Posted inଖେଳ

ଲିଲିମା ଖେଳିଲେ ୧୫୦ତମ ମ୍ୟାଚ

ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା ମିଞ୍ଜ। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୨୫ ବର୍ଷୀୟ ଲିଲିମାଙ୍କ ପାଇଁ ଏହାଥିଲା ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏଥିପାଇଁ ଏହି ଓଡ଼ିଆ ମିଡ୍‌ଫିଲ୍ଡରଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।
ସୁନ୍ଦରଗଡ଼ ଜିଲାର ବିହାବନ୍ଧ-ତାନାତୋଲି ଗ୍ରାମର ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଘରୋଇ ହକିରେ କ୍ରମାଗତ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଜାତୀୟ କ୍ୟାମ୍ପରେ ସାମିଲ କରାଯାଇଥିଲା। ୨୦୧୨ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରଠାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ୨୦୧୩ ମହିଳା ହକି ଓ୍ବାଲର୍‌ଡ ଲିଗ୍‌ର ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳର ମଧ୍ୟ ସେ ସଦସ୍ୟା ଥିଲେ। ୨୦୧୪ରେ ମାଲେସିଆ ବିପକ୍ଷରେ ୬-୦ରେ ହକି ଟେଷ୍ଟ ସିରିଜ ଜିତିଥିବା ଭାରତ ପକ୍ଷରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ। ୨୦୧୪ ଗ୍ଲାସ୍‌କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ବ୍ରୋଞ୍ଜପଦକ, ୨୦୧୬ ରିଓ ଅଲିମ୍ପିକ୍ସ(ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଖେଳିଥିଲା), ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ, ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୮ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ, ୨୦୧୮ ମହିଳା ହକି ବିଶ୍ୱକପ, ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ।
”ଦେଶ ପକ୍ଷରୁ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାରୁ ମୁଁ ଗର୍ବିତ। ରାଉରକେଲା ପାନପୋଷ ସ୍ପୋଟର୍‌ସ ହଷ୍ଟେଲରୁ ହିଁ ମୋ କ୍ୟାରିୟରର ମୂଳଦୁଆ ପଡ଼ିଥିଲା। କ୍ୟାରିୟରର ଆଦ୍ୟ କାଳରେ ମୋତେ ସାହାଯ୍ୟ କରିଥିବା ଓଡ଼ିଶାର କୋଚ୍‌ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏକ ପ୍ରତିଭା ସମ୍ପନ୍ନ ଖେଳାଳି ବିଶିଷ୍ଟ ଭାରତୀୟ ଦଳର ସଦସ୍ୟ ହୋଇପାରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ସାଥି ଖେଳାଳି ଓ ସପୋର୍ଟଷ୍ଟାଫ୍‌ମାନେ ପରିବାରର ସଦସ୍ୟଙ୍କ ପରି ବାତାବରଣ ସୃଷ୍ଟି କରିଥାନ୍ତି। ଦେଶ ପକ୍ଷରୁ ୧୫୦ ମ୍ୟାଚ ଖେଳିବାର ଅନୁଭବ ଅନନ୍ୟ ଏବଂ ଦୀର୍ଘ ବର୍ଷ ମଧ୍ୟରେ ଅନେକ ପଦକ ଜିତିପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆସନ୍ତା ବର୍ଷ ଅଲିମ୍ପିକ୍ସ ଆସୁଥିବାରୁ ଆମେ ଲକ୍ଷ୍ୟ ପଥରେ ପହଞ୍ଚତ୍ ଦେଶକୁ ଗର୍ବିତ କରିବା ଦିଗରେ ଆମେ ଏକାଗ୍ର ହେଉଛୁ“ ବୋଲି ଲିଲିମା ପ୍ରକାଶ କରିଛନ୍ତି। ହକି ଇଣ୍ଡିଆର ପକ୍ଷରୁ ସଭାପତି ମହମ୍ମଦ ମୁସ୍ତାକ ଅହମଦ ଲଲିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri