୂଆ ଏସ୍‌ପି କହିଛନ୍ତି।

ଅନୁଗୋଳର ଭୌଗୋଳିକ ଅବସ୍ଥିତି ସହ ଆଇନଶୃଙ୍ଖଳା ମାଲକାନଗିରିଠାରୁ ଭିନ୍ନ। ସେଠିକାର ଅଭିଜ୍ଞତା ଏଠି କେତେ କାମରେ ଆସିବ?
ଅପରାଧ ନିୟନ୍ତ୍ରଣ ମୁଖ୍ୟ ଚ୍ୟାଲେଞ୍ଜ। ତେବେ ଏଥିରେ ଟେକ୍ନୋଲୋଜିର ବ୍ୟବହାର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆବଶ୍ୟକ ପଡ଼ିଲେ ଜିଲାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଢ଼ାଯିବ। ଅଭିଜ୍ଞତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ପରି ଅନୁଗୋଳରେ ମାଓବାଦୀ ସକ୍ରିୟ ନ ଥିଲେ ବି ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯିବ।

ତଦନ୍ତ ଠାରୁ କନଭିକ୍‌ଶନ୍‌ ପର୍ଯ୍ୟନ୍ତ ପୋଲିସ କେମିତି କୌଶଳ ଆପଣାଇବ?
ଘଟିଥିବା ସ୍ଥାନରେ ଠିକ୍‌ ଭାବେ ତଦନ୍ତ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ମେସେଜ ରହିବ। ତଦନ୍ତରୁ ଟ୍ରାଏଲ ଏପରି କି ଦଣ୍ଡବିଧାନ ପର୍ଯ୍ୟନ୍ତ ପୋଲିସର ସମସ୍ତ କାର୍ଯ୍ୟ ଯେପରି ସ୍ବଚ୍ଛ ରହିବ ତାହା ଉପରେ ଦୃଷ୍ଟି ଦିଆଯିବ। କନଭିକଶନ୍‌ ରେଟ ବୃଦ୍ଧି ନିଶ୍ଚିତ ଲକ୍ଷ୍ୟ ରହିବ।

ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ସମସ୍ତେ ଜାଣନ୍ତି। ଏହା ଉପରେ କେତେ ଧ୍ୟାନ ଦେବେ?
ବ୍ୟବହାରରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବ। ଲୋକଙ୍କ ସହ ପୋଲିସର ଦୂରତ୍ୱ କିପରି ହ୍ରାସ ହେବ ସେ ନେଇ ଉଦ୍ୟମ ହେବ। ସାଧାରଣ ଲୋକଟିଏ ଯେପରି ପୋଲିସ ଆକ୍ରୋଶର ଶିକାର ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।

ଅନେକ ସମୟରେ ଥାନାରୁ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳୁନି। ସେଥିପାଇଁ କିପରି ବ୍ୟବସ୍ଥା କରାଯିବ?
ପ୍ରତ୍ୟେକ ଲୋକଙ୍କୁ ନ୍ୟାୟ ମିଳିବ। ଯେଉଁମାନେ ଅନ୍ୟାୟ ହୋଇଛି ବୋଲି ଅନୁଭବ କରିବେ, ସେମାନେ ମୋ ନିକଟକୁ ଅଭିଯୋଗ ନେଇ ଆସିଲେ ନିଶ୍ଚିତ ଆଇନ ଅନୁଯାୟୀ ସାହାଯ୍ୟ କରାଯିବ। ଲୋକଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା ରହିବ।

ବଦଳିବ କି ଏସ୍‌ପିଙ୍କ ଟିମ୍‌?
ସେପରି କିଛି ଅଦଳବଦଳ ହେବାର ନାହିଁ। ଥାନା ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ଜିଲାର ବରିଷ୍ଠ ଅଧିକାରୀଙ୍କ ଯାଏ, କାର୍ଯ୍ୟଦକ୍ଷତା ଅନୁଧ୍ୟାନ କରାଯିବ। ଭଲ କାମ କଲେ ପୁରସ୍କାର ନ ହେଲେ ପରବର୍ତ୍ତୀ ପନ୍ଥା ଆପଣାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?